ଓଡ଼ିଶାରେ ୨୫ କରୋନା ଯୋଦ୍ଧା ମୃତ: ସିଏମଓ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗତ ୫ମାସ ମଧ୍ୟରେ ରାଜ୍ୟର ୨୫ଜଣ କରୋନା ଯୋଦ୍ଧା ପ୍ରାଣ ହରାଇଛନ୍ତି ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ରାଜ୍ୟରେ କରୋନାରେ ମୋଟ ୨୨୫ଜଣ ସଂକ୍ରମିତଙ୍କ ମୃତ୍ୟୁ ହୋଇଥିବାବେଳେ ସେଥିରୁ ୨୫ଜଣ ହେଉଛନ୍ତି ସରକାରୀ କର୍ମଚାରୀ ଅବା କରୋନା ଯୋଦ୍ଧା। ଯାହାକି ମୋଟ କରୋନା ସଂକ୍ରମିତ ମୃତକଙ୍କର ୧୧.୧୧ ପ୍ରତିଶତ। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ସୂଚନା ଅନୁସାରେ ଗତ ୫ମାସ ଧରି ଓଡ଼ିଶା କୋଭିଡ୍ ବିରୁଦ୍ଧରେ ଲଢ଼େଇରେ ଆଗଧାଡ଼ିରେ କୋଭିଡ୍ ଯୋଦ୍ଧାମାନଙ୍କ […]

corona--v-9-1

corona--v-9-1

Tapas Behera
  • Published: Wednesday, 05 August 2020
  • Updated: 05 August 2020, 09:41 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗତ ୫ମାସ ମଧ୍ୟରେ ରାଜ୍ୟର ୨୫ଜଣ କରୋନା ଯୋଦ୍ଧା ପ୍ରାଣ ହରାଇଛନ୍ତି ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ରାଜ୍ୟରେ କରୋନାରେ ମୋଟ ୨୨୫ଜଣ ସଂକ୍ରମିତଙ୍କ ମୃତ୍ୟୁ ହୋଇଥିବାବେଳେ ସେଥିରୁ ୨୫ଜଣ ହେଉଛନ୍ତି ସରକାରୀ କର୍ମଚାରୀ ଅବା କରୋନା ଯୋଦ୍ଧା। ଯାହାକି ମୋଟ କରୋନା ସଂକ୍ରମିତ ମୃତକଙ୍କର ୧୧.୧୧ ପ୍ରତିଶତ।
ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ସୂଚନା ଅନୁସାରେ ଗତ ୫ମାସ ଧରି ଓଡ଼ିଶା କୋଭିଡ୍ ବିରୁଦ୍ଧରେ ଲଢ଼େଇରେ ଆଗଧାଡ଼ିରେ କୋଭିଡ୍ ଯୋଦ୍ଧାମାନଙ୍କ ତ୍ୟାଗ ଓ ଉତ୍ସର୍ଗୀକୃତ ସେବା ଯୋଗୁ ୨୫ହଜାର ସଂକ୍ରମିତ ରୋଗୀ ସୁସ୍ଥ ହୋଇଛନ୍ତି। ଏହି ଲଢ଼େଇରେ ୨୫ଜଣ କୋଭିଡ୍ ଯୋଦ୍ଧା ସେମାନଙ୍କ ଜୀବନ ବଳିଦାନ ଦେଇ ସେବା, ତ୍ୟାଗ ଓ ମାନବିକତାର ଅନନ୍ୟ ଉଦାହରଣ ସୃଷ୍ଟି କରିଛନ୍ତି।

ସୂଚନାଯୋଗ୍ୟ, ରାଜ୍ୟରେ ପ୍ରଥମ କରୋନା ରୋଗୀ ମାର୍ଚ୍ଚ ୧୫ତାରିଖରେ ଚିହ୍ନଟ ହୋଇଥିବାବେଳେ କରୋନା ସଂକ୍ରମିତଙ୍କ ମୃତ୍ୟୁ ପ୍ରଥମେ ଏପ୍ରିଲ ୬ରେ ହୋଇଥିଲା। ଆଜିସୁଦ୍ଧା ପ୍ରାଣ ହରାଇଥିବା ୨୨୫ଜଣଙ୍କ ମୃତ୍ୟୁରୁ ସର୍ବାଧିକ ୧୧୭ଜଣ ଗଞ୍ଜାମ ଜିଲ୍ଲାର। ଏହି ଜିଲ୍ଲାର ୧୧୮୧୨ଜଣ କରୋନା ପଜେଟିଭ ଚିହ୍ନଟ ହୋଇଛନ୍ତି।

କରୋନା ଯୋଦ୍ଧା ଭାବେ ପ୍ରାଣ ହରାଇଥିବା ସରକାରୀ କର୍ମଚାରୀଙ୍କ ମଧ୍ୟରେ ସ୍ୱାସ୍ଥ୍ୟ କର୍ମୀ, ଆଶା ଦିଦି, ଅଙ୍ଗନୱାଡ଼ି କର୍ମୀ, ପୁଲିସ୍ କର୍ମଚାରୀ, ଶିକ୍ଷକ ଓ ପଚାୟତ ପ୍ରତିନିଧି ସାମିଲ ଅଛନ୍ତି । କରୋନା ଲଢ଼େଇରେ ସାମିଲ ହୋଇ ପ୍ରାଣ ହରାଉଥିବା କରୋନା ଯୋଦ୍ଧାଙ୍କ ପରିବାରକୁ ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ଆର୍ଥିକ ସହାୟତା ଯୋଗାଇ ଦିଆଯାଉଛି । ଏବେ କରୋନା ଲଢ଼େଇରେ ରାଜ୍ୟର ପ୍ରାୟ ୨ଲକ୍ଷ କରୋନା ଯୋଦ୍ଧା ସାମିଲ ହୋଇଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos