ଗୋଷ୍ଠୀ ସଂଘର୍ଷ, ୩ ଆହତ

ବଲାଙ୍ଗିର(ଓଡ଼ିଶା ରିପୋର୍ଟର): ବଲାଙ୍ଗିର ଜିଲ୍ଲା ଗୋପାଳଜୀ ମନ୍ଦିର ନିକଟ ବଜାରରେ ଗତକାଲି ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟିଛି। ଏଥିରେ ୩ ଜଣ ଆହତ ହୋଇଛନ୍ତି। ପୋଲିସ୍‌ ୩ ଜଣ ଗଣ୍ଡଗୋଳକାରୀଙ୍କୁ ଅଟକ ରଖିଛି ।

ସାମାନ୍ୟ ଘଟଣାରୁ ଉଭୟ ଗୋଷ୍ଠୀ ମଧ୍ୟରେ ପ୍ରଥମେ ଯୁକ୍ତିତର୍କ ହୋଇଥିଲା। ଏହାପରେ ଘଟଣା ଉଗ୍ରରୂପ ଧାରଣା କରି ଉଭୟ ଗୋଷ୍ଠୀଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା। ପୋଲିସ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲା।