ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କଟକ ଅବକାରୀ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ଉ କରାଯାଇ ଲକ୍ଷାଧିକ ଟଙ୍କାର ବ୍ରାଉନ୍ ସୁଗାର ଜବତ କରାଯାଇଛି। ଏହି ଘଟଣାରେ ୩ ଜଣଙ୍କୁ ଗିରଫ କରାଯାଇଛି।
ଭୁବନେଶ୍ୱରର ଲକ୍ଷ୍ମୀସାଗର ସ୍ଥିତ ହଳଦୀପଡ଼ିଆ ବସ୍ତିରେ କଟକର ଅବକାରୀ ବିଭାଗ ଚଢ଼ଉ କରି ୨୦୦ ଗ୍ରାମ୍ ବ୍ରାଉନ୍ ସୁଗାର ଜବତ କରିଛି। ଏହି ଘଟଣାରେ ଜଣେ ମହିଳାଙ୍କୁ ଗିରଫ କରାଯାଇଛି। ତାଙ୍କ ନାଁ ମଇନା।
ସେହିପରି ଖୋର୍ଦ୍ଧା ଜିଲ୍ଲା ନୂଆଗାଁରେ ଚଢ଼ଉ କରି ୧୦୦ ଗ୍ରାମ୍ ବ୍ରାଉନ୍ ସୁଗାର୍ ଜବତ କରିଛି। ଏହି ଘଟଣାରେ ଜଣଙ୍କୁ ଗିରଫ କରାଯାଇଛି।
କଟକର ଗାନ୍ଧି ନଗରରେ ଚଢ଼ଉ କରାଯାଇ ୮ କେଜି ଗଞ୍ଜେଇ ଜବତ କରାଯିବା ସହିତ ଜଣଙ୍କୁ ଗିରଫ କରାଯାଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ବିଧାୟକ ଥିଲେ, ସର୍କିଟ୍ ହାଉସ୍ରେ ଜଳିଗଲା ଦୁଇ ଗାଡ଼ି
ସରକାରୀ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଇଥିଲେ ଫୁଲବାଣୀ ବିଧାୟକ ଉମାଚରଣ ମଲ୍ଲିକ। କାର୍ଯ୍ୟକ୍ରମ ପରେ ସେ ଫୁଲବାଣୀ ସର୍କିଟ୍ ହାଉସ୍ରେ ରାତ୍ରୀ ଯାପନ କରିଥିଲେ। ସର୍କିଟ୍ ହାଉସ୍ କ୍ୟାମ୍ପସରେ ନିଜର ଇନୋଭା ଗାଡ଼ି ରଖି ବିଶ୍ରାମ ନେଇଥିଲେ।
Crime
ARIଙ୍କୁ ବାନ୍ଧିଲା ଭିଜିଲାନ୍ସ
ଗତକାଲି ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ARI ସୁରେନ୍ଦ୍ର କୁମାରଙ୍କ ଘର ସମେତ ୮ଟି ସ୍ଥାନରେ ଏକକାଳୀନ ଚଢାଉ କରାଯାଇଥିଲା।
Crime
ଧୂର୍ତ୍ତ ASI: ଗ୍ରାମରକ୍ଷୀଙ୍କୁ ଫସାଇ ଭିଜିଲାନ୍ସ ପଞ୍ଝାରୁ ମାରିଲେ ଚମ୍ପଟ
ଭିଜିଲାନ୍ସ ଗ୍ରାମରକ୍ଷୀ ଶ୍ରୀମୁଖ ବାଗଙ୍କୁ ଅଟକ ରଖିବା ସହ ASIଙ୍କୁ ଖୋଜୁଛି ଭିଜିଲାନ୍ସ।
Crime
ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର; ସ୍ୱାମୀ ଅଟକ
ଗତକାଲି ତପସ୍ୱିନୀଙ୍କ ଝୁଲନ୍ତା ମୃତଦେହ ଘରୁ ଉଦ୍ଧାର କରାଯାଇଥିଲା।