ଗଣେଶ ବିସର୍ଜନ ବେଳେ ଭାସିଗଲେ ମଦ ଦୋକାନ ମ୍ୟାନେଜର ଓ କର୍ମଚାରୀ

ନୂଆପଡା/କରଞ୍ଜିଆ(ମାୟାଧର/ଦୀପକ): ଗଣେଶ ବିସର୍ଜନ ବେଳେ ଭାସିଗଲେ ବିଦେଶୀ ମଦ ଦୋକାନ ମ୍ୟାନେଜର ଓ କର୍ମଚାରୀ। ବର୍ତ୍ତମାନ ସୁଦ୍ଧା ସେମାନଙ୍କ ପତ୍ତା ମିଳିପାରିନାହିଁ। ଆଜି ଏପରି ଘଟଣା ନୂଆପଡ଼ା ଜିଲ୍ଲାରେ ଘଟିଛି। ସେପଟେ ମୟୂରଭଞ୍ଜ ଜିଲ୍ଲାରେ ଜଣେ ଯୁବକ ଗାଧୋଉଥିବା ବେଳେ ଭାସି ଯାଇଥିବା ଅଭିଯୋଗ ହୋଇଛି। ନୂଆପଡ଼ା ଟାଉନ୍‌ରେ ଥିବା ଏକ ବିଦେଶୀ ମଦ ଦୋକାନରେ ହୋଇଥିଲା ଗଣେଶ ପୂଜା। ଆଜି ବାବା ବିଘ୍ନନାଶକଙ୍କ ବିସର୍ଜନ ପାଇଁ ମଦ ଦୋକାନର କର୍ମଚାରୀମାନେ ଏକ କାରରେ ୪୦ କିମି […]

Nuapada

Manoranjan Sial
  • Published: Thursday, 16 September 2021
  • , Updated: 16 September 2021, 09:12 PM IST

ନୂଆପଡା/କରଞ୍ଜିଆ(ମାୟାଧର/ଦୀପକ): ଗଣେଶ ବିସର୍ଜନ ବେଳେ ଭାସିଗଲେ ବିଦେଶୀ ମଦ ଦୋକାନ ମ୍ୟାନେଜର ଓ କର୍ମଚାରୀ। ବର୍ତ୍ତମାନ ସୁଦ୍ଧା ସେମାନଙ୍କ ପତ୍ତା ମିଳିପାରିନାହିଁ। ଆଜି ଏପରି ଘଟଣା ନୂଆପଡ଼ା ଜିଲ୍ଲାରେ ଘଟିଛି। ସେପଟେ ମୟୂରଭଞ୍ଜ ଜିଲ୍ଲାରେ ଜଣେ ଯୁବକ ଗାଧୋଉଥିବା ବେଳେ ଭାସି ଯାଇଥିବା ଅଭିଯୋଗ ହୋଇଛି।

ନୂଆପଡ଼ା ଟାଉନ୍‌ରେ ଥିବା ଏକ ବିଦେଶୀ ମଦ ଦୋକାନରେ ହୋଇଥିଲା ଗଣେଶ ପୂଜା। ଆଜି ବାବା ବିଘ୍ନନାଶକଙ୍କ ବିସର୍ଜନ ପାଇଁ ମଦ ଦୋକାନର କର୍ମଚାରୀମାନେ ଏକ କାରରେ ୪୦ କିମି ଦୂର ଗୋଧସ ଜଳପ୍ରପାତକୁ ଯାଇଥିଲେ। ଗଣେଶଙ୍କ ମୂର୍ତ୍ତି ଧରି ୬ ଜଣ ଜଳପ୍ରପାତ ଭିତରକୁ ଯାଇଥିଲେ। ଅସାବଧାନତା ଯୋଗୁ ମଦ ଦୋକାନ ମ୍ୟାନେଜର ମିଲେସ ସିଂ, ସେଲ୍‌ସମ୍ୟାନ୍‌ ରାଜକୁମାର ଗୁପ୍ତା ଓ ଅମିତ କୁମାର ପାଣିରେ ଭାସି ଯାଇଥିଲେ। କୌଶଳ କରି ଅନ୍ୟମାନେ କୂଳକୁ ଫେରିଥିଲେ। ହେଲେ ଜଳପ୍ରପାତରେ ୫୦ ଫୁଟ୍‌ ଉପରୁ ପାଣି ପଡ଼ି ଜୋଙ୍କ ନଦୀକୁ ପ୍ରଖର ବେଗରେ ଚାଲି ଯାଉଥିବାରୁ ସେମାନଙ୍କୁ ଉଦ୍ଧାର କରିବା ସ୍ଥାନୀୟ ଲୋକଙ୍କ ପକ୍ଷେ ସମ୍ଭବପର ହୋଇନଥିଲା। ବର୍ତ୍ତମାନ ସୁଦ୍ଧା ସେମାନଙ୍କ ପତ୍ତା ମିଳି ନାହିଁ।

ସେପଟେ ଲଗାଣବର୍ଷା ଯୋଗୁ ମୟୂରଭଞ୍ଜ ଜିଲ୍ଲା ଦେଇ ପ୍ରବାହିତ ହୋଇଥିବା ବୈତରଣୀ ନଦୀ ଫୁଲିଛି। ଏହି ସମୟରେ ଦୋମୁହାଁଣି ନିକଟରେ ଜଣେ ଯୁବକ ଗାଧୋଉ ଥିବା ସମୟରେ ନିଖୋଜ ହୋଇଯାଇଛନ୍ତି। ଉକ୍ତ ଯୁବକ ବୈତରଣୀ ନଦୀର ଦମୁହାଁଣିଠାରେ ଚାଲିଥିବା ନୂତନ ବ୍ରିଜ୍‌ ନିର୍ମାଣରେ ନିୟୋଜିତ ଥିଲେ। ଉକ୍ତ ଯୁବକଙ୍କ ଘର ବିହାର ରାଜ୍ୟର ବୋଲି ଜଣାପଡିଛି। ଯୁବକଙ୍କ ନାଁ ବନବୀର ବୋଲି ଜଣାପଡ଼ିଛି।

Related story