୪ ବର୍ଷରେ ନିର୍ମାଣ ହେବ ୮ଶହଟି ସେତୁ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟର ଗ୍ରାମଞ୍ଚଳରେ ଯୋଗାଯୋଗ ବ୍ୟବସ୍ଥା ସୁଦୃଢ଼ ପାଇଁ ଆସନ୍ତା ୪ ବର୍ଷରେ ନିର୍ମାଣ ହେବ ୮ଶହଟି ସେତୁ। ବିଜୁ ସେତୁ ଯୋଜନାରେ ପ୍ରତିବର୍ଷ ୨ଶହ ସେତୁ ନିର୍ମାଣ କରିବାକୁ ଗ୍ରାମ୍ୟ ଉନ୍ନୟନ ବିଭାଗକୁ ନିଦ୍ଦେର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସରକାରଙ୍କ ବର୍ଷ ପୂର୍ତ୍ତି ଅବସରରେ ଗ୍ରାମ୍ୟ ଉନ୍ନୟନ ବିଭାଗର ଆଜି କାର୍ଯ୍ୟ ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ। ସେହିପରି ୧୦୦ରୁ ବେଶୀ ଜନସଂଖ୍ୟା ଥିବା ଗାଁକୁ ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା ଅନୁସାରେ ରାଜ୍ୟରେ ୨୦ ହଜାର […]

cm

Rakesh Mallick
  • Published: Tuesday, 02 June 2015
  • , Updated: 02 June 2015, 01:19 PM IST

ଭୁବନେଶ୍ୱର: ରାଜ୍ୟର ଗ୍ରାମଞ୍ଚଳରେ ଯୋଗାଯୋଗ ବ୍ୟବସ୍ଥା ସୁଦୃଢ଼ ପାଇଁ ଆସନ୍ତା ୪ ବର୍ଷରେ ନିର୍ମାଣ ହେବ ୮ଶହଟି ସେତୁ। ବିଜୁ ସେତୁ ଯୋଜନାରେ ପ୍ରତିବର୍ଷ ୨ଶହ ସେତୁ ନିର୍ମାଣ କରିବାକୁ ଗ୍ରାମ୍ୟ ଉନ୍ନୟନ ବିଭାଗକୁ ନିଦ୍ଦେର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସରକାରଙ୍କ ବର୍ଷ ପୂର୍ତ୍ତି ଅବସରରେ ଗ୍ରାମ୍ୟ ଉନ୍ନୟନ ବିଭାଗର ଆଜି କାର୍ଯ୍ୟ ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ। ସେହିପରି ୧୦୦ରୁ ବେଶୀ ଜନସଂଖ୍ୟା ଥିବା ଗାଁକୁ ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା ଅନୁସାରେ ରାଜ୍ୟରେ ୨୦ ହଜାର କିଲୋମିଟର ରାସ୍ତା ନିର୍ମାଣ କରିବାକୁ ବୈଠକରେ ନିଷ୍ପତ୍ତି ନିଆଯାଇଛି। ଗତ ବର୍ଷ ବିଜୁ ସେତୁ ଯୋଜନାରେ ୨୦୧ ଟି ସେତୁ ନିର୍ମାଣ ଶେଷ ହୋଇଥିବା ବେଳେ ୧୩୧ ସେତୁ ନିର୍ମାଣ କାମ ଜାରି ରହିଛି। ସେହିପରି ଗ୍ରାମଚଂଳରେ ପିଇବାପାଣି ସମସ୍ୟା ସମାଧାନ ପାଇଁ ମେଗା ପାଇପ୍ ୱାଟର ପ୍ରୋଜେକଟ୍ କାର୍ଯ୍ୟକାରୀ କରାଯାଇଛି। ସେହିପରି ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାରେ କେନ୍ଦ୍ରରୁ ଆସୁଥିବା ପାଣ୍ଠି ଗତବର୍ଷ ଠାରୁ ହ୍ରାସ ପାଉଥିବାରୁ ରାଜ୍ୟରେ କାର୍ଯ୍ୟ ପ୍ରଭାବିତ ହୋଇଥିବା ବିଭାଗୀୟ ମନ୍ତ୍ରୀ ସୂଚନା ଦେଇଛନ୍ତି।

Related story