ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଆଉ ୩ ମୁଣ୍ଡ ନେଲା କରୋନା । ଫଳରେ ରାଜ୍ୟରେ ସମୁଦାୟ କରୋନାଜନିତ ମୃତ୍ୟୁ ସଂଖ୍ୟା ୮୬ରେ ପହଞ୍ଚି ଯାଇଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।
Regret to inform the demise of 3 Covid positive patients while under treatment in hospitals.
1. A 63-year old Male of Ganjam district.
2. A 60-year old Male of Ganjam district.
3. A 48-year old female of Gajapati district who was also suffering from obesity and sleep apnea.
— H & FW Dept Odisha (@HFWOdisha) July 18, 2020
୩ ମୃତକଙ୍କ ମଧ୍ୟରେ ଗଞ୍ଜାମ ଜିଲ୍ଲାର ୨ ବୃଦ୍ଧ ଥିବା ବେଳେ ଗଜପତି ଜିଲ୍ଲାର ଜଣେ ମହିଳା ଅଛନ୍ତି। ଗଞ୍ଜାମରେ ମୃତ୍ୟୁ ସଂଖ୍ୟା ୫୨ରେ ପହଞ୍ଚିଥିବା ବେଳେ ଗଜପତିରେ ଏହି ସଂଖ୍ୟା ୩ ଛୁଇଁଲା।
ଗଞ୍ଜାମ ଜିଲ୍ଲାର ୨ ମୃତକ ପୁରୁଷ ହୋଇଥିବା ବେଳେ ସେମାନଙ୍କ ବୟସ ଯଥାକ୍ରମେ ୬୩ ଓ ୬୦ ବର୍ଷ ବୋଲି ଜଣାଯାଇଛି। ସେହିପରି ଗଜପତିର ମୃତା ମହିଳାଙ୍କ ବୟସ ୪୮ ବର୍ଷ ବୋଲି ଜଣାଯାଇଛି। ମୃତ ମହିଳାଜଣକ ପୂର୍ବରୁ ମେଦବହୁଳତା ଓ ନିଦ୍ରାହିନତାଜନିତ ରୋଗରେ ପୀଡ଼ିତ ଥିବା ଜଣାଯାଇଛି।
TAGS
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।