ମାଟି ତଳୁ ହାତୀ କଙ୍କାଳ ମିଳିବା ଘଟଣା: ୨ ରେଞ୍ଜରଙ୍କ ସମେତ ୩ ନିଲମ୍ବିତ, ୬ ଗିରଫ

ଆଠଗଡ଼(ନୀଳକଣ୍ଠ ଦୋରା): ଆଠଗଡ଼ ଜଙ୍ଗଲରେ ମାଟି ତଳୁ ହାତୀ କଙ୍କାଳ ମିଳିବା ଘଟଣାରେ କାର୍ଯ୍ୟାନୁଷ୍ଠାନ ହୋଇଛି। ୨ ରେଞ୍ଜରଙ୍କ ସମେତ ୩ ନିଲମ୍ବିତ ଓ ଅନ୍ୟ ୬ ଜଣ ଗିରଫ ହୋଇଛନ୍ତି। ବଡ଼ମ୍ବା ରେଞ୍ଜର ସୁରେଶ କୁମାର ଷଡ଼ଙ୍ଗୀ, ଫରେଷ୍ଟର ମନୋଜ ଦାସ ଓ ଖୁଣ୍ଟୁଣି ରେଞ୍ଜର ଗଜେନ୍ଦ୍ର ପାଲ ସିଂହ ମାଥୁର ନିଲମ୍ବିତ ହୋଇଛନ୍ତି। ପିସିସିଏଫ୍(ଓଡ଼ିଶା ମୁଖ୍ୟ ବନ ସଂରକ୍ଷକ) ଏହି କାର୍ଯ୍ୟନୁଷ୍ଠାନ ନେଇଛନ୍ତି। କାର୍ଯ୍ୟରେ ଅବହେଳା ପାଇଁ ଏହି ପଦକ୍ଷେପ ନିଆଯାଇଛି। ତେବେ ମନୋଜ […]

Nilambita

Nilambita

Niranjan Mishra
  • Published: Friday, 10 June 2022
  • , Updated: 10 June 2022, 09:55 PM IST

ଆଠଗଡ଼(ନୀଳକଣ୍ଠ ଦୋରା): ଆଠଗଡ଼ ଜଙ୍ଗଲରେ ମାଟି ତଳୁ ହାତୀ କଙ୍କାଳ ମିଳିବା ଘଟଣାରେ କାର୍ଯ୍ୟାନୁଷ୍ଠାନ ହୋଇଛି। ୨ ରେଞ୍ଜରଙ୍କ ସମେତ ୩ ନିଲମ୍ବିତ ଓ ଅନ୍ୟ ୬ ଜଣ ଗିରଫ ହୋଇଛନ୍ତି। ବଡ଼ମ୍ବା ରେଞ୍ଜର ସୁରେଶ କୁମାର ଷଡ଼ଙ୍ଗୀ, ଫରେଷ୍ଟର ମନୋଜ ଦାସ ଓ ଖୁଣ୍ଟୁଣି ରେଞ୍ଜର ଗଜେନ୍ଦ୍ର ପାଲ ସିଂହ ମାଥୁର ନିଲମ୍ବିତ ହୋଇଛନ୍ତି। ପିସିସିଏଫ୍(ଓଡ଼ିଶା ମୁଖ୍ୟ ବନ ସଂରକ୍ଷକ) ଏହି କାର୍ଯ୍ୟନୁଷ୍ଠାନ ନେଇଛନ୍ତି। କାର୍ଯ୍ୟରେ ଅବହେଳା ପାଇଁ ଏହି ପଦକ୍ଷେପ ନିଆଯାଇଛି। ତେବେ ମନୋଜ ଗିରଫ ଭୟରେ ଚମ୍ପଟ୍ ମାରିଥିଲା ବେଳେ ଅନ୍ୟ ୬ ଜଣ ଗିରଫ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୩ ହାତୀ ଜଗୁଆଳି, ଜଣେ ଫରେଷ୍ଟ ଗାର୍ଡ, ୨ ସ୍ଥାନୀୟ ବ୍ୟକ୍ତି ରହିଛନ୍ତି। ଏନେଇ ଆଠଗଡ଼ ଏସିଏଫ୍ ହରେକୃଷ୍ଣ ମଲିକ୍ ସୂଚନା ଦେଇଛନ୍ତି।

ଶ୍ରୀ ମଲ୍ଲିକ କହିଛନ୍ତି, ଗତ ୨ ଓ ୩ ତାରିଖରେ ଏସ୍‌ଟିଏଫ୍(ସ୍ପେଶାଲ ଟାସ୍କ ଫୋର୍ସ) ଟିମ୍ ଆଠଗଡ ବନଖଣ୍ଡ ବଡମ୍ବା ରେଞ୍ଜ ଅଞ୍ଚଳରୁ ୨ଟି ହାତୀ କଙ୍କାଳ ଉଦ୍ଧାର କରିଥିଲେ। ପରେ ବନ ବିଭାଗ ଫରେଷ୍ଟର ପ୍ରଦୀପ ପରିଡ଼ା ଓ ବିଟ ଗାର୍ଡ ତନ୍ମୟ ବେହେରାଙ୍କୁ ନିଲମ୍ବିତ କରିଥିଲା। ସେହି ଘଟଣାରେ ଗତକାଲି  ବଡ଼ମ୍ବା ରେଞ୍ଜର ଫରେଷ୍ଟର ମନୋଜ ଦାସ ଓ ଫରେଷ୍ଟ ଗାର୍ଡ ନରେନ୍ଦ୍ର ଦେହୁରିଙ୍କୁ ନିଲମ୍ବନ କରାଯାଇଥିଲା। ଫରେଷ୍ଟର ମନୋଜ ଦାସଙ୍କୁ ଜେରା ପାଇଁ ଆଠଗଡ଼ ଡିଏଫଓ ଅଫିସ ଅଣାଯାଇଥିବା ବେଳେ ସେ ପାଚେରୀ ଡେଇଁ ଫେରାର ହୋଇଯାଇଛନ୍ତି। ଗେଟରେ ପୁଲିସ ଜଗିଥିଲେ ମଧ୍ୟ ତାଙ୍କ ଟେର ପାଇନଥିଲା। ହାତୀ ମାରି ପୋତିବା ଘଟଣାରେ ଆଜି ବଡମ୍ବା ରେଞ୍ଜର ସୁରେଶ କୁମାର ଷଡଙ୍ଗୀଙ୍କୁ ନିଲମ୍ବିତ କରାଯାଇଛି ଓ ୬ ଜଣଙ୍କୁ ଗିରଫ କରାଯାଇଛି। ଗିରଫଙ୍କ ମଧ୍ୟରେ ଫରେଷ୍ଟ ଗାର୍ଡ ନରେନ୍ଦ୍ର ଦେହୁରୀ ମଧ୍ୟ ଅଛନ୍ତି।

ଅନ୍ୟପଟେ ଖୁଣ୍ଟୁଣୀ ରେଞ୍ଜରଙ୍କୁ ମଧ୍ୟ ବିଭାଗ ପକ୍ଷରୁ ନିଲମ୍ବିତ କରାଯାଇଛି। ଆଠଗଡ଼ ବନଖଣ୍ଡ ଖୁଣ୍ଟୁଣୀ ରେଞ୍ଜର ଗଜେନ୍ଦ୍ର ପାଲ ସିଂହ ମାଥୁର କାର୍ଯ୍ୟରେ ଅବହେଳା କରିଥିବା ଦର୍ଶାଯାଇ ତାଙ୍କୁ ଚାକିରିରୁ ନିଲମ୍ବିତ କରାଯାଇଛି। ଖରାଦିନେ ଜଙ୍ଗଲରେ ଫାୟାର ଲାଇନରେ ଲକ୍ଷ ଲକ୍ଷ ଟଙ୍କା ଆତ୍ମସାତ ଓ କାର୍ଯ୍ୟରେ ଅବହେଳା କରିଥିବାରୁ ତାଙ୍କ ଉପରେ ପଦକ୍ଷେପ ନିଆଯାଇଥିବା ସେ ସୂଚନା ଦେଇଛନ୍ତି।

Related story