ଶିକାର କରିବାକୁ ଯାଇ ବନ୍ଧା ହେଲେ

ଉଦଳା(ମାନସ ପାଣି): ମୟୁରଭଞ୍ଜ ଜିଲ୍ଲା ଶିମିଳିପାଳ ଅଭୟାରଣ୍ୟର ହାତୀଶୋଳ ବିଟ୍‌ ଚାରି ଛକ ନିକଟରେ ଗତକାଲି ବିଳମ୍ୱିତ ରାତିରେ ବନବିଭାଗ ଓ ଏସଟିଏଫ୍ ଟିମ୍‌ ପାଟ୍ରୋଲିଂ  କରିବା ସମୟରେ ୩ ଜଣ ଶିକାରୀଙ୍କୁ ଗିରଫ କରିଛି। ସେମାନଙ୍କ ନିକଟରୁ ତିନୋଟି ବନ୍ଧୁକ ଜବତ କରାଯାଇଛି। ଗିରଫ ଶିକାରୀମାନେ ହେଲେ ଫୁଲବାଡ଼ିଆ ଏବଂ ଗୁଡିଆଧର ଗାଁର ଚାରୁଚନ୍ଦ୍ର ସିଂ, ନବ କଟୁଆଳ ଏବଂ ସୁଦାମ ସିଂ। ଗିରଫ ଅଭିଯୁକ୍ତମାନଙ୍କୁ ଆଜି ଉଦଳା ଏସଡିଜେଏମ୍‌ କୋର୍ଟରେ ହାଜର କରାଯାଇ କୋର୍ଟଚାଲାଣ […]

udala

Jyoshna Pradhan
  • Published: Monday, 10 June 2019
  • , Updated: 10 June 2019, 03:05 PM IST

ଉଦଳା(ମାନସ ପାଣି): ମୟୁରଭଞ୍ଜ ଜିଲ୍ଲା ଶିମିଳିପାଳ ଅଭୟାରଣ୍ୟର ହାତୀଶୋଳ ବିଟ୍‌ ଚାରି ଛକ ନିକଟରେ ଗତକାଲି ବିଳମ୍ୱିତ ରାତିରେ ବନବିଭାଗ ଓ ଏସଟିଏଫ୍ ଟିମ୍‌ ପାଟ୍ରୋଲିଂ  କରିବା ସମୟରେ ୩ ଜଣ ଶିକାରୀଙ୍କୁ ଗିରଫ କରିଛି। ସେମାନଙ୍କ ନିକଟରୁ ତିନୋଟି ବନ୍ଧୁକ ଜବତ କରାଯାଇଛି।

ଗିରଫ ଶିକାରୀମାନେ ହେଲେ ଫୁଲବାଡ଼ିଆ ଏବଂ ଗୁଡିଆଧର ଗାଁର ଚାରୁଚନ୍ଦ୍ର ସିଂ, ନବ କଟୁଆଳ ଏବଂ ସୁଦାମ ସିଂ। ଗିରଫ ଅଭିଯୁକ୍ତମାନଙ୍କୁ ଆଜି ଉଦଳା ଏସଡିଜେଏମ୍‌ କୋର୍ଟରେ ହାଜର କରାଯାଇ କୋର୍ଟଚାଲାଣ କରାଯାଇଛି।

Related story