ମାଲକାନଗିରି (ଜିତେନ୍ଦ୍ର ବେଉରା): ୩ ଧରି ଚାଲିଥିବା ମାଲକାନଗିରି ଜିଲ୍ଲା ମାଲ୍ୟବନ୍ତ ମହୋତ୍ସବରେ ଦଳାଚକଟା ହୋଇଛି। ଏଥିରେ ୩ ଜଣ ଆହତ ହୋଇଛନ୍ତି। ଆହତମାନଙ୍କୁ ମାଲକାନଗିରି ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ପ୍ରାଥମିକ ଚିକିତ୍ସା ପରେ ସେମାନେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।
ପ୍ରତି ବର୍ଷ ଜାନୁଆରୀ ମାସରେ ମାଲ୍ୟବନ୍ତ ମହୋତ୍ସବ ମାଲକାନଗିରି ଜିଲ୍ଲାରେ ହୋଇଥାଏ। କରୋନା ଯୋଗୁ ୨ବର୍ଷ ହେଲା ଏହି ମହୋତ୍ସବଟି ବନ୍ଦ ଥିଲା। ଚଳିତ ବର୍ଷ କରୋନା କଟକଣା ହଟିଯାଇଥିବାରୁ ମହୋତ୍ସବଟି ହୋଇଥିଲା। ୧୫ ତାରିଖରୁ ମହୋତ୍ସବଟି ଆରମ୍ଭ ହୋଇଥିବା ବେଳେ ଗତକାଲି ଶେଷ ଦିନ ଥିଲା।
ଗତକାଲି ସନ୍ଧ୍ୟାରେ ଏହି ମହୋତ୍ସବରେ ୪୦ ହଜାରରୁ ଅଧିକ ଲୋକଙ୍କ ସମାଗମ ହୋଇଥିଲା। ପଡ଼ିଆରେ କ୍ଷମତା ଅନୁଯାୟୀ ଅତ୍ୟଧିକ ଲୋକଙ୍କ ସମାଗମ ହେବାରୁ ପୁଲିସ ପଡ଼ିଆ ଭିତରକୁ ଯିବାକୁ ବାରଣ କରିଥିଲା। ହେଲେ ଲୋକମାନେ ତାହା ନ ମାନି ପଡ଼ିଆ ଭିତରକୁ ପ୍ରବେଶ କରିଥିଲେ। ପ୍ରବଳ ଲୋକଙ୍କ ସମାଗମ ଯୋଗୁ ଦଳାଚକଟା ହୋଇଥିଲା। ଏଥିରେ ୩ଜଣ ଲୋକ ଆହତ ହୋଇଥିଲେ।