ପୋଖରୀରେ ବୁଡ଼ି ୩ ନାବାଳିକା ଗୁରୁତର

ଜଳେଶ୍ୱର (ଅଜିତ ଦାସ): ବାଲେଶ୍ୱର ଜିଲ୍ଲା ବାଲିଆପାଳ ବ୍ଲକ୍ ରେମୁ ଗାଁରେ ଏକ ଦୁଃଖଦ ଘଟଣା ଘଟିଛି। ପୋଖରୀରେ ବୁଡ଼ି ୩ ଜଣ ନାବାଳିକା ଗୁରୁତର ହୋଇଛନ୍ତି। ସେମାନଙ୍କୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ଗୁରୁତର ନାବାଳିକାମାନେ ହେଲେ ଲଙ୍ଗଲେଶ୍ଵର ଗାଁର ଅନନ୍ୟା ପାତ୍ର , କାଳନ୍ଦା ଗାଁ ଜୟଲକ୍ଷ୍ମୀ ପରିଡ଼ା ଓ କାଠ ଶାଗଡ଼ା ଗାଁର କାମିନୀ ପାତ୍ର। ଏହି ୩ ଜଣ ନାବାଳିକା ଏକ ବିବାହ ଉତ୍ସବରେ ଯୋଗ ଦେବାକୁ ରେମୁ […]

drowned-1

Tapaswini Nayak
  • Published: Sunday, 19 June 2022
  • , Updated: 19 June 2022, 01:04 PM IST

ଜଳେଶ୍ୱର (ଅଜିତ ଦାସ): ବାଲେଶ୍ୱର ଜିଲ୍ଲା ବାଲିଆପାଳ ବ୍ଲକ୍ ରେମୁ ଗାଁରେ ଏକ ଦୁଃଖଦ ଘଟଣା ଘଟିଛି। ପୋଖରୀରେ ବୁଡ଼ି ୩ ଜଣ ନାବାଳିକା ଗୁରୁତର ହୋଇଛନ୍ତି। ସେମାନଙ୍କୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ଗୁରୁତର ନାବାଳିକାମାନେ ହେଲେ ଲଙ୍ଗଲେଶ୍ଵର ଗାଁର ଅନନ୍ୟା ପାତ୍ର , କାଳନ୍ଦା ଗାଁ ଜୟଲକ୍ଷ୍ମୀ ପରିଡ଼ା ଓ କାଠ ଶାଗଡ଼ା ଗାଁର କାମିନୀ ପାତ୍ର।

ଏହି ୩ ଜଣ ନାବାଳିକା ଏକ ବିବାହ ଉତ୍ସବରେ ଯୋଗ ଦେବାକୁ ରେମୁ ଗାଁକୁ ଜଣେ ସମ୍ପର୍କୀୟଙ୍କ ଘରକୁ ଆସିଥିଲେ। ଆଜି ୩ ଜଣ ଗାଧୋଇବାକୁ ଯାଇଥିବା ବେଳେ ପୋଖରୀରେ ବୁଡ଼ି ଯାଇଥିଲେ। ସମସ୍ତଙ୍କୁ ଉଦ୍ଧାର କରାଯାଇ ବଲିଆପାଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ତେବେ  ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।

Related story