ନକ୍ସଲ ଭୟରେ ଭିଟାମାଟି ଛାଡିଲେ ୪ ପରିବାର

<p>ଭୁବନେଶ୍ୱର: ମାଓ ଭୟରେ ପୁଣି ଗାଁ ଛାଡ଼ିଲେ ଲୋକେ । ମାଲକାନଗିରି ଜିଲ୍ଲା କାଲିମେଳା ଥାନା କୁରୁପ ଗାଁର ୪ ପରିବାର ଭିଟାମାଟି ଛାଡ଼ିଛନ୍ତି । ମାଓବାଦୀମାନେ ଏହି ପରିବାରକୁ ପୋଲିସ ଇନଫର୍ମର ସନ୍ଦେହରେ ବିଭିନ୍ନ ସମୟରେ ଧମକ ଚମକ ଦେଉଥିଲେ । ଜୀବନ ବଞ୍ଚାଇବା ପାଇଁ ନିଜର ଜୀବିକାକୁ ଛାଡି ରାତିରେ ୪୦ କିଲୋମିଟର ଚାଲି ଚାଲି ଆସି ଅନ୍ୟଆଡେ ଆଶ୍ରୟ ନେଇଛନ୍ତି ୪ ପରିବାର। ସେମାନଙ୍କ ମଧ୍ୟରୁ ୨ଟି ପରିବାର କୋଡେଲ ମେଟଲା ଗାଁରେ ଆଶ୍ରୟ ନେଇଥିବାବେଳେ ଅନ୍ୟମାନେ ମାନ୍ଦାପାଲ୍ଲୀ ଗାଁରେ ଆଶ୍ରୟ ନେଇଛନ୍ତି ।&nbsp; ସେପଟେ ପ୍ରଶାସନ ତରଫରୁ ସେମାନଙ୍କୁ ସବୁପ୍ରକାର ସୁବିଧା ସୁଯୋଗ ଯୋଗାଇ ଦିଆଯିବ ବୋଲି ମାଲକାନଗିରି ଏସପି କହିଛନ୍ତି । ଏହା ପୂର୍ବରୁ ମଧ୍ୟ ମାଓବାଦୀଙ୍କ ଧମକ ପାଇଁ ମାଥିଲି, କାଲିମେଳା, ପଡିଆ ଓ ଚିତ୍ରକୋଣ୍ଡା ବିଚ୍ଛିନ୍ନାଂଚଳର ୨୦୦ରୁ ଅଧିକ ପରିବାର ଗାଁଛାଡି ଅନ୍ୟତ୍ର ଆଶ୍ରୟ ନେଇଛନ୍ତି ।</p>

Ordigital Desk
  • Published: Sunday, 07 January 2018
  • Updated: 07 January 2018, 06:49 PM IST

Sports

Latest News

<p>ଭୁବନେଶ୍ୱର: ମାଓ ଭୟରେ ପୁଣି ଗାଁ ଛାଡ଼ିଲେ ଲୋକେ । ମାଲକାନଗିରି ଜିଲ୍ଲା କାଲିମେଳା ଥାନା କୁରୁପ ଗାଁର ୪ ପରିବାର ଭିଟାମାଟି ଛାଡ଼ିଛନ୍ତି । ମାଓବାଦୀମାନେ ଏହି ପରିବାରକୁ ପୋଲିସ ଇନଫର୍ମର ସନ୍ଦେହରେ ବିଭିନ୍ନ ସମୟରେ ଧମକ ଚମକ ଦେଉଥିଲେ । ଜୀବନ ବଞ୍ଚାଇବା ପାଇଁ ନିଜର ଜୀବିକାକୁ ଛାଡି ରାତିରେ ୪୦ କିଲୋମିଟର ଚାଲି ଚାଲି ଆସି ଅନ୍ୟଆଡେ ଆଶ୍ରୟ ନେଇଛନ୍ତି ୪ ପରିବାର। ସେମାନଙ୍କ ମଧ୍ୟରୁ ୨ଟି ପରିବାର କୋଡେଲ ମେଟଲା ଗାଁରେ ଆଶ୍ରୟ ନେଇଥିବାବେଳେ ଅନ୍ୟମାନେ ମାନ୍ଦାପାଲ୍ଲୀ ଗାଁରେ ଆଶ୍ରୟ ନେଇଛନ୍ତି ।&nbsp; ସେପଟେ ପ୍ରଶାସନ ତରଫରୁ ସେମାନଙ୍କୁ ସବୁପ୍ରକାର ସୁବିଧା ସୁଯୋଗ ଯୋଗାଇ ଦିଆଯିବ ବୋଲି ମାଲକାନଗିରି ଏସପି କହିଛନ୍ତି । ଏହା ପୂର୍ବରୁ ମଧ୍ୟ ମାଓବାଦୀଙ୍କ ଧମକ ପାଇଁ ମାଥିଲି, କାଲିମେଳା, ପଡିଆ ଓ ଚିତ୍ରକୋଣ୍ଡା ବିଚ୍ଛିନ୍ନାଂଚଳର ୨୦୦ରୁ ଅଧିକ ପରିବାର ଗାଁଛାଡି ଅନ୍ୟତ୍ର ଆଶ୍ରୟ ନେଇଛନ୍ତି ।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos