ପେଟ୍ରୋଲ ପକାଇବାକୁ ଗଲେ, ବନ୍ଧୁକ ମୁନରେ ଲୁଟିଲେ

ଖୋର୍ଦ୍ଧା(ବଳରାମ ଲେଙ୍କା): ବନ୍ଧୁକ ଦେଖାଇ ପେଟ୍ରୋଲ ପମ୍ପରୁ ଦୁଇ ଲକ୍ଷରୁ  ଅଧିକ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ। ଏଭଳି ଘଟଣା ଘଟିଛି ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନା ଅନ୍ତର୍ଗତ ଏକ ପେଟ୍ରୋଲ ଟାଙ୍କିରେ। ଦୁର୍ବୃତ୍ତମାନେ ପେଟ୍ରୋଲ ପମ୍ପ କର୍ମଚାରୀଙ୍କୁ  ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ପେଟ୍ରୋଲ ପମ୍ପରେ ଲାଗିଥିବା ସିସିଟିଭିରେ ପୂରା ଘଟଣା କଏଦ ହୋଇଛି। ମିଳିଥିବା ସୂଚନା ଅନୁସାରେ, ଗତକାଲି ରାତି ପ୍ରାୟ ୧୦ଟା ସମୟରେ  ତିନି ଜଣ ଦୁର୍ବୃତ୍ତ ଏକ ବାଇକ୍‌ରେ ପେଟ୍ରୋଲ ପମ୍ପକୁ […]

Loot

Tapaswini Nayak
  • Published: Wednesday, 19 January 2022
  • , Updated: 19 January 2022, 11:14 AM IST

ଖୋର୍ଦ୍ଧା(ବଳରାମ ଲେଙ୍କା): ବନ୍ଧୁକ ଦେଖାଇ ପେଟ୍ରୋଲ ପମ୍ପରୁ ଦୁଇ ଲକ୍ଷରୁ  ଅଧିକ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ। ଏଭଳି ଘଟଣା ଘଟିଛି ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନା ଅନ୍ତର୍ଗତ ଏକ ପେଟ୍ରୋଲ ଟାଙ୍କିରେ।

ଦୁର୍ବୃତ୍ତମାନେ ପେଟ୍ରୋଲ ପମ୍ପ କର୍ମଚାରୀଙ୍କୁ  ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ପେଟ୍ରୋଲ ପମ୍ପରେ ଲାଗିଥିବା ସିସିଟିଭିରେ ପୂରା ଘଟଣା କଏଦ ହୋଇଛି।

ମିଳିଥିବା ସୂଚନା ଅନୁସାରେ, ଗତକାଲି ରାତି ପ୍ରାୟ ୧୦ଟା ସମୟରେ  ତିନି ଜଣ ଦୁର୍ବୃତ୍ତ ଏକ ବାଇକ୍‌ରେ ପେଟ୍ରୋଲ ପମ୍ପକୁ ଆସି ତେଲ ପକାଇବାକୁ କହିଥିଲେ। ପରେ ଦୁଇ ଜଣ ଯୁବକ କେସ କାଉଣ୍ଟରକୁ ଭିତରକୁ ପଶି ଯାଇ ପେଟ୍ରୋଲ ପମ୍ପ  କର୍ମଚାରୀଙ୍କ ମୁଣ୍ଡରେ ବନ୍ଧୁକ ଦେଖାଇ ଭୟଭୀତ କରିଥିଲେ ଓ  ଟଙ୍କା ଦେବାକୁ କହିଥିଲେ। ଟଙ୍କା ଦେବାରୁ ପେଟ୍ରୋଲ କର୍ମଚାରୀ ଅରାଜି ହେବାରୁ ସେମାନଙ୍କୁ ଆକ୍ରମଣ କରି ଦୁଇ ଲକ୍ଷ ଟଙ୍କା ନେଇ ଚମ୍ପଟ ମାରିଥିଲେ।

ପେଟ୍ରୋଲ ପମ୍ପ ବାହାରେ ଦୁର୍ବୃତ୍ତମାନେ ଫାଙ୍କା ଗୁଳି ଚାଳନା କରିଥିବା ଜଣାପଡ଼ିଛି। ପୁଲିସ ଏପର୍ଯ୍ୟନ୍ତ କାହାକୁ ଗିରଫ କରି ନାହିଁ। ଜଙ୍କିଆ ଥାନା ପୁଲିସ ସିସିଟିଭି ଫୁଟେଜ୍ ଆଧାରରେ ଘଟଣାର ଛାନଭିନ୍ କରୁଛି।

Related story