୨୫୦ ଏମବିବିଏସ ସିଟରେ ଆଡମିଶନ ଉପରେ ରୋକ

ଭୁବନେଶ୍ୱର: ରାଜ୍ୟର ୨୫୦ ଏମବିବିଏସ୍ ସିଟରେ ଆଡମିଶନ ଉପରେ ରୋକ୍ ଲଗାଇଛି ମେଡିକାଲ କାଉନସିଲ ଅଫ୍ ଇଣ୍ଡିଆ । ଆସନ୍ତାକାଲିଠାରୁ ନାମଲେଖା ପାଇଁ କାଉନସେଲିଂ ଆରମ୍ଭ ହେଉଥିବା ବେଳେ ଏମସିଆଇ ନିଷ୍ପତି ଛାତ୍ରଛାତ୍ରୀଙ୍କ ଚିନ୍ତା ବଢାଇ ଦେଇଛି। ରାଉଲକେଲା ସ୍ଥିତ ହାଇଟେକ୍ ମେଡିକାଲ କଲେଜ ଓ କଳାହାଣ୍ଡିସ୍ଥିତ ସର୍ଦ୍ଦାର ରଜାସ୍ ମେଡିକାଲ କଲେଜରେ ଚଳିତବର୍ଷ ଏମବିବିଏସ୍ ସିଟରେ ନାମ ଲେଖାଇ ପାରିବେ ନାହିଁ ଛାତ୍ରଛାତ୍ରୀ। ଉଭୟ କଲେଜରେ ୧୦୦ ଲେଖାଁଏ ଏମବିବିଏସ୍ ସିଟ୍ ଗତବର୍ଷ ଆଡମିଶନ ହୋଇଥିଲା। […]

medikal

medikal

Rakesh Mallick
  • Published: Sunday, 23 August 2015
  • Updated: 23 August 2015, 03:57 PM IST

Sports

Latest News

ଭୁବନେଶ୍ୱର: ରାଜ୍ୟର ୨୫୦ ଏମବିବିଏସ୍ ସିଟରେ ଆଡମିଶନ ଉପରେ ରୋକ୍ ଲଗାଇଛି ମେଡିକାଲ କାଉନସିଲ ଅଫ୍ ଇଣ୍ଡିଆ । ଆସନ୍ତାକାଲିଠାରୁ ନାମଲେଖା ପାଇଁ କାଉନସେଲିଂ ଆରମ୍ଭ ହେଉଥିବା ବେଳେ ଏମସିଆଇ ନିଷ୍ପତି ଛାତ୍ରଛାତ୍ରୀଙ୍କ ଚିନ୍ତା ବଢାଇ ଦେଇଛି। ରାଉଲକେଲା ସ୍ଥିତ ହାଇଟେକ୍ ମେଡିକାଲ କଲେଜ ଓ କଳାହାଣ୍ଡିସ୍ଥିତ ସର୍ଦ୍ଦାର ରଜାସ୍ ମେଡିକାଲ କଲେଜରେ ଚଳିତବର୍ଷ ଏମବିବିଏସ୍ ସିଟରେ ନାମ ଲେଖାଇ ପାରିବେ ନାହିଁ ଛାତ୍ରଛାତ୍ରୀ। ଉଭୟ କଲେଜରେ ୧୦୦ ଲେଖାଁଏ ଏମବିବିଏସ୍ ସିଟ୍ ଗତବର୍ଷ ଆଡମିଶନ ହୋଇଥିଲା। ସେହିପରି ଭୁବନେଶ୍ୱର କିମସ୍ କଲେଜରେ ୧୫୦ ସିଟ୍ ବଦଳରେ କେବଳ ୧୦୦ଟି ସିଟରେ ହିଁ ନାମଲେଖା ପାଇଁ ଏମସିଆଇ ଅନୁମତି ଦେଇଛି। ମେଡିକାଲ କଲେଜଗୁଡିକରେ ଆବଶ୍ୟକୀୟ ଭିତ୍ତିଭୂମି ନ ଥିବା ଦର୍ଶାଇ ଆଡମିଶନ ଉପରେ ରୋକ ଲଗାଇଛି ଏମସିଆଇ।

ରାଜ୍ୟର ସରକାରୀ ଓ ବେସରକାରୀ କଲେଜର ମୋଟ ୬୫୦ ଏମବିବିଏସ୍, ୧୫୦ ବିଡିଏସ୍ ସିଟ୍ ରହିଛି। ଏହା ମଧ୍ୟରୁ ୮୫ ପ୍ରତିଶତ ସିଟ ପାଇଁ ଆସନ୍ତାକାଲିଠାରୁ କାଉନସେଲିଂ ପ୍ରକ୍ରିୟା ଆରମ୍ଭ କରିବେ ଓଜେଇଇ କର୍ତ୍ତୃପକ୍ଷ । ଆସନ୍ତା ୨୮ ତାରିଖ ମଧ୍ୟରେ ଛାତ୍ରଛାତ୍ରୀ ରେଜିଷ୍ଟ୍ରଶନ କରିପାରିବେ। କାଉନସେଲିଂ ପାଇଁ କଟକ ଏସସିବି ମେଡିକାଲ କଲେଜକୁ ନୋଡାଲ ସେଣ୍ଟର ଭାବେ ଚିହ୍ନଟ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos