ବସ୍‌କୁ ପିଟିଲା ହାଇୱା, ୪ ଶ୍ରମିକଙ୍କ ମୃତ୍ୟୁ

ଝାରସୁଗୁଡ଼ା (ଓଡ଼ିଶା ରିପୋର୍ଟର): ବସ୍‌କୁ ପିଟିଲା ହାଇୱା। ୪ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ୯ ଆହତ ଶ୍ରମିକଙ୍କୁ ଗୁରୁତର ଝାରସୁଗୁଡ଼ା ମେଡ଼ିକାଲରେ ଭର୍ତ୍ତି କରାଯାଇଛି। ସମ୍ବଲପୁର- ଝାରସୁଗୁଡ଼ା ବିଜୁ ଏକ୍ସପ୍ରେସ୍‌ ୱେରେ ଘଟିଛି ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ସମ୍ୱଲପୁର ଜିଲ୍ଲା ଖେରୁଆଲ ନିକଟରେ ରହିଛି JSW କାରଖାନା। ଏହି କାରଖାନାର ୩୦ରୁ ୩୫ ଜଣ ଶ୍ରମିକ କାମ ସାରି ଏକ ବସ୍‌ରେ ଝାରସୁଗୁଡ଼ା ଅଭିମୁଖେ ଫେରୁଥିଲେ। ତେବେ ସମ୍ବଲପୁର- ଝାରସୁଗୁଡ଼ା ବିଜୁ ଏକ୍ସପ୍ରେସ୍‌ ୱେରେ […]

Bus-Accident

  • Published: Friday, 16 September 2022
  • , Updated: 16 September 2022, 09:19 PM IST

ଝାରସୁଗୁଡ଼ା (ଓଡ଼ିଶା ରିପୋର୍ଟର): ବସ୍‌କୁ ପିଟିଲା ହାଇୱା। ୪ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ୯ ଆହତ ଶ୍ରମିକଙ୍କୁ ଗୁରୁତର ଝାରସୁଗୁଡ଼ା ମେଡ଼ିକାଲରେ ଭର୍ତ୍ତି କରାଯାଇଛି। ସମ୍ବଲପୁର- ଝାରସୁଗୁଡ଼ା ବିଜୁ ଏକ୍ସପ୍ରେସ୍‌ ୱେରେ ଘଟିଛି ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା।

ସମ୍ୱଲପୁର ଜିଲ୍ଲା ଖେରୁଆଲ ନିକଟରେ ରହିଛି JSW କାରଖାନା। ଏହି କାରଖାନାର ୩୦ରୁ ୩୫ ଜଣ ଶ୍ରମିକ କାମ ସାରି ଏକ ବସ୍‌ରେ ଝାରସୁଗୁଡ଼ା ଅଭିମୁଖେ ଫେରୁଥିଲେ। ତେବେ ସମ୍ବଲପୁର- ଝାରସୁଗୁଡ଼ା ବିଜୁ ଏକ୍ସପ୍ରେସ୍‌ ୱେରେ ନିଖିଲ ଢ଼ାବା ନିକଟରେ ଥିବା ବୁଲାଣି ରାସ୍ତାରେ ସମ୍ମୁଖରୁ ଆସୁଥିବା ହାଇୱା ଗାଡିଟି ବସ୍‌କୁ ପିଟି ଦେଇଥିଲା। ଫଳରେ ବସ୍‌ ଭିତରେ ଥିବା ଶ୍ରମିକମାନେ ଗୁରୁତର ଆହତ ହୋଇଥିଲେ। ସମସ୍ତଙ୍କୁ ଉଦ୍ଧାର କରାଯାଇ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ୪ ଜଣ ଶ୍ରମିକଙ୍କ ମୃତ ଘୋଷଣା କରିଥିଲେ।

ଗୁରୁତର ଥିବା ୯ ଶ୍ରମିକଙ୍କୁ ସେଠାରେ ଚିକିତ୍ସା କରାଯାଉଛି। ଦୁର୍ଘଟଣା ସମ୍ପର୍କରେ ଖବର ପାଇ JSW କାରଖାନାର ଉଚ୍ଚ ପଦସ୍ଥ କର୍ମଚାରୀମାନେ ମେଡ଼ିକାଲ୍‌ରେ ପହଞ୍ଚିଛନ୍ତି। ଆହତ ଶ୍ରମିକଙ୍କ ସ୍ୱାସ୍ଥ୍ୟ ଅବସ୍ଥା କେମିତି ଅଛି, ଡାକ୍ତରଙ୍କୁ ପଚାରି ବୁଝୁଛନ୍ତି। ଆବଶ୍ୟକ ପଡ଼ିଲେ ଗୁରୁତର ଶ୍ରମିକଙ୍କୁ ବୁର୍ଲା ସ୍ଥାନାନ୍ତରିତ କରାଯାଇପାରେ ବୋଲି ମତପ୍ରକାଶ ପାଇଛି।

Related story