ପ୍ରଜା କୋର୍ଟରେ ୩ ଭାଇଙ୍କୁ ନିସ୍ତୁକ ପିଟିଲେ, ଲକ୍ଷେ ଜରିମାନା କଲେ

ନିଳଗିରି(ଓଡ଼ିଶା ରିପୋର୍ଟର):  ଗୁଣି ସନ୍ଦେହରେ ୩ ଭାଇଙ୍କୁ ନିସ୍ତୁକ ପିଟିଲେ ଗାଁ ଲୋକ । ବାଲେଶ୍ୱର ଜିଲ୍ଲା ବରହମପୁର ଥାନା ଅନ୍ତର୍ଗତ ହୁଡ଼ିସାହିରେ ଘଟିଛି ଏପରି ଅଭାବନୀୟ ଘଟଣା। ଗାଁରେ କିଛି ବ୍ୟକ୍ତି ଅସୁସ୍ଥ  ହୋଇ ପଡିବାରୁ ଗୁଣିଗାରେଡ଼ି ସନ୍ଦେହ କରିଥିଲେ ଗ୍ରାମବାସୀ ।  ଗୋଟିଏ ପରିବାରର ୩ ଭାଇ ଏହା କରୁଥିବା ସନ୍ଦେହ କରି ସେମାନଙ୍କୁ ଘରୁ ଡାକି ନେଇ ଗାଁ ଦାଣ୍ଡରେ ନିସ୍ତୁକ ପିଟିଲେ।   ଏହାବାଦ ପ୍ରଜାକୋର୍ଟ କରି ୧ ଲକ୍ଷ ଟଙ୍କା ଜରିମାନା […]

victims

victims

Niharika Rout
  • Published: Saturday, 09 October 2021
  • Updated: 09 October 2021, 12:15 PM IST

Sports

Latest News

ନିଳଗିରି(ଓଡ଼ିଶା ରିପୋର୍ଟର):  ଗୁଣି ସନ୍ଦେହରେ ୩ ଭାଇଙ୍କୁ ନିସ୍ତୁକ ପିଟିଲେ ଗାଁ ଲୋକ । ବାଲେଶ୍ୱର ଜିଲ୍ଲା ବରହମପୁର ଥାନା ଅନ୍ତର୍ଗତ ହୁଡ଼ିସାହିରେ ଘଟିଛି ଏପରି ଅଭାବନୀୟ ଘଟଣା।

ଗାଁରେ କିଛି ବ୍ୟକ୍ତି ଅସୁସ୍ଥ  ହୋଇ ପଡିବାରୁ ଗୁଣିଗାରେଡ଼ି ସନ୍ଦେହ କରିଥିଲେ ଗ୍ରାମବାସୀ ।  ଗୋଟିଏ ପରିବାରର ୩ ଭାଇ ଏହା କରୁଥିବା ସନ୍ଦେହ କରି ସେମାନଙ୍କୁ ଘରୁ ଡାକି ନେଇ ଗାଁ ଦାଣ୍ଡରେ ନିସ୍ତୁକ ପିଟିଲେ।   ଏହାବାଦ ପ୍ରଜାକୋର୍ଟ କରି ୧ ଲକ୍ଷ ଟଙ୍କା ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ନ ଦେଲେ ପରିସ୍ଥିତି ଭୟଙ୍କର ହେବ ବୋଲି ଚେତାବନୀ ବି ଦେଇଛନ୍ତି।

ଘଟଣାକୁ ନେଇ ହୁଡ଼ିସାହି ଗାଁରେ ଏବେବି ଉତ୍ତେଜନା ଲାଗି ରହିଛି । ଘଟଣାସ୍ଥଳରେ ପୁଲିସ୍‌  ପହଞ୍ଚି ସ୍ଥିତି ଉପରେ ନଜର ରଖିଛି। ଏହି ଘଟଣାରେ କାହାକୁ ଗିରଫ କରାଯାଇ ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos