ଗଛକୁ ପିଟିଲା କାର୍‌: ୪ ମୃତ, ଜଣେ ଆହତ

କେନ୍ଦୁଝର (ପ୍ରଣୟ ପାଣି): କେନ୍ଦୁଝର ସଦର ଥାନା ଅନ୍ତର୍ଗତ ମଇଦାନକେଲ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ମୃତକମାନେ ହେଲେ କେନ୍ଦୁଝର ସରକାରୀ ଇଂଜିନିୟରିଂ କଲେଜର ପ୍ରିନସିପାଲ୍‌ ତୀର୍ଥବାସୀ ପରିଡ଼ା, ଗାୟତ୍ରୀ କଲେଜର ଭାଇସ ପ୍ରିନସିପାଲ୍‌ ଚୈତନ୍ୟ ବିକାଶ ସାହୁ, ପ୍ରଶାନ୍ତ କୁମାର ପାତ୍ର ଓ ରାଜେଶ କୁମାର ଗୁରୁ। ଗୁରୁତର ଥିବା କମଳାକ୍ଷ ପରିଡ଼ାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି […]

road accident

Rakesh Mallick
  • Published: Tuesday, 31 July 2018
  • , Updated: 31 July 2018, 08:54 AM IST

କେନ୍ଦୁଝର (ପ୍ରଣୟ ପାଣି): କେନ୍ଦୁଝର ସଦର ଥାନା ଅନ୍ତର୍ଗତ ମଇଦାନକେଲ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣଙ୍କ ଅବସ୍ଥା ଗୁରୁତର ରହିଛି।

ମୃତକମାନେ ହେଲେ କେନ୍ଦୁଝର ସରକାରୀ ଇଂଜିନିୟରିଂ କଲେଜର ପ୍ରିନସିପାଲ୍‌ ତୀର୍ଥବାସୀ ପରିଡ଼ା, ଗାୟତ୍ରୀ କଲେଜର ଭାଇସ ପ୍ରିନସିପାଲ୍‌ ଚୈତନ୍ୟ ବିକାଶ ସାହୁ, ପ୍ରଶାନ୍ତ କୁମାର ପାତ୍ର ଓ ରାଜେଶ କୁମାର ଗୁରୁ।

ଗୁରୁତର ଥିବା କମଳାକ୍ଷ ପରିଡ଼ାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ସୂଚନାଯୋଗ୍ୟ, ଗତକାଲି ରାଇରଙ୍ଗପୁର ଠାରେ ଶ୍ରୀ ଅନୁକୁଳଚନ୍ଦ୍ରଙ୍କର ସତ୍‌ସଙ୍ଗ ସାରି ଏକ ମାରୁତି ସୁଇଫ୍ଟରେ ୫ ଜଣ କେନ୍ଦୁଝର ଫେରୁଥିଲେ।

ରାତି ପ୍ରାୟ ୨ଟା ସମୟରେ ଡ୍ରାଇଭରଙ୍କ ଆଖି ଲାଗି ଯିବାରୁ ଗାଡ଼ିଟି ଏକ ଗଛରେ ପିଟି ହୋଇ ଯାଇଥିଲା।

Related story