ପ୍ରତାରକ ପ୍ରେମିକଙ୍କ ସମେତ ୪ ଗିରଫ, ବିବାହର ପ୍ରତିଶ୍ରୁତି ଦେଇ ଠକିଥିଲେ ସାର୍‌ !

ରାୟଗଡ଼ା (ଓଡ଼ିଶା ରିପୋର୍ଟର): ପ୍ରେମ, ପ୍ରତାରଣା ପରେ ପ୍ରେମିକାର ଧାରଣା ମାମଲାରେ ପୁଲିସ ଦୁଇ ପକ୍ଷରୁ ୪ ଜଣଙ୍କୁ ଗିରଫ କରିଛି। ଏମାନଙ୍କ ମଧ୍ୟରେ ଯୁବତୀଙ୍କ ପ୍ରେମିକ ଓ ତିନି ଜଣ ମାନବାଧିକାର କର୍ମୀ ଅଛନ୍ତି। ସୂଚନା ଅନୁଯାୟୀ ପ୍ରେମିକର ଘର ଆଗରେ ପ୍ରେମିକା ଧାରଣା ଦେବା ପରେ ଦୁଇ ପରିବାରଙ୍କ ମଧ୍ୟରେ ଆପୋସ ବୁଝାମଣା ପାଇଁ ସମ୍ପୃକ୍ତ ମାନବାଧିକାର କର୍ମୀ ଡାକିଥିଲେ। କିନ୍ତୁ ବୁଝାମଣା ବେଳେ ଉଭୟ ଗୋଷ୍ଠୀଙ୍କ ମଧ୍ୟରେ ବଚସା ଓ ଧସ୍ତାଧସ୍ତି ହୋଇଥିଲା। […]

c-90

Puspanjali Panda
  • Published: Sunday, 01 September 2019
  • , Updated: 01 September 2019, 07:09 PM IST

ରାୟଗଡ଼ା (ଓଡ଼ିଶା ରିପୋର୍ଟର): ପ୍ରେମ, ପ୍ରତାରଣା ପରେ ପ୍ରେମିକାର ଧାରଣା ମାମଲାରେ ପୁଲିସ ଦୁଇ ପକ୍ଷରୁ ୪ ଜଣଙ୍କୁ ଗିରଫ କରିଛି। ଏମାନଙ୍କ ମଧ୍ୟରେ ଯୁବତୀଙ୍କ ପ୍ରେମିକ ଓ ତିନି ଜଣ ମାନବାଧିକାର କର୍ମୀ ଅଛନ୍ତି।

ସୂଚନା ଅନୁଯାୟୀ ପ୍ରେମିକର ଘର ଆଗରେ ପ୍ରେମିକା ଧାରଣା ଦେବା ପରେ ଦୁଇ ପରିବାରଙ୍କ ମଧ୍ୟରେ ଆପୋସ ବୁଝାମଣା ପାଇଁ ସମ୍ପୃକ୍ତ ମାନବାଧିକାର କର୍ମୀ ଡାକିଥିଲେ। କିନ୍ତୁ ବୁଝାମଣା ବେଳେ ଉଭୟ ଗୋଷ୍ଠୀଙ୍କ ମଧ୍ୟରେ ବଚସା ଓ ଧସ୍ତାଧସ୍ତି ହୋଇଥିଲା। ଏ ନେଇ ମାନବାଧିକାର କର୍ମୀ ପ୍ରେମିକଙ୍କ ଘର ଲୋକଙ୍କୁ ମାଡ଼ ମାରିଥିବା ଥାନାରେ ଅଭିଯୋଗ ହୋଇଥିଲା।

ଏହି ଘଟଣାରେ ଗତକାଲି ପୁଲିସ ଉଭୟ ପକ୍ଷର ୧୫ ଜଣଙ୍କୁ ଅଟକ ରଖିଥିଲା। ହେଲେ ଆଜି ସମସ୍ତଙ୍କୁ ଛାଡ଼ି ଦେଇ ଚାରି ଜଣଙ୍କୁ ଗିରଫ କରିଛି।

ସୂଚନାଯୋଗ୍ୟ ରାୟଗଡ଼ାର ଏକ ଘରୋଇ ଇଞ୍ଜିନିୟରିଂ କଲେଜରେ ପଢୁଥିଲେ ଝାରଖଣ୍ଡର ଜଣେ ଯୁବତୀ। କଲେଜର ଅଧ୍ୟାପକ ଧୀରେନ କୁମାର ପଟ୍ଟନାୟକଙ୍କ ସହ ତାଙ୍କର ପ୍ରେମ ସଂପର୍କ ଗଢ଼ି ଉଠିଥିଲା। ବିବାହର ପ୍ରଲୋଭନ ଦେଖାଇ ଅଧ୍ୟାପକ ଜଣକ ଯୁବତୀଙ୍କ ସହ ଶାରୀରିକ ସମ୍ପର୍କ ରଖିଥିବା ପୁଲିସରେ ଅଭିଯୋଗ ହୋଇଥିଲା। ଅଧ୍ୟାପକଙ୍କର ଅନ୍ୟତ୍ର ବିବାହ ଠିକ୍‌ ହୋଇଥିବା ଜାଣି ପରିବାର ସମେତ ସମ୍ପୃକ୍ତ ଯୁବତୀ ରାୟଗଡ଼ାରେ ଥିବା ଧୀରେନଙ୍କ ପିତାମହଲ ଘର ଆଗରେ ଧାରଣା ଦେଇଥିଲେ।

Related story