ବନ୍ଦ ଘରୁ ମିଳିଲା ୪ ମୃତଦେହ, ପୂରା ପରିବାର ସଫା

ରାଉରକେଲା(ସତ୍ୟାନନ୍ଦ ମହାନ୍ତି) : ରାଜଗାଙ୍ଗପୁର ଆଇଟି କଲୋନିରେ ବନ୍ଦ ଥିବା ଏକ ଘରୁ ମିଳିଲା ଗୋଟିଏ ପରିବାରର ୪ ଜଣଙ୍କ ଗଳିତ ମୃତଦେହ। ମୃତକମାନେ ହେଲେ ରଞ୍ଜିତ ପ୍ରସାଦ(୨୮),  ତାଙ୍କ ସ୍ତ୍ରୀ କଳ୍ପନା ପ୍ରସାଦ ଚିନୁ,  ତିନି ବର୍ଷର ଝିଅ କନକ ଓ ଦେଢ଼ ବର୍ଷର ପୁଅ।   ଏପରି ଘଟଣା ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ଗୁରୁବାର ଶେଷଥର ପାଇଁ ପରିବାର ଲୋକଙ୍କୁ ପଡ଼ୋଶୀ ଦେଖିଥିଲେ। ଆଜି ଘରୁ ପଚା ଗନ୍ଧ ବାହାରିବାରୁ ପଡ଼ୋଶୀଙ୍କଠାରୁ ଖବର […]

deadbody-1

deadbody-1

Niharika Rout
  • Published: Saturday, 11 January 2020
  • Updated: 11 January 2020, 02:23 PM IST

Sports

Latest News

ରାଉରକେଲା(ସତ୍ୟାନନ୍ଦ ମହାନ୍ତି) : ରାଜଗାଙ୍ଗପୁର ଆଇଟି କଲୋନିରେ ବନ୍ଦ ଥିବା ଏକ ଘରୁ ମିଳିଲା ଗୋଟିଏ ପରିବାରର ୪ ଜଣଙ୍କ ଗଳିତ ମୃତଦେହ। ମୃତକମାନେ ହେଲେ ରଞ୍ଜିତ ପ୍ରସାଦ(୨୮),  ତାଙ୍କ ସ୍ତ୍ରୀ କଳ୍ପନା ପ୍ରସାଦ ଚିନୁ,  ତିନି ବର୍ଷର ଝିଅ କନକ ଓ ଦେଢ଼ ବର୍ଷର ପୁଅ।   ଏପରି ଘଟଣା ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି।

ଗୁରୁବାର ଶେଷଥର ପାଇଁ ପରିବାର ଲୋକଙ୍କୁ ପଡ଼ୋଶୀ ଦେଖିଥିଲେ। ଆଜି ଘରୁ ପଚା ଗନ୍ଧ ବାହାରିବାରୁ ପଡ଼ୋଶୀଙ୍କଠାରୁ ଖବର ପାଇ ପୁଲିସ୍‌ ପହଞ୍ଚି ଛାନଭିନ କରିଥିଲା। ଏହାପରେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ କବାଟ ଭାଙ୍ଗି ଗଳିତ ମୃତଦେହ ଉଦ୍ଧାର କରାଯାଇଛି। ପୁଲିସ୍‌ ଓ ସାଇଣ୍ଟିଫିକ୍‌ ଟିମ୍‌ ଘଟଣାର ତଦନ୍ତ କରୁଛନ୍ତି।

ମୃତଦେହ ନିକଟରେ ଅଧା ଭର୍ତ୍ତି କ୍ଷୀର ପାତ୍ର ମିଳିଥିବା ସୂଚନା ମିଳିଛି। ବିଷ ମିଶା କ୍ଷୀର ପିଇ ପରିବାର ସଦସ୍ୟ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି। ମୃତ ରଂଜିତ ପ୍ରସାଦ ଓସିଏଲ କମ୍ପାନିରେ ଚାକିରି କରୁଥିଲେ।

ଏହି ଘର ମାଲିକ ପ୍ରମୋଦ ରାଉତ ନାମକ ବ୍ୟକ୍ତି ବୋଲି ଜଣାପଡ଼ିଛି। କାଂଶବାହାଲ ଗୋଆଲପଡ଼ାରେ ପୂର୍ବରୁ  ରହୁଥିବା ରଞ୍ଜିତ ପ୍ରସାଦ(୨୮) ୪ ମାସ ହେଲା ରାଜଗାଙ୍ଗପୁର ଆସି ପ୍ରମୋଦଙ୍କ ଘର ଭଡ଼ା ନେଇ ରହୁଥିଲେ । ସେ ବିହାରର ମୂଳ ବାସିନ୍ଦା ବୋଲି ଜଣାଯାଇଛି।

କ‘ଣ ପାଇଁ ପରିବାର ସଦସ୍ୟ ଏପରି ପଦକ୍ଷେପ ନେଲେ, ଏଥିପାଇଁ ଆର୍ଥିକ ସ୍ଥିତି ନା ପାରିବାରିକ ସମସ୍ୟା ଦାୟୀ ପୁଲିସ୍‌ ତାହାର ତଦନ୍ତ କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos