ଗଣଦୁଷ୍କର୍ମ ମାମଲାରେ ୩ ଅଭିଯୁକ୍ତ କୋର୍ଟଚାଲାଣ

ରାଉରକେଲା(ସତ୍ୟାନନ୍ଦ ମହାନ୍ତି): ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁର ଥାନା ଅନ୍ତର୍ଗତ ଖୁକୁଣ୍ଡବହଲ ଜଙ୍ଗଲରେ ଘଟିଥିବା ଗଣଦୁଷ୍କର୍ମ ମାମଲାରେ ୩ ଜଣଙ୍କୁ ପୁଲିସ୍‌ ଗିରଫ କରି ଆଜି କୋର୍ଟଚାଲାଣ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ  ବିଜୟ ଓରାମ,  ରଞ୍ଜିତ ଟପ୍ପୋ ଓ ସଞ୍ଜିତ ଟପ୍ପୋ। ସୂଚନା ଅନୁସାରେ, ପୀଡ଼ିତାଙ୍କ ସହ ଅଭିଯୁକ୍ତ ସଞ୍ଜିତର ସମ୍ପର୍କ ଥିଲା। ଗତ ମଙ୍ଗଳବାର ରାତିରେ ସଞ୍ଜିତ ପୀଡ଼ିତା ଯୁବତୀଙ୍କୁ ଫୋନ୍ କରି ଡାକିଥିଲା। ପୀଡ଼ିତା ତାଙ୍କର ଜଣେ ସାଙ୍ଗଙ୍କ ସହ ସଞ୍ଜିତ କହିଥିବା ସ୍ଥାନକୁ […]

rkl

rkl

Jyoshna Pradhan
  • Published: Friday, 01 November 2019
  • Updated: 01 November 2019, 02:56 PM IST

Sports

Latest News

ରାଉରକେଲା(ସତ୍ୟାନନ୍ଦ ମହାନ୍ତି): ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁର ଥାନା ଅନ୍ତର୍ଗତ ଖୁକୁଣ୍ଡବହଲ ଜଙ୍ଗଲରେ ଘଟିଥିବା ଗଣଦୁଷ୍କର୍ମ ମାମଲାରେ ୩ ଜଣଙ୍କୁ ପୁଲିସ୍‌ ଗିରଫ କରି ଆଜି କୋର୍ଟଚାଲାଣ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ  ବିଜୟ ଓରାମ,  ରଞ୍ଜିତ ଟପ୍ପୋ ଓ ସଞ୍ଜିତ ଟପ୍ପୋ।

ସୂଚନା ଅନୁସାରେ, ପୀଡ଼ିତାଙ୍କ ସହ ଅଭିଯୁକ୍ତ ସଞ୍ଜିତର ସମ୍ପର୍କ ଥିଲା। ଗତ ମଙ୍ଗଳବାର ରାତିରେ ସଞ୍ଜିତ ପୀଡ଼ିତା ଯୁବତୀଙ୍କୁ ଫୋନ୍ କରି ଡାକିଥିଲା। ପୀଡ଼ିତା ତାଙ୍କର ଜଣେ ସାଙ୍ଗଙ୍କ ସହ ସଞ୍ଜିତ କହିଥିବା ସ୍ଥାନକୁ ଯାଇଥିଲେ। ସେଠାରେ ସେମାନେ କଥା ହେଉଥିବା ବେଳେ ସଞ୍ଜିତଙ୍କ ଆଉ ଦୁଇ ସାଙ୍ଗ ବିଜୟ ଓ ରଞ୍ଜିତ ମଧ୍ୟ ସେଠାରେ ପହଞ୍ଚିଥିଲେ। ଏହାପରେ ୩ ଜଣ ଅଭିଯୁକ୍ତ ସେମାନଙ୍କୁ ଟଣା ଓଟରା କରିଥିଲେ। ଏହାକୁ ଦୁଇ ଯୁବତୀ ବିରୋଧ କରିବାରୁ ଯୁବକମାନେ ସେମାନଙ୍କୁ ଜଙ୍ଗଲ ମଧ୍ୟକୁ ଟେକି ନେଇଥିଲେ ।

ଜଣେ ଯୁବତୀ ଦୌଡ଼ି ଖସିଯିବାରେ ସକ୍ଷମ ହୋଇଥିବା ବେଳେ ଅନ୍ୟ ଜଣେ ଯୁବତୀ ଦୁଷ୍କର୍ମର ଶିକାର ହୋଇଥିଲେ। ଏହି ଘଟଣା ସମ୍ପର୍କରେ ବୁଧବାର ସକାଳେ ପୀଡ଼ିତା ତାଙ୍କ ଘରେ କହିଥିଲେ। ଏନେଇ  ତାଙ୍କ ପରିବାର ଲୋକେ ଥାନାରେ ଏତଲା ଦେଇଥିଲେ।ଡାକ୍ତରୀମାଇନା  ପରେ ପୁଲିସ୍‌ ଅଭିଯୁକ୍ତମାନଙ୍କୁ କୋର୍ଟଚାଲାଣ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos