ଦନ୍ତାହାତୀ କଙ୍କାଳ ଠାବ ଘଟଣାରେ ଦୁଇ ଫରେଷ୍ଟର ନିଲମ୍ବିତ, ୩ କୋର୍ଟ ଚାଲାଣ

ଅନୁଗୋଳ(ବିରଜା ଦାସ): ସାତକୋଶିଆ ଅଭୟାରଣ୍ୟ ଅନ୍ତର୍ଗତ ଜିଲିଣ୍ଡା ରେଞ୍ଜରେ ଏକ ଦନ୍ତାହାତୀର କଙ୍କାଳ ମିଳିବା ଘଟଣାରେ ୨ ଫରେଷ୍ଟର ନିଲମ୍ବିତ ହୋଇଥିବା ବେଳେ ୩ ଜଣଙ୍କୁ ଗିରଫ କରାଯାଇଛି। ଏନେଇ ଆଜି ସାତକୋଶିଆ ଡିଏଫ୍‌ଓ ସରୋଜ ପଣ୍ଡା ସୂଚନା ଦେଇଛନ୍ତି। ନିଲମ୍ବିତ ଦୁଇ ଫରେଷ୍ଟର ହେଲେ ସହଦେଵ ସୋରେନ ଏବଂ ଅନୁପମା ସାହୁ । ଏଥିସହ ରେଞ୍ଜ ଅଫିସରଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସେ ଉପରିସ୍ଥ ଅଧିକାରୀଙ୍କୁ ଅବଗତ କରିଛନ୍ତି। ହାତୀ ଶିକାର କରିଥିବା ୩ ଜଣଙ୍କୁ […]

satakosiaa

  • Published: Saturday, 25 June 2022
  • , Updated: 25 June 2022, 09:19 PM IST

ଅନୁଗୋଳ(ବିରଜା ଦାସ): ସାତକୋଶିଆ ଅଭୟାରଣ୍ୟ ଅନ୍ତର୍ଗତ ଜିଲିଣ୍ଡା ରେଞ୍ଜରେ ଏକ ଦନ୍ତାହାତୀର କଙ୍କାଳ ମିଳିବା ଘଟଣାରେ ୨ ଫରେଷ୍ଟର ନିଲମ୍ବିତ ହୋଇଥିବା ବେଳେ ୩ ଜଣଙ୍କୁ ଗିରଫ କରାଯାଇଛି। ଏନେଇ ଆଜି ସାତକୋଶିଆ ଡିଏଫ୍‌ଓ ସରୋଜ ପଣ୍ଡା ସୂଚନା ଦେଇଛନ୍ତି। ନିଲମ୍ବିତ ଦୁଇ ଫରେଷ୍ଟର ହେଲେ ସହଦେଵ ସୋରେନ ଏବଂ ଅନୁପମା ସାହୁ । ଏଥିସହ ରେଞ୍ଜ ଅଫିସରଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସେ ଉପରିସ୍ଥ ଅଧିକାରୀଙ୍କୁ ଅବଗତ କରିଛନ୍ତି। ହାତୀ ଶିକାର କରିଥିବା ୩ ଜଣଙ୍କୁ ଗିରଫ ପରେ ଆଜି କୋର୍ଟ ଚାଲାଣ କରାଯାଇଥିଲା।

ସୂଚନା ଥାଉକି, ପ୍ରାୟ ବର୍ଷେ ପୂର୍ବେ ଜିଲିଣ୍ଡା ରେଞ୍ଜରେ ଶିକାରୀମାନେ ଏକ ଦନ୍ତା ହାତୀକୁ ମାରି ତାର ଦାନ୍ତ କାଟିନେଇଥିଲେ। ହାତୀର ମୃତଦେହକୁ ଶିକାର କରିଥିବା ସ୍ଥାନରେ ପୋତିଦେଇଥିଲେ। ହାତୀକୁ ମାରି ପୋତିବାରେ ବନ ବିଭାଗର ଏହି ଅଧିକାରୀମାନେ ସହଯୋଗ କରିଥିଲେ। ଏହି ଘଟଣା ସାତକୋଶିଆ ଡିଏଫ୍‌ଓ ଜାଣିବା ପରେ ଆରମ୍ଭ କରିଥିଲେ ତଦନ୍ତ।

ତଦନ୍ତରେ ଏହା ଜଣାପଡ଼ିବା ପରେ କାର୍ଯ୍ୟରେ ଅବହେଳା କରିଥିବା ୨ ଜଣ ଫରେଷ୍ଟରଙ୍କୁ  ନିଲମ୍ବିତ କରାଯାଇଛି। ଆଉ ଯେଉଁମାନେ ଧରାପଡ଼ିବେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଡିଏଫ୍‌ଓ କହିଛନ୍ତି।

Related story