୨୪ ତାରିଖରୁ ଆଇଆଇଏମ ସମ୍ୱଲପୁରରେ ପାଠପଢା

ସମ୍ବଲପୁର/ଭୁବନେଶ୍ୱର: ଦେଶର ଉଚ୍ଚଶିକ୍ଷା ମାନଚିତ୍ରରେଓ ସ୍ଥାନ ପାଇଛି ସମ୍ୱଲପୁର। ଏଠାରେ ଆରମ୍ଭ ହେବାକୁ ଯାଉଛି ବିଜନେସ୍ ମ୍ୟାନେଜମେଣ୍ଟ ଶିକ୍ଷା ଲାଗି ଉଦ୍ଦିଷ୍ଟ ପ୍ରିମିୟର ଇନଷ୍ଟିଚ୍ୟୁଟ୍ ଆଇଆଇଏମ୍। ଆସନ୍ତା ୨୪ ତାରିଖରୁ ଆଇଆଇଏମ ସମ୍ୱଲପୁରରେ ପାଠପଢା ହେବ। ଏଥିପାଇଁ ସ୍ଥାନୀୟ ସିଲିକନ ଇନଷ୍ଟିଚ୍ୟୁଟରେ ଅସ୍ଥାୟୀ କ୍ୟାମ୍ପସ ପ୍ରତିଷ୍ଠା କରାଯାଇଛି। ଆଇଆଇଏମ୍ ସମ୍ୱଲପୁରର ପାଠପଢା ଲାଗି ସିଲିକନ୍ ଇନଷ୍ଟିଚ୍ୟୁଟ ମଧ୍ୟ ପ୍ରସ୍ତୁତ ହୋଇ ରହିଛି। ୬୦ଜଣ ଛାତ୍ରଛାତ୍ରୀଙ୍କ ପାଠପଢା ଲାଗି ଏହି ଅସ୍ଥାୟୀ କ୍ୟାମ୍ପସରେ ବ୍ୟବସ୍ଥା ହୋଇଛି। କ୍ଲାସ ରୁମଠାରୁ […]

iim

iim

Rakesh Mallick
  • Published: Monday, 21 September 2015
  • Updated: 21 September 2015, 04:42 PM IST

Sports

Latest News

iimସମ୍ବଲପୁର/ଭୁବନେଶ୍ୱର: ଦେଶର ଉଚ୍ଚଶିକ୍ଷା ମାନଚିତ୍ରରେଓ ସ୍ଥାନ ପାଇଛି ସମ୍ୱଲପୁର। ଏଠାରେ ଆରମ୍ଭ ହେବାକୁ ଯାଉଛି ବିଜନେସ୍ ମ୍ୟାନେଜମେଣ୍ଟ ଶିକ୍ଷା ଲାଗି ଉଦ୍ଦିଷ୍ଟ ପ୍ରିମିୟର ଇନଷ୍ଟିଚ୍ୟୁଟ୍ ଆଇଆଇଏମ୍। ଆସନ୍ତା ୨୪ ତାରିଖରୁ ଆଇଆଇଏମ ସମ୍ୱଲପୁରରେ ପାଠପଢା ହେବ। ଏଥିପାଇଁ ସ୍ଥାନୀୟ ସିଲିକନ ଇନଷ୍ଟିଚ୍ୟୁଟରେ ଅସ୍ଥାୟୀ କ୍ୟାମ୍ପସ ପ୍ରତିଷ୍ଠା କରାଯାଇଛି। ଆଇଆଇଏମ୍ ସମ୍ୱଲପୁରର ପାଠପଢା ଲାଗି ସିଲିକନ୍ ଇନଷ୍ଟିଚ୍ୟୁଟ ମଧ୍ୟ ପ୍ରସ୍ତୁତ ହୋଇ ରହିଛି। ୬୦ଜଣ ଛାତ୍ରଛାତ୍ରୀଙ୍କ ପାଠପଢା ଲାଗି ଏହି ଅସ୍ଥାୟୀ କ୍ୟାମ୍ପସରେ ବ୍ୟବସ୍ଥା ହୋଇଛି। କ୍ଲାସ ରୁମଠାରୁ ଆରମ୍ଭ କରି, ଲାଇବ୍ରେରୀ, ଲ୍ୟାବ୍, ଫାକଲ୍ଟି କମନରୁମ୍, ହଷ୍ଟେଲ ମଧ୍ୟ ପ୍ରସ୍ତୁତ ରହିଛି। ପାଠପଢ଼ା ଲାଗି କିଛି ଉପକରଣ ସିଲିକନ୍ ଇନଷ୍ଟିଚ୍ୟୁଟ ପକ୍ଷରୁ ଦିଆଯାଇଥିବା ବେଳେ ଅବଶିଷ୍ଟ ଆଇଆଇଏମ୍ କର୍ତ୍ତୃପକ୍ଷ ନିଜ ଆବଶ୍ୟକତା ଅନୁଯାୟୀ କିଣିଛନ୍ତି ବୋଲି ସମ୍ୱଲପୁର ସିଲିକନ୍ ଇନଷ୍ଟିଚ୍ୟୁଟ ନିର୍ଦ୍ଦେଶକ ପ୍ରଦୀପ କୁମାର ମିଶ୍ର ସୂଚନା ଦେଇଛନ୍ତି। ଏହି ହାଇପ୍ରୋଫାଇଲ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ ଓ ଫାକଲ୍ଟି ପାଇଁ ଯେଉଁ ଆନୁସଙ୍ଗିକ ବ୍ୟବସ୍ଥା ଦରକାର, ରାଜ୍ୟ ସରକାର ସେ ସମସ୍ତ ପୂରଣ କରିବା ଲାଗି ଉଦ୍ୟମ କରୁଥିବା ସ୍କିଲ ଡେଭଲପମେଣ୍ଟ ଆଣ୍ଡ ଟେକ୍ନିକାଲ ଏଜୁକେସନ ମନ୍ତ୍ରୀ କହିଛନ୍ତି। ଯେମିତି ଭଲ ଫାକଲ୍ଟି ସମ୍ୱଲପୁର ଆସିବାକୁ ଇଚ୍ଛା ପ୍ରକାଶ କରିବେ ସେଥିଲାଗି ଯାତାୟତ ବ୍ୟବସ୍ଥା ଓ ଶିକ୍ଷାନୁଷ୍ଠାନର ଭିତ୍ତିଭୂମି ଉପରେ ଗୁରୁତ୍ୱ ଦିଆଯାଉଛି। ସେହିପରି ଛାତ୍ରଛାତ୍ରୀ, ଫାକଲ୍ଟିଙ୍କ ସ୍ୱାସ୍ଥ୍ୟ ଓ ସୁରକ୍ଷା ଲାଗି ଆବଶ୍ୟକ ବ୍ୟବସ୍ଥା କରାଯାଉଥିବା ମନ୍ତ୍ରୀ ସଞ୍ଜୟ ଦାସବର୍ମା କହିଛନ୍ତି। ମିଳିଥିବା ସୂଚନା ଅନୁସାରେ ସମ୍ୱଲପୁର ଆଇଆଇଏମ ପାଇଁ ୩୫ଜଣ ଛାତ୍ରଛାତ୍ରୀ ଆଡମିଶନ କରିଛନ୍ତି। ୨୩ ତାରିଖରେ ଛାତ୍ରଛାତ୍ରୀଙ୍କ ରେଜିଷ୍ଟ୍ରେସନ ସହ ଓରିଏଣ୍ଟେସନ ଓ ୨୪ରୁ ପାଠପଢ଼ା ଆରମ୍ଭ ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos