କଲ୍ୟାଣସିଂହପୁର(ମାଉଡ଼ି ବାରିକ): ରାୟଗଡା ଜିଲ୍ଲା କେଉଟଗୁଡ଼ା ଷ୍ଟେସନ ନିକଟରେ ଏକ କୋଇଲା ବୋଝେଇ ଟ୍ରେନ୍ ଇଞ୍ଜିନରେ ତ୍ରୁଟି ଦେଖାଦେଇଛି। ଫଳରେ ସକାଳ ୯ଟାରୁ ଟ୍ରେନ୍ଟି ସେଠାରେ ଅଟକି ରହିଛି। ତେଣୁ ପ୍ରାୟ ୪ ଘଣ୍ଟା ଧରି ବିଭିନ୍ନ ଷ୍ଟେସନରେ ଅଟକି ରହିଛି ୩ଟି ପାସେଞ୍ଜର ଟ୍ରେନ୍।
କୋରାପୁଟଠାରୁ ବିଶାଖାପଟଣା ଡିଏମ୍ୟୁ ଭାଲୁମୂଷ୍କା ଓ ରାଉରକେଲା ସମଲେଶ୍ୱରୀ ଟ୍ରେନ୍ ଶିକରାପାଇ ଠାରେ ଅଟକିଛି। ସେହିପରି ବିଶାଖାପାଟଣାଠାରୁ କୋରାପୁଟ ଯାଉଥିବା ଡିଏମ୍ୟୁ ଏକ ଘଣ୍ଟା ହେବ କେଉଟଗୁଡ଼ା ଠାରେ ଅଟକି ରହିଛି।
ଟ୍ରେନ୍ ଅଟକି ରହିବା ଯୋଗୁ ଯାତ୍ରୀମାନେ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ମିଳିଥିବା ଖବର ଅନୁସାରେ ଟ୍ରେନ୍ ମରାମତି କରିବା ପାଇଁ ଆଉ ଏକ ଘଣ୍ଟା ସମୟ ଲାଗିପାରେ ବୋଲି ଜଣାପଡ଼ିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Miscellaneous
ଜମୁଛି ଛାଡ଼ଖାଇ ବଜାର, ଆମିଷ ବଜାରରେ ପ୍ରବଳ ଭିଡ଼
ଆଜି ରବିବାର ହୋଇଥିବାରୁ ଆମିଷପ୍ରେମୀଙ୍କ ଭିତରେ ପ୍ରବଳ ଆଗ୍ରହ ଦେଖିବାକୁ ମିଳିଛି। ସକାଳୁ ସକାଳୁ ଆମିଷ ବଜାରରେ ଭିଡ଼ ଜମିଛି।
Accident
ଛାଡ଼ଖାଇରେ ମାଛ ବିକିବାକୁ ବାହାରିଥିଲେ, ଚଢ଼ିଗଲା ଟ୍ରକ୍
ଆଜି ଛାଡ଼ଖାଇ ଥିବାବେଳେ ଭୋରରୁ ସେ ସାଇକେଲ ଯୋଗେ ମାଛ ନେଇ ବିକ୍ରି କରିବାକୁ ଯାଉଥିଲେ । ରାସ୍ତାରେ ଏକ ଟ୍ରକ ତାଙ୍କ ଉପରେ ଚଢିଯାଇଥିଲା ।
Crime
ନିଜ କାର୍ଯ୍ୟାଳୟରେ ବସିଥିଲେ ବିଜେପି ନେତା, ଖଣ୍ଡା ଧରି ମାଡ଼ି ଆସିଲେ ଦୁର୍ବୃତ୍ତ
ନିଜ କାର୍ଯ୍ୟାଳୟରେ ଥିବା ବିଜେପି ନେତାଙ୍କ ଉପରେ ହେଲା ମରଣାନ୍ତକ ଆକ୍ରମଣ। ମାତ୍ର ଖଣ୍ଡା ଚୋଟରୁ ଅଳ୍ପକେ ବର୍ତ୍ତିଗଲେ ବିଜେପିର ତୁଙ୍ଗ ନେତା।
Accident
ଚାଲି ଚାଲି ଯାଉଥିଲେ ଯୁବକ, ପିଟିଦେଲା ଅଜଣା ଗାଡ଼ି
ଚାଲି ଚାଲି ଘରକୁ ଫେରୁଥିଲେ ଯୁବକ। ମାତ୍ର କିଛି ସମୟ ପରେ ଘରେ ପହଞ୍ଚି ବି ଯାଇଥାନ୍ତେ। ମାତ୍ର ବିଧିର ବିଧାନ ଥିଲା କିଛି ଅଲଗା।
Accident
ଗୁପ୍ତେଶ୍ୱର ଯିବାବେଳେ ଓଲଟିଲା ଭ୍ୟାନ୍; ମହିଳା ମୃତ, ୧୩ ଆହତ
ଗଜପତି ଜିଲ୍ଲା ମୋହନା ଥାନା କେନ୍ଦୁଘାଟିରେ ଟୁରିଷ୍ଟ ଭ୍ୟାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୧୩ ଜଣ ଆହତ ହୋଇଛନ୍ତି ।