ମୋହନା(ମିହିର ଯତି): ପୁଣି ହଷ୍ଟେଲ ଛାଡ଼ିଲେ ଛାତ୍ରୀ। ଗଜପତି ଜିଲ୍ଲା ମୋହନା ଅନ୍ତରବା କନ୍ୟାଶ୍ରମ ହଷ୍ଟେଲ୍ରେ ଘଟିଛି ଏ ଘଟଣା। ୨୯ ଜଣ ଛାତ୍ରୀ ଏହି ହଷ୍ଟେଲ ଛାଡ଼ି ପଳାଇଛନ୍ତି।
ଗତକାଲି ବିଳମ୍ବିତ ରାତିରେ ଏହି ଛାତ୍ରୀମାନେ ହଷ୍ଟେଲ ଛାଡ଼ିଥିବା ସୂଚନା ମିଳିଛି। ଏହି ଘଟଣା ପରେ ସ୍କୁଲ୍ କର୍ତ୍ତୃପକ୍ଷ ଓ ଜିଲ୍ଲା ମଙ୍ଗଳ ଅଧିକାରୀ ତଦନ୍ତ ଜାରି ରଖିଛନ୍ତି।
ଅନ୍ୟପକ୍ଷରେ ହଷ୍ଟେଲ ଛାଡ଼ିଥିବା ଛାତ୍ରୀମାନଙ୍କ ମଧ୍ୟରୁ କେହି କେହି ଘରେ ପହଞ୍ଚି ନ ଥିବା ସେମାନଙ୍କ ଅଭିଭାବକମାନେ ଅଭିଯୋଗ କରିଛନ୍ତି।
ହଷ୍ଟେଲ୍ ଦାୟିତ୍ୱରେ ଥିବା ଅଧିକାରୀ ଅନ୍ତେବାସୀଙ୍କୁ ସାହାଯ୍ୟ କରୁନଥିବା ଅଭିଯୋଗ ହୋଇଛି।
ସ୍କୁଲ୍ର ପ୍ରଧାନ ଶିକ୍ଷକ କହିଛନ୍ତି, କିଛି ଝିଅ ସେମାନଙ୍କ ଘରକୁ ଯାଇ ନାହାନ୍ତି। କେଉଁଠି ଲୁଚି କି ରହିଯାଇଛନ୍ତି। ଆମେ ସେମାନଙ୍କୁ ଖୋଜିବାକୁ ଚେଷ୍ଟା କରୁଛୁ। ଶିକ୍ଷକମାନେ ସହଯୋଗ କରୁ ନଥିବା ନେଇ ସେମାନେ ପୂର୍ବରୁ ଅଭିଯୋଗ କରିଥିଲେ। ଏହାର ସମାଧାନ କରାଯାଇଥିଲା। ବୋଧହୁଏ ପୁଣି ସେମିତି କିଛି ସମସ୍ୟା ଉପୁଜିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Politics
ତେଜୁଛି ଯାଜପୁର କଳି, ପୁଣି ବିଜେଡି-ବିଜେପି ମୁହାଁମୁହିଁ
ଯାଜପୁର ଘଟଣାକୁ ନେଇ ବିଜେଡି ଓ ବିଜେପି ପୁଣି ମୁହାଁମୁହିଁ ହୋଇଛନ୍ତି। ବିଜେଡି ପ୍ରେସମିଟ୍ କରି ପୁଲିସ ଉପରେ ଦୋଷ ଲଦିଥିବାବେଳେ କାଉଣ୍ଟର କରିଛି ବିଜେପି।
Miscellaneous
ଆସିଲା ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟ ‘ସୁଭଦ୍ରା’ ଟଙ୍କା
୨୦ ଲକ୍ଷରୁ ଅଧିକ ହିତାଧିକାରୀଙ୍କ ଖାତାକୁ ଗଲା 'ସୁଭଦ୍ରା' ଟଙ୍କା। ସୁନ୍ଦରଗଡ଼ରେ ଟଙ୍କା ରିଲିଜ୍ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ।
Crime
ବନ୍ଦ କୋଠରୀରୁ ୮ ଦିନ ପରେ ସ୍ୱାମୀ ଉଦ୍ଧାର, ଖାଇବାକୁ ନଦେଇ ନିସ୍ତୁକ ମାଡ଼ ମାରି ବନ୍ଦୀ କରିଥିଲେ ସ୍ତ୍ରୀ
କସ୍ତାନ୍ତିନ ପରିଛା ଓ ତାଙ୍କ ପତ୍ନୀ ପ୍ରାଣ ରଞ୍ଜନି ପରିଛାଙ୍କ ମଧ୍ୟରେ ଦୀର୍ଘ ଦିନ ଧରି ଝଗଡ଼ା ଲାଗି ରହିଥିଲା।
Accident
ଟୋଲଗେଟ୍କୁ ଧକ୍କା ଦେଇ ଜଳିଗଲା କଣ୍ଟେନର, ଡ୍ରାଇଭର ଜୀବନ୍ତଦଗ୍ଧ
ଗତକାଲି ବିଳମ୍ବିତ ରାତିରେ କଣ୍ଟେନରଟି ପଶ୍ଚିମବଙ୍ଗରୁ ତାମିଲନାଡୁ ଯାଉଥିବା ବେଳେ ଘଟିଛି ଏହି ଦୁର୍ଘଟଣା।