୨୫ରୁ ବିଧାନସଭା ସମ୍ମୁଖରେ ବିକ୍ଷୋଭ କରିବେ କଲେଜ ଶିକ୍ଷକ ସଂଘ

ଯାଜପୁର:ବିଭିନ୍ନ ଦାବି ନେଇ ଆସନ୍ତା ୨୫ ତାରିଖରେ ବିଧାନସଭା ସମୁଖରେ ବିକ୍ଷୋଭ କରିବାକୁ ନିଷ୍ପତି ନେଇଛି ୪୮୮ ବର୍ଗ ଅନୁଦାନପ୍ରାପ୍ତ ମହାବିଦ୍ୟାଳୟ ବେସରକାରୀ କଲେଜ ଶିକ୍ଷକ ଓ କର୍ମଚାରୀ ସଂଘ। ରବିବାର ଯାଜପୁର ଜିଲ୍ଳା ଛତିଆ ମହାପୁରୁଷ ହାଡିଦାସ ମହାବିଦ୍ୟାଳୟ ପରିସରରେ ୪୮୮ବର୍ଗ ଅନୁଦାନପ୍ରାପ୍ତ ବ୍ଳକ ଗ୍ରାଣ୍ଟ ଅଧ୍ୟାପକ କର୍ମଚାରୀ ସମନ୍ୱୟ ଓ ସଂଘର୍ଷ ସମିତିର ରାଜ୍ୟସ୍ତରୀୟ ମିଳିତ ବୌଠକରେ ଏହି ନିଷ୍ପତି ଗ୍ରହଣ କରାଯାଇଛି। ଏହି ବୌଠକରେ ରାଜ୍ୟର ବିଭିନ୍ନ ଜିଲ୍ଳାରୁ ବହୁ କର୍ମକର୍ତ୍ତା ଓ […]

collage sangha ra bandh

collage sangha ra bandh

Rakesh Mallick
  • Published: Monday, 24 August 2015
  • Updated: 24 August 2015, 05:35 AM IST

collage sangha ra bandhଯାଜପୁର:ବିଭିନ୍ନ ଦାବି ନେଇ ଆସନ୍ତା ୨୫ ତାରିଖରେ ବିଧାନସଭା ସମୁଖରେ ବିକ୍ଷୋଭ କରିବାକୁ ନିଷ୍ପତି ନେଇଛି ୪୮୮ ବର୍ଗ ଅନୁଦାନପ୍ରାପ୍ତ ମହାବିଦ୍ୟାଳୟ ବେସରକାରୀ କଲେଜ ଶିକ୍ଷକ ଓ କର୍ମଚାରୀ ସଂଘ। ରବିବାର ଯାଜପୁର ଜିଲ୍ଳା ଛତିଆ ମହାପୁରୁଷ ହାଡିଦାସ ମହାବିଦ୍ୟାଳୟ ପରିସରରେ ୪୮୮ବର୍ଗ ଅନୁଦାନପ୍ରାପ୍ତ ବ୍ଳକ ଗ୍ରାଣ୍ଟ ଅଧ୍ୟାପକ କର୍ମଚାରୀ ସମନ୍ୱୟ ଓ ସଂଘର୍ଷ ସମିତିର ରାଜ୍ୟସ୍ତରୀୟ ମିଳିତ ବୌଠକରେ ଏହି ନିଷ୍ପତି ଗ୍ରହଣ କରାଯାଇଛି। ଏହି ବୌଠକରେ ରାଜ୍ୟର ବିଭିନ୍ନ ଜିଲ୍ଳାରୁ ବହୁ କର୍ମକର୍ତ୍ତା ଓ ଅଧ୍ୟାପକ ଯୋଗଦେଇ ରାଜ୍ୟ ସରକାରଙ୍କ ବ୍ଳକ ଗ୍ରାଣ୍ଟ ନୀତିକୁ ସମାଲୋଚନା କରିବା ସହ ଆଗାମୀ ୨୫ ତାରିଖରେ ବିଧାନସଭା ସମ୍ମୁଖରେ ଗଣ ବିକ୍ଷୋଭ କରାଯିବାକୁ ସଂଘ ପକ୍ଷରୁ ଘୋଷଣା କରାଯାଇଛି। ରାଜ୍ୟ ସରକାର ଯଦି ଏ କଥାକୁ ବିଚାର ନ କରନ୍ତି ତେବେ ତେବେ ୨୫ ତାରିଖ ପରେ ରାଜ୍ୟର ସମସ୍ତ ଅନୁଦାନପ୍ରାପ୍ତ କଲେଜକୁ ବନ୍ଦ କରିଦିଆଯିବ ବୋଲି ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି। ଏହି ବୌଠକରେ ରାଜ୍ୟ ସମନ୍ୱୟ ସମିତିର ସଭାପତି ରାଧେଶ୍ୟାମ ପଲେଇ, ଉପ-ସଭାପତି ପବିତ୍ର ମାହାଲା, ସଂଘର୍ଷ ସମିତିର ସଂପାଦକ ଅକ୍ଷୟ କୁମାର ନାୟକ, ଡକ୍ଟର ଅଟଳ ବିହାରୀ ପ୍ରମୁଖ ଉପସ୍ଥିତ ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos