ଟ୍ରକ୍‌ରେ ପିଟି ହେଲା ବାଇକ୍‌, ଚାଲିଗଲା ୩ ଜୀବନ

ସୁନ୍ଦରଗଡ଼ (ବିଜୟ ବରୁଆ):  ଗତକାଲି ବିଳମ୍ବିତ ରାତିରେ ସୁନ୍ଦରଗଡ଼ ଜିଲ୍ଲା ତଳସରା ଥାନା କୁହ୍ଲିଆଜରଠାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ରାସ୍ତା ଉପରେ ଛିଡ଼ା ହୋଇଥିବା ଏକ ଟ୍ରକ୍‌ରେ ପିଟି ହୋଇ ତିନି ଜଣ ବାଇକ୍‌ ଆରୋହୀଙ୍କର ମୃତ୍ୟୁ ଘଟିଛି। ମୃତକମାନେ ସ୍ଥାନୀୟ ଅଞ୍ଚଳର ହୋଇଥିବା ବେଳେ ନିକଟସ୍ଥ ଏକ ଗାଁରୁ ଭୋଜି ଖାଇ ଫେରୁଥିବା ବେଳେ ଦୁର୍ଘଟଣାର ଶିକାର ହୋଇଥିବା ଜଣାଯାଇଛି। ଗତକାଲି ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଥିବା ବେଳେ ଏ ସମ୍ପର୍କରେ […]

truck-1

truck-1

Niharika Rout
  • Published: Friday, 13 December 2019
  • Updated: 13 December 2019, 10:22 AM IST

Sports

Latest News

ସୁନ୍ଦରଗଡ଼ (ବିଜୟ ବରୁଆ):  ଗତକାଲି ବିଳମ୍ବିତ ରାତିରେ ସୁନ୍ଦରଗଡ଼ ଜିଲ୍ଲା ତଳସରା ଥାନା କୁହ୍ଲିଆଜରଠାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ରାସ୍ତା ଉପରେ ଛିଡ଼ା ହୋଇଥିବା ଏକ ଟ୍ରକ୍‌ରେ ପିଟି ହୋଇ ତିନି ଜଣ ବାଇକ୍‌ ଆରୋହୀଙ୍କର ମୃତ୍ୟୁ ଘଟିଛି। ମୃତକମାନେ ସ୍ଥାନୀୟ ଅଞ୍ଚଳର ହୋଇଥିବା ବେଳେ ନିକଟସ୍ଥ ଏକ ଗାଁରୁ ଭୋଜି ଖାଇ ଫେରୁଥିବା ବେଳେ ଦୁର୍ଘଟଣାର ଶିକାର ହୋଇଥିବା ଜଣାଯାଇଛି।

ଗତକାଲି ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଥିବା ବେଳେ ଏ ସମ୍ପର୍କରେ କେହି ସୂଚନା ପାଇପାରି ନ ଥିଲେ। ସ୍ଥାନୀୟ ଲୋକେ ଆଜି ଭୋରରେ ଏ ସମ୍ପର୍କରେ ପୁଲିସ୍‌କୁ ଖବର ଦେଇଥିଲେ। ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ଲାଗି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି।

ମୃତକଙ୍କ ମଧ୍ୟରୁ ଜଣଙ୍କ ଘର ନିକଟସ୍ଥ ସବଡେଗାର ବାଙ୍କପଡ଼ାରେ ଓ ଅନ୍ୟ ୨ଜଣଙ୍କ ଘର ଗାଇଦିରାରେ ବୋଲି ଜଣାପଡ଼ିଛି। ଖବର ପାଇ ମୃତକଙ୍କ ପରିବାର ଲୋକେ ଘଟଣାସ୍ଥଳରେ ପହଞ୍ଚିବା ପରେ ସେଠାରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଥିଲା।

ଅନ୍ୟପକ୍ଷରେ ଏ ଦୁର୍ଘଟଣା ପାଇଁ ସ୍ଥାନୀୟ ଲୋକେ ପୁଲିସ୍‌ ଅବହେଳାକୁ ଦାୟୀ କରିଛନ୍ତି। କାରଣ ଯେଉଁ ଟ୍ରକ୍‌ରେ ଏହି ବାଇକ୍ ଆରୋହୀମାନେ ପିଟି ହେଲେ ତାହା ଗତକାଲି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଗତକାଲି ଅପରାହ୍ନରେ ଏହି ଦୁର୍ଘଟଣା ଘଟିଥିଳା। ଏହି ଟ୍ରକ୍‌ ଓ ଅନ୍ୟ ଏକ ଟ୍ରକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା। ତେବେ ପୁଲିସ୍ ଦୁର୍ଘଟଣାଗ୍ରସ୍ତ ଟ୍ରକ୍ ଦୁଇଟିକୁ ରାସ୍ତାରୁ ହଟାଇ ନଥିଲା। ଫଳରେ ଗତକାଲି ରାତିରେ ଦ୍ରୁତ ଗତିରେ ବାଇକ୍‌ରେ ଆସୁଥିବା ଏହି ଯୁବକମାନେ ଅନ୍ଧାର ଯୋଗୁ ଟ୍ରକ୍‌କୁ ଦେଖି ନ ପାରି ପିଟି ହୋଇ ଯାଇଥିବା କୁହାଯାଉଛି।

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos