ସଞ୍ଜ ବେଳେ ଘରେ ପଶି ୩ ଜଣଙ୍କୁ ହାଣିଲେ ଦୁର୍ବୃତ୍ତ

ଭଞ୍ଜନଗର(ରାଜେଶ କୁମାର ପଣ୍ଡା): ଘରେ ପଶି ପରିବାରର ୩ ଜଣଙ୍କୁ ଆକ୍ରମଣ କଲେ ଦୁର୍ବୃତ୍ତ। ଆଜି ସନ୍ଧ୍ୟାବେଳେ ଏପରି ଘଟଣା ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ଫାଣ୍ଡି ଅନ୍ତର୍ଗତ ଇଙ୍ଗିନାଠି ଗାଁରେ ଘଟିଛି। ଗୁରୁତର ଆହତଙ୍କୁ ଭଞ୍ଜନଗର ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି। ଅଭିଯୋଗରୁ ପ୍ରକାଶ, ଆଜି ସନ୍ଧ୍ୟା ପ୍ରାୟ ୭ଟା ବେଳେ ଦେବରାଜ ଗୁରୁ ଘରେ ଥିଲେ। ଠିକ୍‌ ଏତିକି ବେଳେ ୩ ଜଣ ଦୁର୍ବୃତ୍ତ ହାତରେ ଖଣ୍ଡା ଧରି ଘର ଭିତରେ ପ୍ରବେଶ କରିଥିଲେ। ସେମାନେ ପ୍ରଥମେ […]

crime

Manoranjan Sial
  • Published: Friday, 01 November 2019
  • , Updated: 01 November 2019, 11:00 PM IST

ଭଞ୍ଜନଗର(ରାଜେଶ କୁମାର ପଣ୍ଡା): ଘରେ ପଶି ପରିବାରର ୩ ଜଣଙ୍କୁ ଆକ୍ରମଣ କଲେ ଦୁର୍ବୃତ୍ତ। ଆଜି ସନ୍ଧ୍ୟାବେଳେ ଏପରି ଘଟଣା ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ଫାଣ୍ଡି ଅନ୍ତର୍ଗତ ଇଙ୍ଗିନାଠି ଗାଁରେ ଘଟିଛି। ଗୁରୁତର ଆହତଙ୍କୁ ଭଞ୍ଜନଗର ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି।

ଅଭିଯୋଗରୁ ପ୍ରକାଶ, ଆଜି ସନ୍ଧ୍ୟା ପ୍ରାୟ ୭ଟା ବେଳେ ଦେବରାଜ ଗୁରୁ ଘରେ ଥିଲେ। ଠିକ୍‌ ଏତିକି ବେଳେ ୩ ଜଣ ଦୁର୍ବୃତ୍ତ ହାତରେ ଖଣ୍ଡା ଧରି ଘର ଭିତରେ ପ୍ରବେଶ କରିଥିଲେ। ସେମାନେ ପ୍ରଥମେ ଦେବରାଜଙ୍କୁ ଆକ୍ରମଣ କରିଥିଲେ। ତେବେ ଚିତ୍କାର ଶୁଣି ତାଙ୍କ ବୋହୂ ସମିତା ଓ ନାତୁଣୀ ପୁଷ୍ପାଞ୍ଜଳୀ ଧାଇଁ ଆସିଥିଲେ। ଦୁର୍ବୃତ୍ତମାନେ ସେମାନଙ୍କୁ ମଧ୍ୟ ଆକ୍ରମଣ କରିଥିଲେ। ଖଣ୍ଡା ଚୋଟରେ ଉଭୟ ଗୁରୁତର ଆହତ ହୋଇଛନ୍ତି।

ଦୁର୍ବୃତ୍ତମାନେ ଆକ୍ରମଣ କରି ପଳାଇ ଯାଉଥିବା ବେଳେ ଗାଁ ଲୋକେ କାବୁ କରିନେଇଥିଲେ। ପରେ ଗାଁ ଲୋକେ ସେମାନଙ୍କୁ ପୁଲିସ ଜିମାରେ ଦେଇଥିଲେ। ପୁଲିସ ସେମାନଙ୍କୁ ଅଟକ ରଖି ଘଟଣାର ତଦନ୍ତ ଆରମ୍ଭ କରିଛି।

ଅନ୍ୟପକ୍ଷରେ ଗୁରୁତର ଆହତ ହୋଇଥିବା ୩ ଜଣଙ୍କୁ ଭଞ୍ଜନଗର ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି। ମାତ୍ର ଆକ୍ରମଣର ପ୍ରକୃତ କାରଣ ଜଣାପଡ଼ି ନାହିଁ।

Related story