ଆଜି କୁଇ ସମାଜର କନ୍ଧମାଳ ବନ୍ଦ

ଫୁଲବାଣୀ: ୩୪ ଦଫା ଦାବି ନେଇ ଆଜି କନ୍ଧମାଳ କୁଇ ସମାଜ ସମିତି ପକ୍ଷରୁ ଜିଲ୍ଲାରେ ବନ୍ଦ ପାଳନ କରାଯାଉଛି। ଫଳରେ ଫୁଲବାଣୀ ସହରରେ ଯାନବାହାନ ଚଳାଚଳ ବନ୍ଦ ରହିବା ସହ ଦୋକାନ ବଜାର ବନ୍ଦ ରହିଛି। ବନ୍ଦରୁ କୁଇ ସମାଜକୁ ନିବୃତ୍ତ ରଖିବା ପାଇଁ ଗୁରୁବାର କୁଇ ସମାଜ ସମନ୍ୱୟ ସମିତି ଏବଂ ଜିଲ୍ଲା ପ୍ରଶାସନ ମଧ୍ୟରେ ଆଲୋଚନା ହୋଇଥିଲା। ଦୀର୍ଘ ତିନି ଘଣ୍ଟା ଧରି ଚାଲିଥିବା ଏହି ଆଲୋଚନା ବିଫଳ ହୋଇଥିଲା। କୁଇ ସମାଜ ନିଜ […]

bandha

Rakesh Mallick
  • Published: Friday, 25 December 2015
  • , Updated: 26 December 2015, 02:12 AM IST

ଫୁଲବାଣୀ: ୩୪ ଦଫା ଦାବି ନେଇ ଆଜି କନ୍ଧମାଳ କୁଇ ସମାଜ ସମିତି ପକ୍ଷରୁ ଜିଲ୍ଲାରେ ବନ୍ଦ ପାଳନ କରାଯାଉଛି। ଫଳରେ ଫୁଲବାଣୀ ସହରରେ ଯାନବାହାନ ଚଳାଚଳ ବନ୍ଦ ରହିବା ସହ ଦୋକାନ ବଜାର ବନ୍ଦ ରହିଛି। ବନ୍ଦରୁ କୁଇ ସମାଜକୁ ନିବୃତ୍ତ ରଖିବା ପାଇଁ ଗୁରୁବାର କୁଇ ସମାଜ ସମନ୍ୱୟ ସମିତି ଏବଂ ଜିଲ୍ଲା ପ୍ରଶାସନ ମଧ୍ୟରେ ଆଲୋଚନା ହୋଇଥିଲା।

ଦୀର୍ଘ ତିନି ଘଣ୍ଟା ଧରି ଚାଲିଥିବା ଏହି ଆଲୋଚନା ବିଫଳ ହୋଇଥିଲା। କୁଇ ସମାଜ ନିଜ ଜିଦରେ ଅଟଳ ରହିଛି। କନ୍ଧମାଳରେ ମେଡିକାଲ କଲେଜ ପ୍ରତିଷ୍ଠା, ଡାକ୍ତର ପଦବି ପୂରଣ, ଜଙ୍ଗଲ ଜମି ପଟା, ଜଙ୍ଗଲ ଅଧିକାର ଆଇନ, ଜାଲ ପ୍ରମାଣ ପତ୍ର ତଦନ୍ତ ତୁରନ୍ତ ଶେଷ କରିବା ଦାବି ରହିଛି। ନିର୍ବାଚନରେ ଆଦିବାସୀ ନିମନ୍ତେ ଦୁଇଟି ସନ୍ତାନ ନୀତି ଉଚ୍ଛେଦ କରିବା ଏବଂ ସ୍ଥାନୀୟ ବେକାର ଯୁବକ ଯୁବତୀଙ୍କୁ ବିଭିନ୍ନ ସରକାରୀ କାର୍ଯ୍ୟାଳୟରେ ତୃତୀୟ ଓ ଚତୁର୍ଥ  କର୍ମଚାରୀ ଭାବେ ନିଯୁକ୍ତି ଦେବାକୁ ସଂଘ ଦାବି କରିଥିଲା।

 କୁଇ ସମାଜ ସମନ୍ୱୟ ସମିତି ପକ୍ଷରୁ ଦିଆଯାଇଥିବା ବନ୍ଦ ଡାକରାର ପ୍ରଭାବ ଜି. ଉଦୟଗିରି ଏବଂ ଏହାର ଆଖପାଖ ଅଞ୍ଚଳରେ ପଡ଼ି ନ ଥିବା ଜଣାପଡ଼ିଛି। ବାଲିଗୁଡ଼ା, ତୁମୁଡିବନ୍ଧ, ଦାରିଙ୍ଗିବାଡ଼ି ଆଦି ଅଞ୍ଚଳରେ ଜୀବନଯାତ୍ରା ସ୍ୱାଭାବିକ ରହିଛି। ଦୋକାନ ବଜାର ଖୋଲା ରହିଥିବା ବେଳେ ଗାଡ଼ି ଚଳାଚଳ ମଧ୍ୟ ସ୍ୱାଭାବିକ ରହିଛି। ସୁରକ୍ଷା ଦୃଷ୍ଟିର ସହରର ବିଭିନ୍ନ ଅଞ୍ଚଳରେ ପୋଲିସ ଫୋର୍ସ ମୁତୟନ କରାଯାଇଛି। ସହର ଭିତରକୁ ପ୍ରବେଶ କରୁଥିବା ଗାଡ଼ିଗୁଡ଼ିକୁ ଯାଞ୍ଚ କରାଯାଉଛି। ଲୋକେ ବଡ଼ଦିନକୁ ଆନନ୍ଦଉଲ୍ଲାସର ସହ ପାଳନ କରୁଛନ୍ତି।

Related story