ରାଜ୍ୟ ସରକାରଙ୍କ ପ୍ୟାକେଜ: ୩୫ ଲକ୍ଷ ଚାଷୀ ଓ ଦିନ ମଜୁରିଆଙ୍କୁ ଭୁଲିଗଲେ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଶ୍ୱ ମହାମାରୀ ‘କରୋନା’ ସଂକ୍ରମଣକୁ ରୋକିବା ପାଇଁ ଦେଶବ୍ୟାପୀ ୨୧ଦିନିଆ ଲକଡାଉନ୍ ଲାଗୁ ହୋଇଥିବାବେଳେ ସାଧାରଣ ଲୋକଙ୍କୁ ଆଶ୍ୱସ୍ତି ଦେବା ନିମନ୍ତେ ଆଜି ରାଜ୍ୟ ସରକାର ୨୨୦୦କୋଟି ଟଙ୍କାର ଆର୍ଥିକ ପ୍ୟାକେଜ୍ ଘୋଷଣା କରିଛନ୍ତି। ମାତ୍ର ଏହି ପ୍ୟାକେଜରେ ଗରିବ ଚାଷୀ, ଦିନମଜୁରିଆ, ରାସ୍ତାକଡ଼ ବ୍ୟବସାୟୀ, ବୁଲା ବ୍ୟବସାୟୀ ଆଦିଙ୍କୁ ଆର୍ଥିକ ପ୍ରୋତ୍ସାହନ ଦେବାଭଳି କୌଣସି ବ୍ୟବସ୍ଥା ନାହିଁ। ଯାହାକି କରୋନା ପାଇଁ ଲକଡାଉନ୍ ଅବଧିରେ ଏହି ବର୍ଗର ଲୋକ ଓ ସେମାନଙ୍କ ଉପରେ […]

farmer

farmer

Manoranjan Sial
  • Published: Friday, 27 March 2020
  • Updated: 27 March 2020, 10:48 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଶ୍ୱ ମହାମାରୀ ‘କରୋନା’ ସଂକ୍ରମଣକୁ ରୋକିବା ପାଇଁ ଦେଶବ୍ୟାପୀ ୨୧ଦିନିଆ ଲକଡାଉନ୍ ଲାଗୁ ହୋଇଥିବାବେଳେ ସାଧାରଣ ଲୋକଙ୍କୁ ଆଶ୍ୱସ୍ତି ଦେବା ନିମନ୍ତେ ଆଜି ରାଜ୍ୟ ସରକାର ୨୨୦୦କୋଟି ଟଙ୍କାର ଆର୍ଥିକ ପ୍ୟାକେଜ୍ ଘୋଷଣା କରିଛନ୍ତି। ମାତ୍ର ଏହି ପ୍ୟାକେଜରେ ଗରିବ ଚାଷୀ, ଦିନମଜୁରିଆ, ରାସ୍ତାକଡ଼ ବ୍ୟବସାୟୀ, ବୁଲା ବ୍ୟବସାୟୀ ଆଦିଙ୍କୁ ଆର୍ଥିକ ପ୍ରୋତ୍ସାହନ ଦେବାଭଳି କୌଣସି ବ୍ୟବସ୍ଥା ନାହିଁ। ଯାହାକି କରୋନା ପାଇଁ ଲକଡାଉନ୍ ଅବଧିରେ ଏହି ବର୍ଗର ଲୋକ ଓ ସେମାନଙ୍କ ଉପରେ ନିର୍ଭରଶୀଳ ପରିବାରର ସମସ୍ୟା ବଢ଼ାଇବାର ଆଶଙ୍କା ରହିଛି।

ସୂଚନା ଅନୁସାରେ, ଗତକାଲି କେନ୍ଦ୍ର ସରକାର ଦେଶର ଗରିବ ଓ ନିମ୍ନ ମଧ୍ୟବିତ୍ତ ବର୍ଗଙ୍କୁ କରୋନା ଜନିତ ଲକଡାଉନ୍ ଯୋଗୁ ଅସୁବିଧାରୁ ସାମାନ୍ୟ ଆଶ୍ୱସ୍ତି ଦେବା ପାଇଁ ୧.୭୦ଲକ୍ଷ କୋଟି ଟଙ୍କାର ପ୍ୟାକେଜ୍ ଘୋଷଣା କରିଥିବାବେଳେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ୟାକେଜ୍ ଘୋଷଣା କରିଛନ୍ତି। ତେବେ ରାଜ୍ୟ ସରକାରଙ୍କ ୨୨୦୦କୋଟି ଟଙ୍କାର ପ୍ୟାକେଜରେ ମାତ୍ର ୧୨୭୦କୋଟି ଟଙ୍କା ରାଜ୍ୟ ସରକାରଙ୍କ ତହବିଲରୁ ଖର୍ଚ୍ଚ ହେବ। ଯଦିଓ ସାମାଜିକ ସୁରକ୍ଷା ଯୋଜନାରେ ମାସିକ ଭତ୍ତା ପାଉଥିବା ହିତାଧିକାରୀଙ୍କୁ ଆଗୁଆ ୪ମାସର ଭତ୍ତାକୁ ପ୍ୟାକେଜରେ ରାଜ୍ୟ ସରକାର ସାମିଲ କରିଛନ୍ତି କିନ୍ତୁ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କ ପାଇଁ ଆଗୁଆ ୪ମାସର ଦରମାକୁ ଆଜିର ପ୍ୟାକେଜରେ ସାମିଲ କରିନଥିବା ଜଣାପଡ଼ିଛି।

ରାଜ୍ୟର ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ପାଣ୍ଠିରେ ଏବେ ପ୍ରାୟ ୭୫୦କୋଟି ଟଙ୍କା ଥିବାବେଳେ ଚଳିତବର୍ଷ ପ୍ରାୟ ୫୦୦କୋଟି ଟଙ୍କା ମିଳିବ। ଏହା ସତ୍ତ୍ୱେ ରାଜ୍ୟ ସରକାର ମୋଟ ପଞ୍ଜିକୃତ ହୋଇଥିବା ୨୯.୫୦ଲକ୍ଷ ନିର୍ମାଣ ଶ୍ରମିକଙ୍କ ମଧ୍ୟରୁ ମାତ୍ର ୨୨ଲକ୍ଷ ଶ୍ରମିକଙ୍କୁ ୧୫ଶହ ଟଙ୍କା ଆର୍ଥିକ ସହାୟତା ଦେବେ ବୋଲି କହିଛନ୍ତି। ଏବାବଦରେ ସରକାର ମାତ୍ର ୩୩୦କୋଟି ଟଙ୍କା ଖର୍ଚ୍ଚ କରିବେ। ନିର୍ମାଣ ସେସ୍ ବାବଦରେ ଆଦାୟ ହେଉଥିବା ପାଣ୍ଠିରୁ ର୍ହିଁ ଶ୍ରମିକ ମାନଙ୍କୁ ସରକାର ସହାୟତା ଦେବେ। ସେହିପରି ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ ଥିବା ରାଜ୍ୟରେ ୯୪ ଲକ୍ଷ ପରିବାରକୁ ରାଜ୍ୟ ସରକାର ୧ହଜାର ଟଙ୍କା ସହାୟତା ଦେବାକୁ ନିଷ୍ପତ୍ତି ନେଇଛନ୍ତି। ଏବାବଦରେ ୯୪୦କୋଟି ଟଙ୍କା ଖର୍ଚ୍ଚ ହେବ।

ତେବେ ପ୍ରଶ୍ନ ଉଠୁଛି, ରାଜ୍ୟରେ ପ୍ରାୟ ୭୫ଲକ୍ଷ ଚାଷୀ ପରିବାରକୁ ରାଜ୍ୟ ସରକାର ‘କାଳିଆ’ ଯୋଜନା ହିତାଧିକାରୀ ଭାବେ ସାମିଲ କରିଥିବାବେଳେ କରୋନାଜନିତ ସମସ୍ୟା ସମୟରେ ସେମାନଙ୍କୁ ସହାୟତାର ହାତ ନବଢ଼ାଇବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ରାଜ୍ୟ ସରକାରଙ୍କ ତଥ୍ୟ ଅନୁସାରେ ରାଜ୍ୟରେ ୫୦ଲକ୍ଷ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଥିବାବେଳେ ୨୫ଲକ୍ଷ କୃଷି ଶ୍ରମିକ ଅଛନ୍ତି। ଏହି କୃଷି ଶ୍ରମିକମାନେ ଦିନ ମଜୁରି ଉପରେ ନିର୍ଭରଶୀଳ ରହିଥାନ୍ତି। ଏବେ କରୋନା ସଂକ୍ରମଣ ଯୋଗୁ ସେମାନେ ଏକପ୍ରକାର ଉପାର୍ଜନ ଶୂନ୍ୟ ହୋଇପଡ଼ିଛନ୍ତି। ସେମାନଙ୍କ ପାଇଁ ସରକାରୀସ୍ତରରେ କୌଣସି ସହାୟତା ଘୋଷଣା ହୋଇନି। ଯଦିଓ କେନ୍ଦ୍ର ସରକାର ‘ପିଏମ-କିଷାନ’ ଯୋଜନାରେ ରାଜ୍ୟର ୩୯ଲକ୍ଷ ୬୯ହଜାର ୪୩୫ଜଣ ଚାଷୀଙ୍କୁ ଏପ୍ରିଲ ପ୍ରଥମ ସପ୍ତାହରେ ୨ହଜାର ଟଙ୍କାର ସହାୟତା ଦେବେ। ତେଣୁ କରୋନାଜନିତ ବିପତ୍ତି ସମୟରେ ରାଜ୍ୟରେ ଥିବା ୭୫ଲକ୍ଷ ଚାଷୀଙ୍କ ମଧ୍ୟରୁ ବାକି ୩୫ଲକ୍ଷ ଚାଷୀଙ୍କୁ ଆର୍ଥିକ ସହାୟତାରୁ ବଞ୍ôଚତ ହେବାକୁ ପଡ଼ିଛି।

କେବଳ ସେତିକି ନୁହେଁ, ରାଜ୍ୟର ବିଭିନ୍ନ ସହରରେ ରାସ୍ତାକଡ଼ ଉଠାଦୋକାନ, କ୍ଷୁଦ୍ର ବ୍ୟବସାୟୀ ଓ ବୁଲା ବ୍ୟବସାୟୀମାନଙ୍କ ଉପାର୍ଜନ ଏବେ ସମ୍ପୂର୍ଣ୍ଣ ବନ୍ଦ ହୋଇପଡ଼ିଛି। ରାଜ୍ୟ ସରକାର ମଧ୍ୟ ସେମାନଙ୍କ ପ୍ରତି ନିଜର ଦାୟିତ୍ୱବୋଧକୁ ଭୁଲିଯାଇଥିବା ଓ ସେମାନଙ୍କ ଦୁଃଖ କିଏ ବୁଝିବ ତାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story