ପାନ ଦୋକାନୀ ଜରିଆରେ ୩ ପୁଲିସ୍ କର୍ମଚାରୀ ନେଉଥିଲେ ଲାଞ୍ଚ, ଧରାପଡ଼ି ସସ୍‌ପେଣ୍ଡ୍ ହେଲେ

ସମ୍ବଲପୁର (ସଞ୍ଜୟ ଜେନା): ୨୦ ହଜାର ଟଙ୍କା ଲାଞ୍ଚ ନେଇ ତିନି ପୁଲିସ୍‌ କର୍ମଚାରୀ ନିଲମ୍ବିତ ହୋଇଛନ୍ତି। ଥାନାରେ ଲାଞ୍ଚ ନେଲେ ଧରା ପଡ଼ିଯିବେ ବୋଲି ଭାବି ଜଣେ ପାନ ଦୋକାନୀଙ୍କ ଜରିଆରେ ନେଇଥିଲେ ଲାଞ୍ଚ ଟଙ୍କା। ଭାବିଥିଲେ ଏଥିରେ କିଛି ଭୟ ନାହିଁ। କିନ୍ତୁ ସେମାନଙ୍କ ଆଇଡିଆ କାମ କଲାନି। ପାନ ଦୋକାନୀଙ୍କଠାରୁ ଲାଞ୍ଚ ନେଉଥିବା ବେଳେ କେହି ଜଣେ ମୋବାଇଲ୍‌ରେ ସେ ଦୃଶ୍ୟକୁ ଉତ୍ତୋଳନ କରି ଦେଇଥିଲେ ଓ ଭାଇରାଲ୍ କରି ଦେଇଥିଲେ। ଆଉ […]

bribr

bribr

Niharika Rout
  • Published: Monday, 13 January 2020
  • Updated: 13 January 2020, 11:04 AM IST

ସମ୍ବଲପୁର (ସଞ୍ଜୟ ଜେନା): ୨୦ ହଜାର ଟଙ୍କା ଲାଞ୍ଚ ନେଇ ତିନି ପୁଲିସ୍‌ କର୍ମଚାରୀ ନିଲମ୍ବିତ ହୋଇଛନ୍ତି। ଥାନାରେ ଲାଞ୍ଚ ନେଲେ ଧରା ପଡ଼ିଯିବେ ବୋଲି ଭାବି ଜଣେ ପାନ ଦୋକାନୀଙ୍କ ଜରିଆରେ ନେଇଥିଲେ ଲାଞ୍ଚ ଟଙ୍କା। ଭାବିଥିଲେ ଏଥିରେ କିଛି ଭୟ ନାହିଁ। କିନ୍ତୁ ସେମାନଙ୍କ ଆଇଡିଆ କାମ କଲାନି। ପାନ ଦୋକାନୀଙ୍କଠାରୁ ଲାଞ୍ଚ ନେଉଥିବା ବେଳେ କେହି ଜଣେ ମୋବାଇଲ୍‌ରେ ସେ ଦୃଶ୍ୟକୁ ଉତ୍ତୋଳନ କରି ଦେଇଥିଲେ ଓ ଭାଇରାଲ୍ କରି ଦେଇଥିଲେ। ଆଉ ଭିଡିଓ ଭାଇରାଲ୍ ହେବା ପରେ ଏସ୍‌ପି ସେମାନଙ୍କୁ ସସ୍‌ପେଣ୍ଡ୍ କରି ଦେଇଛନ୍ତି।

ଏପରି ଘଟଣା ଘଟିଛି ସମ୍ବଲପୁର ଜିଲ୍ଲା ଯୁଯୁମରା ଥାନାରେ । ନିଲମ୍ବିତ କର୍ମଚାରୀମାନେ ହେଲେ ଏହି ଥାନାର କନଷ୍ଟେବଲ୍‌ ପ୍ରଶାନ୍ତ ପ୍ରଧାନ, ହାବିଲଦାର ବିରଞ୍ଚି ବେହେରା ଓ ଡ୍ରାଇଭର ଜଗନ୍ନାଥ ଜେନା। ତା’ସହିତ ଥାନା ଅଧିକାରୀଙ୍କୁ ଜିଲ୍ଲା ମୁଖ୍ୟ କାର୍ଯ୍ୟାଳୟକୁ ବଦଳି କରାଯାଇଛି।

ପୂରା ଘଟଣାଟି ଏହିପରି। ଏକ ବାଇକ୍‌ରେ ଜଣେ ବ୍ୟକ୍ତି କାଠ ନେଇ ଯାଉଥିବା ବେଳେ ଏହାକୁ ଜବତ କରିଥିଲା ଯୁଯୁମରା ପୁଲିସ୍‌ର ପାଟ୍ରୋଲିଂ ଗାଡ଼ି । ଏହାପରେ କାଠ ଛାଡ଼ିବାକୁ ମୂଲଚାଲ ହୋଇଥିଲା। ଶେଷରେ ୨୦ ହଜାର ଟଙ୍କାରେ କଥା ଛିଣ୍ଡିଥିଲା। ହେଲେ ଏ ପୁଲିସ୍ କର୍ମଚାରୀମାନେ ଧରାପଡ଼ିଯିବା ଭୟରେ ସିଧାସଳଖ ଉକ୍ତ ବ୍ୟକ୍ତିଙ୍କଠାରୁ ଲାଞ୍ଚ ନ ନେଇ ଥାନା ପାଖରେ ଥିବା ପାନ ଦୋକାନୀଙ୍କୁ ମାଧ୍ୟମ କରିଥିଲେ। ହେଲେ ସମ୍ପୃକ୍ତ ପାନ ଦୋକାନୀଙ୍କ ଜରିଆରେ ଟଙ୍କା ନେଣଦେଣ ଚାଲିଥିବା ବେଳେ ସବୁ ଦୃଶ୍ୟକୁ କେହି ରେକର୍ଡ କରି ନେଇଥିଲେ।

ଘଟଣା ସମ୍ପର୍କରେ ଜଣାପଡ଼ିବା ପରେ ସମ୍ବଲପୁର ଏସ୍‌ପି ଏହାର ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ଓ ଗତକାଲି କାର୍ଯ୍ୟାନୁଷ୍ଠାନ ନେଇଥିଲେ। ତେବେ ଏହି ଘଟଣାର ଅଧିକ ତଦନ୍ତ କରାଯିବ ବୋଲି ଏସ୍‌ପି କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos