ପତ୍ନୀଙ୍କ ପାଇଁ ଓଡିଆ ପୁଅ ଆମେରିକାରେ ଗଢିଲେ ୪ ଧାମ

ଭୁବନେଶ୍ୱର(ଓଡିଶା ରିପୋର୍ଟର): ଦିନେ ସାରଜାହାନ୍‌ ପ୍ରିୟତମା ପତ୍ନୀଙ୍କ ଉଦ୍ଦେଶ୍ୟରେ ତାଜମହଲ ନିର୍ମାଣ କରାଇଥିଲେ। ଆଉ ମାନ୍‌ଝି ଯାହା କଲେ ଆପଣଙ୍କ ବିଶ୍ୱାସ ବାହାରର କଥା। ପାହାଡିଆ ଅଞ୍ଚଳରେ ପତ୍ନୀଙ୍କ ପାଇଁ ନିଜେ ହାଣି ରାସ୍ତା କରିବା ଥିଲା କାଠିକର ପାଠ । ତଥାପି ଅଦମ୍ୟ ସାହସ ଓ ଇଚ୍ଛାଶକ୍ତି ଆଗରେ ହାର ମାନିଥିଲା ସବୁ ପ୍ରତିକୂଳ ପରିସ୍ଥିତି। ପାହାଡ଼ କାଟି ସେ ନିର୍ମାଣ କରିଥିଲେ ରାସ୍ତା। ପ୍ରକୃତରେ  ପ୍ରେମ ମଣିଷକୁ ନୂଆ କିଛି କରି ଦେଖାଇବାର ରାସ୍ତା […]

Dhama

Rakesh Mallick
  • Published: Saturday, 31 March 2018
  • , Updated: 31 March 2018, 07:54 PM IST

ଭୁବନେଶ୍ୱର(ଓଡିଶା ରିପୋର୍ଟର): ଦିନେ ସାରଜାହାନ୍‌ ପ୍ରିୟତମା ପତ୍ନୀଙ୍କ ଉଦ୍ଦେଶ୍ୟରେ ତାଜମହଲ ନିର୍ମାଣ କରାଇଥିଲେ। ଆଉ ମାନ୍‌ଝି ଯାହା କଲେ ଆପଣଙ୍କ ବିଶ୍ୱାସ ବାହାରର କଥା। ପାହାଡିଆ ଅଞ୍ଚଳରେ ପତ୍ନୀଙ୍କ ପାଇଁ ନିଜେ ହାଣି ରାସ୍ତା କରିବା ଥିଲା କାଠିକର ପାଠ । ତଥାପି ଅଦମ୍ୟ ସାହସ ଓ ଇଚ୍ଛାଶକ୍ତି ଆଗରେ ହାର ମାନିଥିଲା ସବୁ ପ୍ରତିକୂଳ ପରିସ୍ଥିତି। ପାହାଡ଼ କାଟି ସେ ନିର୍ମାଣ କରିଥିଲେ ରାସ୍ତା। ପ୍ରକୃତରେ  ପ୍ରେମ ମଣିଷକୁ ନୂଆ କିଛି କରି ଦେଖାଇବାର ରାସ୍ତା ଦେଖାଏ ଏ କଥା ଆପଣ ବି ଏ କଥାଗୁଡିକ ପଢି ବିଶ୍ୱାସ କରୁଥିବେ।

ଜାଣିଛନ୍ତି, ଓଡିଆ ପୁଅ ସୂର୍ଯ୍ୟ ସୁଦୂର ଆମେରିକାରେ ତିଆରି କରିଛନ୍ତି ୪ ଧାମ। ସେ ପୁଣି ନିଜ ପତ୍ନୀଙ୍କ ପାଇଁ। ସୁଣି ଆଶ୍ଚର୍ଯ୍ୟ ଲାଗୁଥିଲେ ବି କଥାଟା ସତ। ପ୍ରିୟତମା ପତ୍ନୀ ରୋଗରେ ପଡି ଛାଟିପିଟି ହେଉଥିବା ବେଳେ ୪ଧାମ ବୁଲି ଯିବାକୁ ମନ କରନ୍ତି। ହେଲେ ଆମେରିକାରୁ ଭାରତ ଆସି ୪ ଧାମ ବୁଲିବା ସମ୍ଭବପର ହୁଏନାହିଁ। ଫଳରେ ଚାରିଧାମକୁ ଆମେରିକା ମାଟିରେ ଠିଆ କରିବାର ପ୍ରତିଶ୍ରୁତି ଦିଅନ୍ତି ସେ । ଶେଷରେ ପତ୍ନୀଙ୍କୁ ଆମେରିକା ମାଟିରେ ଶ୍ରୀ ଜଗନ୍ନାଥ, ବଦ୍ରିନାଥ, ରାମେଶ୍ୱରମ୍‌ ଆଉ ଦ୍ୱାରକାନାଥଙ୍କ ଏକତ୍ର ଦର୍ଶନ କରାଇ ଦିଅନ୍ତି ସୂର୍ଯ୍ୟ।

କଥାଟି ପଢି ପୁରା ଘଟଣା ପଢିବାକୁ ଆପଣଙ୍କ ଇଚ୍ଛା ହେଉଥିବ । ତା ହେଲେ ପଢନ୍ତୁ।

କଟକ ତିଗିରିଆ ପାଞ୍ଚଗାଁର ସୂର୍ଯ୍ୟନାରାୟଣ ସାହୁ ୨୫ ବର୍ଷ ତଳେ କଟକ ମଣିସାହୁ ଛକର କବିତାଙ୍କୁ ବିବାହ କରିଥିଲେ। ଦୁହେଁ ବୃତ୍ତିରେ ଇଞ୍ଜିନିୟର। ପତ୍ନୀପତି ଦୁହେଁ ବିବାହ ପରେ ଆମେରିକାରେ ଅବସ୍ଥାପିତ ହୋଇଥିଲେ। ୨ ପୁଅଙ୍କ ଏହି ଦମ୍ପତି ଆମେରିକାର ଉଡ୍‌ଲ୍ୟାଣ୍ଡ ସିଟିରେ ରହୁଥିବା ବେଳେ ୬ ବର୍ଷ ତଳେ କବିତାଙ୍କ ହୃଦ୍‌ଘାତ ହୁଏ। ସେ ଡାକ୍ତରଖାନାରେ ପଡି ଚିକିତ୍ସିତ ହେଉଥାନ୍ତି। ଏତିକିବେଳେ ସ୍ୱାମୀଙ୍କୁ ମନକଥା କୁହନ୍ତି କବିତା। ୪ ଧାମ ଦର୍ଶନର ଇଚ୍ଛା ବ୍ୟକ୍ତ କରନ୍ତି। ହେଲେ ଭଙ୍ଗା ଶରୀରକୁ ନେଇ ଭାରତ ଫେରିବା ତାଙ୍କ ପକ୍ଷରେ ସମ୍ଭବ ହୁଏନା। ଏତିକି ବେଳେ ସୂର୍ଯ୍ୟ ପ୍ରତିଶ୍ରୁତି ଦିଅନ୍ତି- “ଆମେ ସିନା ୪ ଧାମ ଯାଇପାରିବାନି ହେଲେ ୪ ଧାମ ଏଠାକୁ ତ ଆସିପାରିବେ।”

ବାସ୍‌ ପତ୍ନୀଙ୍କୁ ଦେଇଥିବା ଏହି କଥା ପଦକ ତାଙ୍କୁ ନୂଆ କିଛି କରିବାକୁ ପ୍ରେରଣା ଦିଏ। ଧାମ ନିର୍ମାଣ ପାଇଁ ଜମି ଯୋଗାଇ ଦିଅନ୍ତି ଆମେରିକା ସରକାର। ୨୦୧୨ରେ ମନ୍ଦିର ନିର୍ମାଣ ଆରମ୍ଭ ହୁଏ। ୪ ଧାମର ଠାକୁରଙ୍କ ପ୍ରତିମା ଭାରତରୁ ଅଣାଯାଇଥିବା ବେଳେ ଭାରତୀୟ ପୂଜକଙ୍କ ଦ୍ୱାରା ପୂଜା ପାଇଁ ବ୍ୟବସ୍ଥା ହୁଏ। ଶେଷରେ ସବୁ ପ୍ରତିକ୍ଷାର ଅନ୍ତ ଘଟେ। ଚଳିତ ମାସ ୮ରୁ ୧୧ ତାରିଖ ପର୍ଯ୍ୟନ୍ତ ମନ୍ଦିରର ପ୍ରାଣ ପ୍ରତିଷ୍ଠା ସମ୍ପନ୍ନ ହୋଇଛି। ଆଉ ଜାଣିଲେ ଆଶ୍ଚର୍ଯ୍ୟ ହେବେ କବିତା ମଧ୍ୟ ସମ୍ପୁର୍ଣ୍ଣ ସୁସ୍ଥ ହୋଇ ସାରିଛନ୍ତି। ଆଉ ସୌଭାଗ୍ୟଙ୍କୁ ତାଙ୍କର ବିବାହାର ରୌପ୍ୟ ଜୟନ୍ତୀ ମଧ୍ୟ ଦୁହେଁ ମିଶି ଏ ବର୍ଷ ପାଳନ କରୁଛନ୍ତି। ଆଉ କହିଛନ୍ତି ସବୁ ଇଚ୍ଛା ଇଶ୍ୱରଙ୍କର ହିଁ ଥିଲା।

Related story