ସ୍ପ୍ରେ କରି ଛାତ୍ରଙ୍କୁ ଉଠାଇ ନେଲେ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜଧାନୀରେ ଦିନକୁ ଦିନ ଅପରାଧ ବଢ଼ିବାରେ ଲାଗିଛି। ଏଥର ଅପରାଧିଙ୍କ ଶିକାର ହୋଇଛନ୍ତି ଜଣେ କଲେଜ ଛାତ୍ର। ବିବେକାନନ୍ଦ ହସ୍ପିଟାଲରେ ସାମ୍ନାରେ ୩ଜଣ ଦୁର୍ବୃତ୍ତ ବାଇକରେ ଆସି ଜଣେ ଯୁକ୍ତ ୩ ଛାତ୍ରଙ୍କୁ ସ୍ପ୍ରେ କରି ଅଚେତ କରିବା ପରେ ଅପହରଣ କରିନେଇଥିଲେ। ତେବେ ଅପହରଣ କରିବା ପରେ ଛାତ୍ରଙ୍କୁ ଭୁବନେଶ୍ୱର କ୍ଲବ୍ ପଛପଟରେ ପକାଇ ଦେଇଥିଲେ ଦୁର୍ବୃତ୍ତ। ଏହାରି ଭିତରେ ଛାତ୍ରଙ୍କୁ ମାଡ଼ ମାରିବା ସହିତ ତାଙ୍କୁ ଅଚେତ କରିବା ପାଇଁ […]

bbsr

Ranjit Kumar Jena
  • Published: Friday, 18 December 2020
  • , Updated: 18 December 2020, 10:27 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜଧାନୀରେ ଦିନକୁ ଦିନ ଅପରାଧ ବଢ଼ିବାରେ ଲାଗିଛି। ଏଥର ଅପରାଧିଙ୍କ ଶିକାର ହୋଇଛନ୍ତି ଜଣେ କଲେଜ ଛାତ୍ର। ବିବେକାନନ୍ଦ ହସ୍ପିଟାଲରେ ସାମ୍ନାରେ ୩ଜଣ ଦୁର୍ବୃତ୍ତ ବାଇକରେ ଆସି ଜଣେ ଯୁକ୍ତ ୩ ଛାତ୍ରଙ୍କୁ ସ୍ପ୍ରେ କରି ଅଚେତ କରିବା ପରେ ଅପହରଣ କରିନେଇଥିଲେ।

ତେବେ ଅପହରଣ କରିବା ପରେ ଛାତ୍ରଙ୍କୁ ଭୁବନେଶ୍ୱର କ୍ଲବ୍ ପଛପଟରେ ପକାଇ ଦେଇଥିଲେ ଦୁର୍ବୃତ୍ତ। ଏହାରି ଭିତରେ ଛାତ୍ରଙ୍କୁ ମାଡ଼ ମାରିବା ସହିତ ତାଙ୍କୁ ଅଚେତ କରିବା ପାଇଁ ବିଷାକ୍ତ ଔଷଧ ପିଆଇଥିବା ଅଭିଯୋଗ କରିଛନ୍ତି ତାଙ୍କ ବାପା। ଛାତ୍ରଙ୍କଠାରୁ ମଧ୍ୟ ଦୁବୃର୍ତ୍ତ ମୋବାଇଲ ଓ ପର୍ସ ଲୁଟି ନେଇଥିବା ଅଭିଯୋଗ ହୋଇଛି।

ଏହି ଘଟଣା ପରେ ଏବେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି। ଛାତ୍ରର ବାପା ଏ ନେଇ ପୁଲିସରେ ଏତଲା ଦେଇଛନ୍ତି।

Related story