ବିଳମ୍ବରେ ଖୋଲିଲା ଶ୍ରୀମନ୍ଦିରର ୪ ଦ୍ୱାର

ପୁରୀ: ଗତକାଲି ଛତିଶା ନିଯୋଗ ବୈଠକରେ ମହାପ୍ରଭୁଙ୍କ ରଥଯାତ୍ରା ନୀତି ଶୃଙ୍ଖଳିତ ଭାବେ ସମାପନ ପାଇଁ ସବୁ ସେବାୟତ ସହମତି ପ୍ରକାଶ କରିବା ପରେ ଆଜି ଶ୍ରୀମନ୍ଦିରର ୪ ଦ୍ୱାର ବିଳମ୍ବରେ ଖୋଲିଛି।  ମୁଖ୍ୟଦ୍ୱାର ସିଂହଦ୍ୱାର ବନ୍ଦ ରହିବା ଯୋଗୁ ଅନେକ ଭକ୍ତ ବାହାରେ ଅପେକ୍ଷା କରିଥିଲେ।

ଅଣସର ନୀତି ପାଇଁ ସକାଳ ୪ଟା ୨୫ରେ ପହଡ ପଡ଼ିଥିଲା  କିନ୍ତୁ ସକାଳ ପର୍ଯ୍ୟନ୍ତ ଦ୍ୱାର ଖୋଲାଯାଇ ନଥିଲା।  ସକାଳ ୬ଟା ୪୦ରେ ମୁଖ୍ୟଦ୍ୱାର ଖୋଲାଯାଇଥିଲା।  ଏହାପରେ ଭକ୍ତମାନେ ଦର୍ଶନ କରିଥିଲେ।