‘୩ ପଛୁଆ ଜିଲ୍ଲାରେ ୨୭୫ ଡାକ୍ତର ନାହାନ୍ତି, ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଲୋକଦେଖାଣିଆ’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ‘ମୋ ସରକାର’ ଯୋଜନାରେ ରାଜ୍ୟର ତିନି ପଛୁଆ ଜିଲ୍ଲା ମାଲକାନଗିରି , ନବରଙ୍ଗପୁର ଏବଂ କୋରାପୁଟ ପାଇଁ ମୁଖ୍ୟମନ୍ତ୍ରୀଙ୍କ ସହାୟତା ଘୋଷଣା ସ୍ଥାନୀୟ ସମସ୍ୟା ସମଧାନରେ ସହାୟକ ହେବନାହିଁ ବରଂ ଏହା କେବଳ ଲୋକଦେଖାଣିଆ ପଦକ୍ଷେପ ବୋଲି ମାଲକାନଗିରି ବିଧାୟକ ଆଦିତ୍ୟ ମାଢି, ନବରଙ୍ଗପୁରର ପୂର୍ବତନ ସାଂସଦ ବଳଭଦ୍ର ମାଝି ଓ କୋରାପୁଟର ପୂର୍ବତନ ସାଂସଦ ଜୟରାମ ପାଙ୍ଗି ଏକ ମିଳିତ ପ୍ରେସ୍ ବିବୃତିରେ କହିଛନ୍ତି। ଅବିଭକ୍ତ କୋରାପୁଟ ଜିଲ୍ଲାର ଏହି ୩ଜଣ ବରିଷ୍ଠ […]

bjp

bjp

Manoranjan Sial
  • Published: Monday, 14 October 2019
  • Updated: 14 October 2019, 10:12 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ‘ମୋ ସରକାର’ ଯୋଜନାରେ ରାଜ୍ୟର ତିନି ପଛୁଆ ଜିଲ୍ଲା ମାଲକାନଗିରି , ନବରଙ୍ଗପୁର ଏବଂ କୋରାପୁଟ ପାଇଁ ମୁଖ୍ୟମନ୍ତ୍ରୀଙ୍କ ସହାୟତା ଘୋଷଣା ସ୍ଥାନୀୟ ସମସ୍ୟା ସମଧାନରେ ସହାୟକ ହେବନାହିଁ ବରଂ ଏହା କେବଳ ଲୋକଦେଖାଣିଆ ପଦକ୍ଷେପ ବୋଲି ମାଲକାନଗିରି ବିଧାୟକ ଆଦିତ୍ୟ ମାଢି, ନବରଙ୍ଗପୁରର ପୂର୍ବତନ ସାଂସଦ ବଳଭଦ୍ର ମାଝି ଓ କୋରାପୁଟର ପୂର୍ବତନ ସାଂସଦ ଜୟରାମ ପାଙ୍ଗି ଏକ ମିଳିତ ପ୍ରେସ୍ ବିବୃତିରେ କହିଛନ୍ତି।

ଅବିଭକ୍ତ କୋରାପୁଟ ଜିଲ୍ଲାର ଏହି ୩ଜଣ ବରିଷ୍ଠ ବିଜେପି ନେତା ମିଳିତ ଭାବେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଉପରେ ତୀବ୍ର ପ୍ରତିକ୍ରିୟା ବ୍ୟକ୍ତ କରି କହିଛନ୍ତି ଯେ, ୩ଟି ଯାକ ଜିଲ୍ଲାରେ ୨୭୫ଟି ଡାକ୍ତରୀ ପଦ ଖାଲି ପଡ଼ିଛି । ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ଖୋଦ୍ ଗତ ବିଧାନସଭାରେ କୋରାପୁଟ ଜିଲ୍ଲାରେ ୧୧୨ , ନବରଙ୍ଗପୁରରେ ୯୯ ଏବଂ ମାଲକାନଗିରିରେ ୬୪ ଡାକ୍ତର ପଦବୀ ଖାଲିଥିବା ଲିଖିତ ଉତ୍ତର ଦେଇଥିଲେ। ବିନା ଡାକ୍ତରରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କି ରୋଗୀସେବା କରିବେ ବୋଲି ସେମାନେ ପ୍ରଶ୍ନ କରିଛନ୍ତି।

