୨୫୦ ଗ୍ରାମ ବ୍ରାଉନ ସୁଗର ଜବତ; ଡିଲର ଗିରଫ

ଭୁବନେଶ୍ୱର( ଓଡ଼ିଶା ରିପୋର୍ଟର): ରାଜଧାନୀରେ ଏବେ ଅଭିନବ ଉପାୟରେ ଚାଲିଛି ଧଳା ଜହର ବ୍ୟବସାୟ। ପୁଲିସଠାରୁ ବଞ୍ଚିବା ଲାଗି ଏଥିରେ ସମ୍ପୃକ୍ତ ବ୍ୟବସାୟୀ ଆପଣାଉଛନ୍ତି ଭିନ୍ନ ଭିନ୍ନ ତରିକା। ବ୍ରାଉନସୁଗାର ବେପାରରେ ଧରା ପଡ଼ିବାର ଭୟ ଅଧିକ ରହୁଥିବାରୁ ଏବେ ବେପାରୀମାନେ ଭିନ୍ନ ଫର୍ମୁଲା ଅନୁଯାୟୀ କାମ କରୁଛନ୍ତି। ପୁଲିସ୍ ମଧ୍ୟ ସେମାନଙ୍କୁ ଧରିବା ପାଇଁ ବିଭିନ୍ନ ଯୋଜନା କରୁଛି। ଶେଷରେ ସେମାନେ ପୁଲିସ୍‌ ହାତରେ ଧରା ପଡ଼ୁଛନ୍ତି। ଆଜି କମିଶନରେଟ୍‌ ପୁଲିସ୍ ଜଣେ କୁଖ୍ୟାତ ବ୍ରାଉନସୁଗର […]

brown-0

Tapaswini Nayak
  • Published: Tuesday, 10 September 2019
  • , Updated: 10 September 2019, 01:36 PM IST

ଭୁବନେଶ୍ୱର( ଓଡ଼ିଶା ରିପୋର୍ଟର): ରାଜଧାନୀରେ ଏବେ ଅଭିନବ ଉପାୟରେ ଚାଲିଛି ଧଳା ଜହର ବ୍ୟବସାୟ। ପୁଲିସଠାରୁ ବଞ୍ଚିବା ଲାଗି ଏଥିରେ ସମ୍ପୃକ୍ତ ବ୍ୟବସାୟୀ ଆପଣାଉଛନ୍ତି ଭିନ୍ନ ଭିନ୍ନ ତରିକା। ବ୍ରାଉନସୁଗାର ବେପାରରେ ଧରା ପଡ଼ିବାର ଭୟ ଅଧିକ ରହୁଥିବାରୁ ଏବେ ବେପାରୀମାନେ ଭିନ୍ନ ଫର୍ମୁଲା ଅନୁଯାୟୀ କାମ କରୁଛନ୍ତି। ପୁଲିସ୍ ମଧ୍ୟ ସେମାନଙ୍କୁ ଧରିବା ପାଇଁ ବିଭିନ୍ନ ଯୋଜନା କରୁଛି। ଶେଷରେ ସେମାନେ ପୁଲିସ୍‌ ହାତରେ ଧରା ପଡ଼ୁଛନ୍ତି।

ଆଜି କମିଶନରେଟ୍‌ ପୁଲିସ୍ ଜଣେ କୁଖ୍ୟାତ ବ୍ରାଉନସୁଗର ଡିଲରକୁ ଗିରଫ କରିଛି। ତା’ ନିକଟରୁ ଅଢ଼େଇ ଶହ ଗ୍ରାମ୍ ଧଳା ଜହର ଜବତ କରିଛି। ଜବତ ବ୍ରାଉନ ସୁଗାରର ଆନୁମାନିକ ବଜାର ମୂଲ୍ୟ ୨୫ ଲକ୍ଷ ଟଙ୍କାରୁ ଅଧିକ ହେବ।

ଏଜେଣ୍ଟଙ୍କୁ ସପ୍ଲାଏ ପାଇଁ ଡିଲର ବ୍ରାଉନ ସୁଗାର ରଖିଥିବା ପୁଲିସ୍‌ କୌଣସି ସୂତ୍ରରୁ ଖବର ପାଇ ଚଢ଼ଉ କରିଥିଲା। ବ୍ରାଉନସୁଗର ଡିଲରକୁ ଗିରଫ କରିଥିଲା।

Related story