ଓଡ଼ିଶାରେ ୨୯.୩୫% ଲୋକେ ଗରିବ, ଜାତୀୟ ହାରଠୁ କମ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶାର ମୋଟ ଜନସଂଖ୍ୟାର ୨୯.୩୫% ଲୋକ ଗରିବ ବୋଲି ଆକଳନ କରାଯାଇଛି । ଜାତୀୟ ହାର ତୁଳନାରେ ଓଡ଼ିଶାରେ କମ୍ ଗରିବ ଅଛନ୍ତି ବୋଲି ରାଜ୍ୟ ଯୋଜନା ଓ ସଂଯୋଜନ ମନ୍ତ୍ରୀ ରାଜେନ୍ଦ୍ର ଢ଼ୋଲକିଆ ସୂଚନା ଦେଇଛନ୍ତି। ଆଜି ବିଧାନସଭାରେ ଏକ ପ୍ରଶ୍ନର ଲିଖିତ ଉତ୍ତରରେ ମନ୍ତ୍ରୀ ଶ୍ରୀ ଢ଼ୋଲକିଆ ଦର୍ଶାଇଛନ୍ତି ଯେ, ଦାରିଦ୍ର‌୍ୟ ଦୂରୀକରଣ ପାଇଁ ରାଜ୍ୟ ଚାଲିଥିବା ଓଡ଼ିଶା ଜୀବିକା ମିଶନ, କାଳିଆ ଓ ମମତା ଯୋଜନାରେ ଆର୍ଥିକ ସହାୟତା, ବିଜୁ […]

poor

Ordigital Desk
  • Published: Thursday, 28 July 2022
  • , Updated: 28 July 2022, 10:22 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶାର ମୋଟ ଜନସଂଖ୍ୟାର ୨୯.୩୫% ଲୋକ ଗରିବ ବୋଲି ଆକଳନ କରାଯାଇଛି । ଜାତୀୟ ହାର ତୁଳନାରେ ଓଡ଼ିଶାରେ କମ୍ ଗରିବ ଅଛନ୍ତି ବୋଲି ରାଜ୍ୟ ଯୋଜନା ଓ ସଂଯୋଜନ ମନ୍ତ୍ରୀ ରାଜେନ୍ଦ୍ର ଢ଼ୋଲକିଆ ସୂଚନା ଦେଇଛନ୍ତି।

ଆଜି ବିଧାନସଭାରେ ଏକ ପ୍ରଶ୍ନର ଲିଖିତ ଉତ୍ତରରେ ମନ୍ତ୍ରୀ ଶ୍ରୀ ଢ଼ୋଲକିଆ ଦର୍ଶାଇଛନ୍ତି ଯେ, ଦାରିଦ୍ର‌୍ୟ ଦୂରୀକରଣ ପାଇଁ ରାଜ୍ୟ ଚାଲିଥିବା ଓଡ଼ିଶା ଜୀବିକା ମିଶନ, କାଳିଆ ଓ ମମତା ଯୋଜନାରେ ଆର୍ଥିକ ସହାୟତା, ବିଜୁ ପକ୍କାଘର, ରିହାତି ଦରରେ ଖାଦ୍ୟଶସ୍ୟ ଯୋଗାଣ, ଦକ୍ଷତା ଓ ମିଶନ ଶକ୍ତି ମାଧ୍ୟମରେ ମହିଳାଙ୍କୁ ଆର୍ଥିକ ସଶକ୍ତିକରଣ, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଅନ୍ତର୍ଗତ ନଗଦ ବିହୀନ ଚିକିତ୍ସା, ମନରେଗା ଓ ମୁକ୍ତା ରୋଜନାରେ ରୋଜଗାରର ସୁବ୍ୟବସ୍ଥା ଇତ୍ୟିାଦି ଉଲ୍ଲେଖନୀୟ । ଏହାର ପ୍ରଭାବରେ ରାଜ୍ୟରେ ସମ୍ପୂର୍ଣ୍ଣ ଦାରିଦ୍ର‌୍ୟର ହ୍ରାସ ଘଟୁଛି।

ଯୋଜନା ଆୟୋଗଙ୍କ ଦ୍ୱାରା ତେନ୍ଦୁଲକର ଶୈଳୀରେ ହୋଇଥିବା ଆକଳନ ଅନୁସାରେ ଦାରିଦ୍ର‌୍ୟ ହାର ୨୦୦୪-୦୫ ମସିହାରେ ୫୭.୨% ଥିଲାବେଳେ ୨୦୧୧-୧୨ ମସିହାରେ ୩୨.୬ ପ୍ରତିଶତକୁ ହ୍ରାସ ପାଇଥିଲା । ୨୦୦୪-୦୫ରୁ ୨୦୧୧-୧୨ ବର୍ଷ ମଧ୍ୟରେ ରାଜ୍ୟର ଦାରିଦ୍ର‌୍ୟ ହାର ୨୪.୬ ପ୍ରତିଶତ ହ୍ରାସ ହୋଇଛି।

ତେବେ ରାଜ୍ୟର ଦାରିଦ୍ର‌୍ୟକୁ ମାପିବାର ଏକ ନୂଆ ପଦ୍ଧତି ହେଉଛି ମଲଟି ଡିମେନସିଆଲ ପ୍ରଭର୍ଟି ଇଣ୍ଡେକ୍ସ(ଏମପିଆଇ) ଅନୁସାରେ ସ୍ୱାସ୍ଥ୍ୟ, ଶିକ୍ଷା ଓ ଜୀବନ ଧାରଣର ମାନକୁ ନେଇ ଦାରିଦ୍ର‌୍ୟର ସଂଜ୍ଞା ନିରୂପଣ ହୋଇଥାଏ । ଓଡ଼ିଶାରେ ଦ୍ରାରିଦ୍ୟର ତୀବ୍ରତା ୪୬.୨ ପ୍ରତିଶତ ଥିବାବେଳେ ଜାତୀୟ ହାର ୪୭.୧୩ ପ୍ରତିଶତଠୁ ଏହା କମ୍ ରହିଛି ବୋଲି ମନ୍ତ୍ରୀ ଶ୍ରୀ ଢ଼ୋଲକିଆ ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ପ୍ରଶ୍ନର ଲିଖିତ ଉତ୍ତରରେ ଜଣାଇଛନ୍ତି।

 

Related story