୪ଦିନ ପରେ ରାଜ୍ୟରେ ଲାଗୁ ହେବ ପ୍ରଥମ ପର୍ଯ୍ୟାୟ ଖାଦ୍ୟ ସୁରକ୍ଷା ଆଇନ; ମାଲକାନଗିରି ଓ ବଲାଙ୍ଗିର ଜିଲ୍ଲାରେ ୧୨ ହଜାରରୁ ଅଧିକ ହିତାଧିକାରୀଙ୍କୁ ମିଳିନି ଡିଜିଟାଲ ରେସନ କାର୍ଡ

ଭୁବନେଶ୍ୱର: ନଭେମ୍ୱର ପହିଲାରୁ ରାଜ୍ୟରେ ଲାଗୁ ହେବ ପ୍ରଥମ ପର୍ଯ୍ୟାୟ ଖାଦ୍ୟ ସୁରକ୍ଷା ଆଇନ। ତେବେ କିଛି ଜିଲ୍ଲାରେ ଡିଜିଟାଲ କାର୍ଡ ବଣ୍ଟା ସରିନାହିଁ। ମାଲାକାନାଗିରି ଓ ବଲାଙ୍ଗିର ଜିଲ୍ଲାର ୧୨ ହଜାରରୁ ଅଧିକ ହିତାଧୀକାରୀଙ୍କ ପାଖରେ ପହଞ୍ଚିନାହିଁ ଡିଜିଟାଲ ରେସନ କାର୍ଡ। ପ୍ରଥମ ପର୍ଯ୍ୟାୟ ଖାଦ୍ୟ ସୁରକ୍ଷା ଆଇନ୍ ଲାଗୁ ହେବାକୁ ଥିବା ୧୪ଟି ଜିଲ୍ଲା ମଧ୍ୟରୁ ଅନ୍ୟ କିଛି ଜିଲ୍ଲାରେ ମଧ୍ୟ କାର୍ଡ ବଣ୍ଟା ସରିନି। ତେଣୁ ଆସନ୍ତା ପହିଲାରୁ ଏସବୁ ଜିଲ୍ଲାର ହିତାଧିକାରୀଙ୍କୁ  […]

rasancard

Rakesh Mallick
  • Published: Wednesday, 28 October 2015
  • , Updated: 28 October 2015, 02:57 PM IST

ଭୁବନେଶ୍ୱର: ନଭେମ୍ୱର ପହିଲାରୁ ରାଜ୍ୟରେ ଲାଗୁ ହେବ ପ୍ରଥମ ପର୍ଯ୍ୟାୟ ଖାଦ୍ୟ ସୁରକ୍ଷା ଆଇନ। ତେବେ କିଛି ଜିଲ୍ଲାରେ ଡିଜିଟାଲ କାର୍ଡ ବଣ୍ଟା ସରିନାହିଁ। ମାଲାକାନାଗିରି ଓ ବଲାଙ୍ଗିର ଜିଲ୍ଲାର ୧୨ ହଜାରରୁ ଅଧିକ ହିତାଧୀକାରୀଙ୍କ ପାଖରେ ପହଞ୍ଚିନାହିଁ ଡିଜିଟାଲ ରେସନ କାର୍ଡ। ପ୍ରଥମ ପର୍ଯ୍ୟାୟ ଖାଦ୍ୟ ସୁରକ୍ଷା ଆଇନ୍ ଲାଗୁ ହେବାକୁ ଥିବା ୧୪ଟି ଜିଲ୍ଲା ମଧ୍ୟରୁ ଅନ୍ୟ କିଛି ଜିଲ୍ଲାରେ ମଧ୍ୟ କାର୍ଡ ବଣ୍ଟା ସରିନି। ତେଣୁ ଆସନ୍ତା ପହିଲାରୁ ଏସବୁ ଜିଲ୍ଲାର ହିତାଧିକାରୀଙ୍କୁ  ରିହାତି ଦରରେ ଖାଦ୍ୟଶସ୍ୟ ଯୋଗାଣ ସମ୍ଭବ ହେବ ନାହିଁ। ତେବେ ନଭେମ୍ବର ୧୬ରୁ ୨୧ ତାରିଖ ମଧ୍ୟରେ ଏହି ୧୪ ଜିଲ୍ଲାର ୨୬ ଲକ୍ଷ ୪୦ ହଜାର ହିତାଧିକାରୀ ଖାଦ୍ୟ ଶସ୍ୟ ପାଇବେ ବୋଲି ଯୋଗାଣ ସଚିବ ମଧୁସୂଦନ ପାଢୀ କହିଛନ୍ତି।

ଅନ୍ୟପକ୍ଷରେ ଦ୍ୱିତୀୟ ପର୍ଯ୍ୟାୟ ଖାଦ୍ୟ ସୁରକ୍ଷା ଆଇନ୍ ଲାଗୁ ପାଇଁ ଅବଶିଷ୍ଟ ୧୬ ଟି ଜିଲ୍ଲାରେ ଆସନ୍ତା କାଲିଠାରୁ କାର୍ଡ ବଣ୍ଟନ ଆରମ୍ଭ ହେବ। ବାରିପଦାରେ କାର୍ଡ ବଣ୍ଟନ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଦ୍ୱିତୀୟ ପର୍ଯ୍ୟାୟରେ ୫୨ ଲକ୍ଷ ୮୮ ହଜାର ୬୮୧ ପରିବାରର ୨ କୋଟି ୧ ଲକ୍ଷ ୭୯ ହଜାର ୬୦୫ ହିତାଧିକାରୀ ଉପକୃତ ହେବେ ବୋଲି କହିଛନ୍ତି ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ସଂଜୟ ଦାସବର୍ମା।

ସୂଚନାଯୋଗ୍ୟ, ଖାଦ୍ୟ ସୁରକ୍ଷା ଯୋଜନାରୁ ବାଦ୍ ପଡିବାକୁ ନେଇ କିଛି ସ୍ଥାନରେ ଆବେଦନକାରୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଗତକାଲି ଅନୁଗୁଳ ଧୋକୁଟାରେ କିଛି ମହିଳା ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ ଟଣାଓଟରା କରିଥିଲେ।

Related story