ବସ୍‌-ଟ୍ରକ୍ ମୁହାଁମୁହାଁ ଧକ୍କା: ୨୫ ଆହତ

ବାସୁଦେବପୁର/ଖୋର୍ଦ୍ଧା( ଓଡ଼ିଶା ରିପୋର୍ଟର): ଭଦ୍ରକ ଜିଲ୍ଲା ବାସୁଦେବପୁର ଅନ୍ତର୍ଗତ କୁଆମରା ଛକରେ ଆଜି ସକାଳେ ବସ୍‌-ଟ୍ରକ୍ ମୁହାଁମୁହାଁ ଧକ୍କା ହୋଇଛି। ଏଥିରେ ୨୫ଜଣ ଯାତ୍ରୀ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୪ଜଣଙ୍କ ଅବସ୍ଥା ଗୁରୁତର ରହିଛି। ସେମାନଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଅନ୍ୟ ଆହତମାନଙ୍କୁ ବାସୁଦେବପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଦୁର୍ଘଟଣାଗ୍ରସ୍ତ ହୋଇଥିବା ବସ୍‌ର ନାଁ ଜୁଗୁନ୍ ବୋଲି ଜଣାପଡ଼ିଛି। ବସ୍‌ଟି ଧାମରାରୁ କଟକ ଆସୁଥିଲା। ତେବେ କୁଆମରା ଛକ ନିକଟରେ ବିପରୀତ ଦିଗରୁ […]

bus

bus

Jyoshna Pradhan
  • Published: Wednesday, 14 November 2018
  • Updated: 14 November 2018, 11:00 AM IST

ବାସୁଦେବପୁର/ଖୋର୍ଦ୍ଧା( ଓଡ଼ିଶା ରିପୋର୍ଟର): ଭଦ୍ରକ ଜିଲ୍ଲା ବାସୁଦେବପୁର ଅନ୍ତର୍ଗତ କୁଆମରା ଛକରେ ଆଜି ସକାଳେ ବସ୍‌-ଟ୍ରକ୍ ମୁହାଁମୁହାଁ ଧକ୍କା ହୋଇଛି। ଏଥିରେ ୨୫ଜଣ ଯାତ୍ରୀ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୪ଜଣଙ୍କ ଅବସ୍ଥା ଗୁରୁତର ରହିଛି। ସେମାନଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଅନ୍ୟ ଆହତମାନଙ୍କୁ ବାସୁଦେବପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।accident

ଦୁର୍ଘଟଣାଗ୍ରସ୍ତ ହୋଇଥିବା ବସ୍‌ର ନାଁ ଜୁଗୁନ୍ ବୋଲି ଜଣାପଡ଼ିଛି। ବସ୍‌ଟି ଧାମରାରୁ କଟକ ଆସୁଥିଲା। ତେବେ କୁଆମରା ଛକ ନିକଟରେ ବିପରୀତ ଦିଗରୁ ଆସୁଥିବା ଚିପ୍ସ ବୋଝେଇ ଟ୍ରକ୍ ସହ ଧକ୍କା ହୋଇଯାଇଥିଲା। ଅତ୍ୟଧିକ କୁହୁଡ଼ି କାରଣରୁ ଦୁର୍ଘଟଣା ଘଟିଥିବା ଅନୁମାନ କରାଯାଉଛି। ତେବେ ଦୁର୍ଘଟଣା ପରେ ଟ୍ରକ୍‌ଟି ଓଲଟି ପଡିଥିଲା।accidentସେହିପରି ଆଜି ଭୋର ସମୟରେ ଖୋର୍ଦ୍ଧା ଟାଙ୍ଗୀ ଜାତୀୟ ରାଜପଥରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ରାସ୍ତାକଡ଼ରେ ଛିଡ଼ା ହୋଇଥିବା ଏକ ଟ୍ରକ୍‌କୁ ମିନି ଟ୍ରକ୍‌ ପଛପଟୁ ପିଟିଥିଲା। ଘଟଣାସ୍ଥଳରେ ୨ ଜଣଙ୍କ ମୃତ୍ୟୁ ଘଟିଥିଲା। ଏଥିସହ ଦୁଇ ଜଣ ଆହତ ହୋଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos