୩୫ ଦାଦନ ଶ୍ରମିକ ଉଦ୍ଧାର
- Published: Friday, 10 November 2017
- , Updated: 10 November 2017, 12:49 PM IST
<p>ପାଟଣାଗଡ଼: ଥମୁନି ଦାଦନ ଚାଲାଣ। ବଲାଙ୍ଗିର ଜିଲ୍ଲା ବେଲପଡ଼ା ବ୍ଲକ ସୁଲେଇକେଲା ଗାଁରୁ ୩୫ ଦାଦନ ଶ୍ରମିକଙ୍କୁ ପୋଲିସ ଉଦ୍ଧାର କରିଛି। ଏଥିସହ ଜଣେ ଦାଦନ ଦଲାଲକୁ ଅଟକ ରଖି ପଚରାଉଚରା କରୁଛି।</p>
<p>ଦାଦନ ଶ୍ରମିକମାନଙ୍କୁ ବାହାର ରାଜ୍ୟକୁ ଚାଲାଣ ପାଇଁ ଯୋଜନା କରାଯାଇଥିବା ଖବର ପାଇ ପୋଲିସ ଚଢ଼ାଉ କରିଥିଲା। ସୂଚନା ଅନୁଯାୟୀ, ଲୋଇସିଙ୍ଗା ବ୍ଲକ ସିଙ୍ଗାଦିମୁଣ୍ଡା ଗାଁର ୩୫ଜଣ ଶ୍ରମିକଙ୍କୁ ଦଲାଲ ପ୍ରଲୋଭନ ଦେଖାଇ ସୁଲେଇକେଲା ଗାଁରେ ରଖିଥିଲା। ସମସ୍ତ ଶ୍ରମିକଙ୍କୁ ହାଇଦ୍ରାବାଦ ପଠାଇବା ପାଇଁ ସମ୍ପୃକ୍ତ ଦଲାଲ ଯୋଜନା କରିଥିଲା।</p>