ସୁରତ ଛାଡ଼ିଥିବା ୩ ଟ୍ରେନ୍‌ ଗଞ୍ଜାମରେ ପହଞ୍ଚିଲା

ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର): ଗତକାଲି ସୁରତ ଛାଡ଼ିଥିବା ୩ ଟି ଟ୍ରେନ୍ ଆଜି ବ୍ରହ୍ମପୁର ନିକଟ ଜଗନ୍ନାଥପୁର ଷ୍ଟେସନରେ ପହଞ୍ଚିଛି।  ଏହି ୩ଟି ଟ୍ରେନକୁ ଛାଡ଼ିଦେଲେ ଆଜି ଆଉ କୌଣସି ଟ୍ରେନ ଓଡ଼ିଶା ପହଞ୍ଚିବାର ନାହିଁ । ଗତକାଲି ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ  ସୁରତରୁ ଆଜି ବାହାରିବାକୁ ଥିବା ୩ଟି ଯାକ ଟ୍ରେନ୍‌କୁ ବାତିଲ କରିଛନ୍ତି ଓଡ଼ିଶା ସରକାର । ଏନେଇ ସୂଚନା ଦେଇଛନ୍ତି ସୁରତ ଜିଲ୍ଲାପାଳ ଧବଳ କୁମାର ପଟେଲ । ଏସବୁ ଟ୍ରେନ୍‌ରେ ଆସିବାକୁ ଥିବା […]

surat-3--1

surat-3--1

Niharika Rout
  • Published: Friday, 08 May 2020
  • Updated: 08 May 2020, 09:40 AM IST

Sports

Latest News

ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର): ଗତକାଲି ସୁରତ ଛାଡ଼ିଥିବା ୩ ଟି ଟ୍ରେନ୍ ଆଜି ବ୍ରହ୍ମପୁର ନିକଟ ଜଗନ୍ନାଥପୁର ଷ୍ଟେସନରେ ପହଞ୍ଚିଛି।  ଏହି ୩ଟି ଟ୍ରେନକୁ ଛାଡ଼ିଦେଲେ ଆଜି ଆଉ କୌଣସି ଟ୍ରେନ ଓଡ଼ିଶା ପହଞ୍ଚିବାର ନାହିଁ ।

ଗତକାଲି ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ  ସୁରତରୁ ଆଜି ବାହାରିବାକୁ ଥିବା ୩ଟି ଯାକ ଟ୍ରେନ୍‌କୁ ବାତିଲ କରିଛନ୍ତି ଓଡ଼ିଶା ସରକାର । ଏନେଇ ସୂଚନା ଦେଇଛନ୍ତି ସୁରତ ଜିଲ୍ଲାପାଳ ଧବଳ କୁମାର ପଟେଲ । ଏସବୁ ଟ୍ରେନ୍‌ରେ ଆସିବାକୁ ଥିବା ଯାତ୍ରୀମାନଙ୍କୁ ମଧ୍ୟ ଏନେଇ ଅବଗତ କରାଯାଇଥିବା ସେ କହିଛନ୍ତି ।

ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୪୭ରେ ପହଞ୍ଚିଥିବା ବେଳେ ଖୁବ୍‌ ଶୀଘ୍ର ଏହା ଗ୍ରୀନ୍‌ ଜୋନ୍‌ରୁ ରେଡ୍‌ ଜୋନରେ ପହଞ୍ଚିଛି। ବହୁ ସଂଖ୍ୟକ ପ୍ରବାସୀ ଟ୍ରେନ୍‌ ଓ ବସ୍‌ ଯୋଗେ ଗଞ୍ଜାମରେ ପହଞ୍ଚୁଥିବାରୁ ସେମାନଙ୍କୁ ନିୟନ୍ତ୍ରଣ କରିବା ଓ ଆବଶ୍ୟକ ପରୀକ୍ଷା କରିବା ଜିଲ୍ଲା ପ୍ରଶାସନ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos