ମଧ୍ୟାହ୍ନ ଭୋଜନ ଖାଇ୨୨ ଛାତ୍ରଛାତ୍ରୀ ଅସୁସ୍ଥ
- Published: Wednesday, 25 October 2017
- , Updated: 25 October 2017, 08:37 AM IST
<p>ମୋରଡ଼ା: ମୟୂରଭଂଜ ଜିଲ୍ଲା ମୋରଡ଼ା ବ୍ଲକ ବ୍ରାହ୍ମଣମରା ଆଶ୍ରମ ସ୍କୁଲରେ ମଧ୍ୟାହ୍ନ ଭୋଜନ ଖାଇ ୨୨ଜଣ ଛାତ୍ରଛାତ୍ରୀ ଅସୁସ୍ଥ ହୋଇପଡ଼ିଛନ୍ତି। ଅସୁସ୍ଥ ଛାତ୍ରଛାତ୍ରୀଙ୍କୁ ପ୍ରଥମେ ମୋରଡ଼ା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପରେ ବାରିପଦାକୁ ସ୍ଥାନାନ୍ତର କରାଯାଇଛି। ସେମାନଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ଗୁରୁତର ଅଛି।</p>
<p>ଗତକାଲି ବ୍ରାହ୍ମଣମରା ଆଶ୍ରମ ସ୍କୁଲରେ ପିଲାମାନେ ଜଳଖିଆରେ ସୁଜି ଓ ମଧ୍ୟାହ୍ନ ଭୋଜନରେ ଭାତ, ଡାଲି ଓ ସୋୟାବିନ ତରକାରି ଖାଇଥିଲେ। ଏହା ପରେ କେତେକ ପିଲାଙ୍କୁ ଝା଼ଡ଼ାବାନ୍ତି ହୋଇଥିଲା।</p>