ଚାକିରୀ ଦେବେ କହି ଠକି ନେଲେ ୬୯ ହଜାର

ଅନୁଗୋଳ (ବିରଜା ପ୍ରସାଦ ଦାସ): ପୁଣି ଚାକିରୀ ଦେବା ନାଁରେ ଠକେଇ ଅଭିଯୋଗ। ନିଯୁକ୍ତ ଦେବାକୁ କହି ଠକି ନେଲେ ହଜାର ହଜାର ଟଙ୍କା। ଏଭଳି ଘଟଣା ଘଟିଛି ଅନୁଗୋଳ ଜିଲ୍ଲାରେ। ପୁଲିସ ଉକ୍ତ ଠକେଇ ଘଟଣାରେ ୩ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ରାଜକିଶୋରପଡ଼ାର ରଞ୍ଜନ କୁମାର ତ୍ରିପାଠୀ, ତାଙ୍କ ସ୍ତ୍ରୀ ମିତାଲି ତ୍ରିପାଠୀ ଏବଂ ରେଙ୍ଗାଳି ଅଞ୍ଚଳର ରଞ୍ଜନ କୁମାର ସାହୁ। ସୂଚନା ମୁତାବକ, ଗତବର୍ଷ ଡିସେମ୍ବର ୫ ତାରିଖ ଦିନ […]

Job-Fraud

Madhupriya Mistry
  • Published: Sunday, 28 February 2021
  • , Updated: 28 February 2021, 11:34 AM IST

ଅନୁଗୋଳ (ବିରଜା ପ୍ରସାଦ ଦାସ): ପୁଣି ଚାକିରୀ ଦେବା ନାଁରେ ଠକେଇ ଅଭିଯୋଗ। ନିଯୁକ୍ତ ଦେବାକୁ କହି ଠକି ନେଲେ ହଜାର ହଜାର ଟଙ୍କା। ଏଭଳି ଘଟଣା ଘଟିଛି ଅନୁଗୋଳ ଜିଲ୍ଲାରେ। ପୁଲିସ ଉକ୍ତ ଠକେଇ ଘଟଣାରେ ୩ ଜଣଙ୍କୁ ଗିରଫ କରିଛି।

ଗିରଫ ଅଭିଯୁକ୍ତମାନେ ହେଲେ ରାଜକିଶୋରପଡ଼ାର ରଞ୍ଜନ କୁମାର ତ୍ରିପାଠୀ, ତାଙ୍କ ସ୍ତ୍ରୀ ମିତାଲି ତ୍ରିପାଠୀ ଏବଂ ରେଙ୍ଗାଳି ଅଞ୍ଚଳର ରଞ୍ଜନ କୁମାର ସାହୁ।

ସୂଚନା ମୁତାବକ, ଗତବର୍ଷ ଡିସେମ୍ବର ୫ ତାରିଖ ଦିନ ଏକ ଦୈନିକ ଖବରକାଗଜରେ ନିଯୁକ୍ତି ବିଜ୍ଞାପନ ବାହାରିଥିଲା। ସେଥିରେ ଓଡ଼ିଶାର ବିଭିନ୍ନ ଶିଳ୍ପାଞ୍ଚଳ ପାଇଁ ପ୍ରାର୍ଥୀ ଆବଶ୍ୟକ ବୋଲି ବିଜ୍ଞାପନ ଦିଆଯାଇଥିଲା ।

ବିଜ୍ଞାପନ ପଢ଼ି ଗଜପତି ଜିଲ୍ଲା ପାରଳାଖେମୁଣ୍ଡିରେ ରହୁଥିବା ପି.ଧର୍ମା ରାଓ  ନିଜ ପୁଅ ପାଇଁ  ଆବେଦନ କରିଥିଲେ । ଆବେଦନ ଫର୍ମକୁ ବିଜ୍ଞାପନରେ ଦିଆଯାଇଥିବା ଇ-ମେଲକୁ ପଠାଇଥିଲେ ।

କିଛି ସମୟ ପରେ ଏକ ମୋବାଇଲ ନମ୍ବରରୁ ତାଙ୍କ ପାଖକୁ ଫୋନ୍ ଆସିଥିଲା । ପଞ୍ଜୀକରଣ ପାଇଁ ୫୨ ହଜାର ଟଙ୍କା ଦେବାକୁ ହେବ ବୋଲି କହିବା ସହ ଏକ ନିର୍ଦିଷ୍ଟ ବ୍ୟାଙ୍କ ଆକାଉଣ୍ଟରେ ଡିପୋଜିଟ ପାଇଁ କହି ଆକାଉଣ୍ଟ ନମ୍ବର ଦେଇଥିଲେ ।

ପୁଅର ଚାକିରୀ ପାଇଁ ଚିନ୍ତିତ ଥିବା ପି.ଧର୍ମା ରାଓ ୫୨ ହଜାର ଟଙ୍କା ବ୍ୟାଙ୍କ ଆକାଉଣ୍ଟରେ ଡ଼ିପୋଜିଟ କରିଥିଲେ। ତେବେ ଟଙ୍କା ପଠାଇବା ପରେ ନିଯୁକ୍ତି ପତ୍ର ମାଗିଥିଲେ ପି.ଧର୍ମାରାଓ । କିନ୍ତୁ ଠକମାନେ ତାଙ୍କ ଫୋନ ରିସିଭ କରି ନଥିଲେ । ତେବେ ଏହାର କିଛି ଦିନ ପରେ ପୁଣି ଥରେ ୧୫ ହଜାର ଟଙ୍କା ମଗା ଯାଇଥିଲା । ପୂର୍ବ ଟଙ୍କା ଫେରାଇବାକୁ କହିବା ପରେ ଏନେଇ ଠକମାନେ ପୁଣି ଥରେ ୨ ହଜାର ଟଙ୍କା ମାଗିଥିଲେ। ୨ ହଜାର ଟଙ୍କା ଡିପୋଜିଟ କରିବା ପରେ ମଧ୍ୟ ପି.ଧର୍ମାରାଓ ଆଉ ଟଙ୍କା ଫେରି ପାଇ ନଥିଲେ। ଆଉ ଠକମାନେ ଫୋନ ସୁଇଚ ଅଫ୍ କରିଦେଇଥିଲେ।

ପରେ ଠକେଇର ଶିକାର ହୋଇଥିବା ନେଇ ଅନୁଗୋଳ ପୁଲିସ ନିକଟରେ ପି.ଧର୍ମାରାଓ ଅଭିଯୋଗ କରିଥିଲେ । ଅନୁଗୋଳ ଥାନାଧିକାରୀ ମାମଲାର ତଦନ୍ତ କରି ରଞ୍ଜନ ତ୍ରିପାଠୀ ତାଙ୍କ ସ୍ତ୍ରୀ ମିତାଲିଙ୍କ ସହ ଘଟଣାରେ ସଂପୃକ୍ତ ଅନ୍ୟଜଣେ ଯୁବକ ରଞ୍ଜନ ସାହୁଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି ।

ଅଭିଯୁକ୍ତମାନଙ୍କ ଠାରୁ ପୁଲିସ ୩ଟି ବ୍ୟାଙ୍କ ପାସବୁକ , ୩ଟି ଏଟିଏମ କାର୍ଡ , ୩ଟି ମୋବାଇଲ ଫୋନ , ପ୍ୟାନ କାର୍ଡ , ଆଧାର କାର୍ଡ ଏବଂ ଗୋଟିଏ ମୋଟର ସାଇକେଲ ଜବତ କରିଛି ।

Related story