କୋରାପୁଟ ମେଡିକାଲ କଲେଜରେ ଥିବା ମୋଟ ୧୫ଟି ଆଇସିୟୁ ବେଡ୍ ମଧ୍ୟରୁ ମେଡିସିନ, ସର୍ଜରୀ ଓ ପେଡିଆଟ୍ରିକ ବିଭାଗକୁ ମାତ୍ର ୫ଟି ଲେଖା ଦିଆଯିବା ସମୁଦ୍ରକୁ ଶଙ୍ଖେ। ଏହି ମେଡିକାଲ କଲେଜରେ ମେଡିସିନ ବିଭାଗର ପ୍ରଫେସର ଓ ଆସିଷ୍ଟାଂଟ ପ୍ରଫେସର ପଦବୀ ଖାଲି ଥିବା ମୁଖ୍ୟମନ୍ତ୍ରୀଙ୍କୁ ଜଣା ଅଛି ନା ନାହିଁ ବୋଲି ଏହି ବିଜେପି ନେତା ମାନେ ପ୍ରଶ୍ନ କରିଛନ୍ତି।

କୋରାପୁଟ ମେଡିକାଲ କଲେଜରେ କାଜୁଆଲିଟି ଏ ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ହୋଇନାହିଁ ବୋଲି ମୁଖ୍ୟମନ୍ତ୍ରୀ ବୋଧହୁଏ ଅବଗତ ନାହାନ୍ତି। ୩୦ଟି ଫାର୍ମାସିଷ୍ଟ ପଦବୀ ମଧ୍ୟରେ ମାତ୍ର ୪ଟି ପୂରଣ ହୋଇଛି। ଏଥିରେ କି ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆ ଯାଉଛି ବୋଲି ଏହି ବିଜେପି ନେତା ମାନେ ପ୍ରଶ୍ନ କରିଛନ୍ତି। ଯଦି ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ରୋଗୀ କଲ୍ୟାଣ ସମିତିକୁ ଅର୍ଥ ଦେଇ ରୋଗୀ ସେବା କରିବାକୁ ଚାହୁଁଛନ୍ତି ତା ହେଲେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଅର୍ଥ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ସ୍ୱୀକାର କରୁଛନ୍ତି କି ବୋଲି ସେମାନେ ପ୍ରଶ୍ନ କରିଛନ୍ତି। ଏହି ତିନୋଟି ଯାକ ଜିଲ୍ଲା ରାଜ୍ୟରେ ଗର୍ଭବତୀ ମା ଓ ନବଜାତକ ମୃତ୍ୟୁ ହାରରେ ଖରାପ ସ୍ଥାନରେ ଅଛନ୍ତି ବୋଲି ସରକାରୀ ତଥ୍ୟ କହୁଛି। ୨୦ ବର୍ଷରେ ଏହି ଜିଲ୍ଲାର ସ୍ୱାସ୍ଥ୍ୟ ସେବା କାହିଁକି ବିପର୍ଯ୍ୟସ୍ତ ହୋଇ ପଡିଛି ବୋଲି ରାଜ୍ୟବାସୀଙ୍କୁ କୈଫିୟତ ଦରକାର ବୋଲି ବିଜେପି ନେତା ମାନେ କହିଛନ୍ତି।

ମାଲକାନଗିରି ଜିଲ୍ଲାରେ ଜାପାନୀ ଜ୍ୱର ସମୟରେ ଉପାନ୍ତ ଅଞ୍ଚଳ ମାନଙ୍କରେ ଡାକ୍ତର ନଥିଲୋ ଏବେ ବି ସ୍ଥିତି ଯଥାପୂର୍ବଂ ତଥା ପରଂ। ଏପରି ପରିସ୍ଥିତିରେ ମୁଖ୍ୟମନ୍ତ୍ରୀ ପ୍ରତୀକାତ୍ମକ ଭେଳିକି ନ ଦେଖାଇ ଏହି ଜିଲ୍ଲାବାସୀଙ୍କ ପାଇଁ ସ୍ୱାସ୍ଥ୍ୟସେବାର ଠୋସ ପଦକ୍ଷେପ ନେବା ପାଇଁ ଏହି ପଛୁଆ ଅଞ୍ଚଳର ବିଜେପି ନେତାମାନେ ଦାବି କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story