ଚୋରି ହୋଇଗଲା ୩୭ଟି ମେଣ୍ଢା

ବାଙ୍କୀ (ସଞ୍ଜୀପ ନାୟକ): ଗୋଟିଏ ଗାଁରୁ ଗୋଟିଏ ରାତିରେ ୩୭ଟି ମେଣ୍ଢା ଚୋରି କରିନେଲେ ଦୁର୍ବୃତ୍ତ। ଏପରି ଅଭିଯୋଗ ‌ଆସିଛି କଟକ ଜିଲ୍ଲା ବାଙ୍କୀ ବ୍ଲକର ଗୋପାଳପୁର ଗାଁରୁ। ଅଭିଯୋଗ ଅନୁସାରେ, ଗତକାଲି  ବିଳମ୍ବିତ ରାତିରେ ମେଣ୍ଢା ଚାଷୀ ସୁରେଶ ବେହେରାଙ୍କ ଗୁହାଳରୁ ୩୭ ମେଣ୍ଢା କେହି ଦୁର୍ବୃତ୍ତ ଚୋରି କରି ନେଇଯାଇଛନ୍ତି। ଆଜି ସକାଳେ ସୁରେଶ ଗୁହାଳରେ ୩୭ ମେଣ୍ଢା ନଥିବା  ଦେଖିଥିଲେ। ଏନେଇ ସେ ଆଜି  ବାଙ୍କୀ ଥାନାରେ ଅଭିଯୋଗ କରିଥିଲେ। ଏତେ ପରିମାଣର […]

sheep008

Tapaswini Nayak
  • Published: Sunday, 15 December 2019
  • , Updated: 15 December 2019, 02:03 PM IST

ବାଙ୍କୀ (ସଞ୍ଜୀପ ନାୟକ): ଗୋଟିଏ ଗାଁରୁ ଗୋଟିଏ ରାତିରେ ୩୭ଟି ମେଣ୍ଢା ଚୋରି କରିନେଲେ ଦୁର୍ବୃତ୍ତ। ଏପରି ଅଭିଯୋଗ ‌ଆସିଛି କଟକ ଜିଲ୍ଲା ବାଙ୍କୀ ବ୍ଲକର ଗୋପାଳପୁର ଗାଁରୁ।

ଅଭିଯୋଗ ଅନୁସାରେ, ଗତକାଲି  ବିଳମ୍ବିତ ରାତିରେ ମେଣ୍ଢା ଚାଷୀ ସୁରେଶ ବେହେରାଙ୍କ ଗୁହାଳରୁ ୩୭ ମେଣ୍ଢା କେହି ଦୁର୍ବୃତ୍ତ ଚୋରି କରି ନେଇଯାଇଛନ୍ତି। ଆଜି ସକାଳେ ସୁରେଶ ଗୁହାଳରେ ୩୭ ମେଣ୍ଢା ନଥିବା  ଦେଖିଥିଲେ। ଏନେଇ ସେ ଆଜି  ବାଙ୍କୀ ଥାନାରେ ଅଭିଯୋଗ କରିଥିଲେ। ଏତେ ପରିମାଣର ମେଣ୍ଢା କିପରି ଚୋରି ହେଲା, ସେ ନେଇ ପୁଲିସ୍ ଖୋଳତାଡ଼ କରୁଛି।

 

Related story