କେନ୍ଦ୍ରାପଡ଼ା ଶିଶୁ ବିକ୍ରି ଘଟଣା: ୪ ଜଣଙ୍କୁ ଗିରଫ କଲା ପୋଲିସ

କେନ୍ଦ୍ରାପଡା: କେନ୍ଦ୍ରାପଡା ଶିଶୁବିକ୍ରି ଅଭିଯୋଗରେ ପୋଲିସ ୪ ଜଣଙ୍କୁ ଗିରଫ କରିଛି।  ଗିରଫଙ୍କ ମଧ୍ୟରେ ସୂର୍ଯ୍ୟ ନର୍ସିଂହୋମ୍‌ର ମାଲିକ ଓ ଜଣେ କର୍ମଚାରୀ ରହିଛନ୍ତି। ସେହିପରି ଶିଶୁ କିଣିଥିବା ବ୍ୟକ୍ତିଙ୍କ ସହ ଆଶାକର୍ମୀଙ୍କୁ ମଧ୍ୟ ପୋଲିସ ଗିରଫ କରିଛି। ଏପଟେ ଶିଶୁକନ୍ୟାକୁ ଠାବ କରିଛି ଜିଲ୍ଲା ଶିଶୁ ମଙ୍ଗଳ କମିଟି। ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ, ଶିଶୁ ମଙ୍ଗଳ କମିଟି ଓ କେନ୍ଦ୍ରାପଡା ଟାଉନ ଥାନା ପୋଲିସର ମିଳିତ ସହଯୋଗରେ କଟକ ଶିଶୁ ଭବନ ୨ ନମ୍ବର […]

vlcsnap-2017-08-05-15h22m21s092

Rakesh Mallick
  • Published: Saturday, 05 August 2017
  • , Updated: 05 August 2017, 08:41 PM IST

କେନ୍ଦ୍ରାପଡା: କେନ୍ଦ୍ରାପଡା ଶିଶୁବିକ୍ରି ଅଭିଯୋଗରେ ପୋଲିସ ୪ ଜଣଙ୍କୁ ଗିରଫ କରିଛି।  ଗିରଫଙ୍କ ମଧ୍ୟରେ ସୂର୍ଯ୍ୟ ନର୍ସିଂହୋମ୍‌ର ମାଲିକ ଓ ଜଣେ କର୍ମଚାରୀ ରହିଛନ୍ତି। ସେହିପରି ଶିଶୁ କିଣିଥିବା ବ୍ୟକ୍ତିଙ୍କ ସହ ଆଶାକର୍ମୀଙ୍କୁ ମଧ୍ୟ ପୋଲିସ ଗିରଫ କରିଛି। ଏପଟେ ଶିଶୁକନ୍ୟାକୁ ଠାବ କରିଛି ଜିଲ୍ଲା ଶିଶୁ ମଙ୍ଗଳ କମିଟି। ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ, ଶିଶୁ ମଙ୍ଗଳ କମିଟି ଓ କେନ୍ଦ୍ରାପଡା ଟାଉନ ଥାନା ପୋଲିସର ମିଳିତ ସହଯୋଗରେ କଟକ ଶିଶୁ ଭବନ ୨ ନମ୍ବର ୱାର୍ଡରୁ ଶିଶୁକନ୍ୟାକୁ ଠାବ କରାଯାଇଛି।

କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ଥାନା ରିଘାଗଡ଼ ଗାଁର ନିରାକାର ମହାରଣାଙ୍କ ପତ୍ନୀ ଗୀତାଞ୍ଜଳି ପ୍ରସବ ଯନ୍ତ୍ରଣା ପାଇଥିଲେ। ଏ ସମ୍ପର୍କରେ ଖବର ପାଇ ଆଶାକର୍ମୀ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ସେଠାରେ ପହଞ୍ଚିବା ପରେ ଠିକ୍‌ରେ ଚିକିତ୍ସା ହେବ ନାହିଁ ବୋଲି ବାହାନା କରି ଆଶାକର୍ମୀ ନିକଟସ୍ଥ ସୂର୍ଯ୍ୟ ନର୍ସିଂହୋମ୍‌ରେ ଗୀତାଞ୍ଜଳିଙ୍କୁ ଭର୍ତ୍ତି କରିଥିଲେ। ଗତ ୧ ତାରିଖରେ ନର୍ସିଂହୋମରେ ଗୀତାଞ୍ଜଳି ନର୍ମାଲ ଡେଲିଭରି ମାଧ୍ୟମରେ ଏକ ଶିଶୁକନ୍ୟା ଜନ୍ମ ଦେଇଥିଲେ। ପ୍ରସବ ପରେ ନର୍ସିଂହୋମ ପକ୍ଷରୁ ପ୍ରସୂତି ଖର୍ଚ୍ଚ ବାବଦରେ ୭,୫୦୦ ଟଙ୍କା ଦେବାକୁ ବାଧ୍ୟ କରାଯାଇଥିଲା। କିନ୍ତୁ ଗରିବ ନିରାକାର ଏହି ଟଙ୍କା ଦେଇ ନ ପାରିବାରୁ ନର୍ସିଂହୋମ କର୍ମକର୍ତ୍ତା ଓ ଆଶାକର୍ମୀ ଜଣକ ନବଜାତ ଶିଶୁକନ୍ୟାଟିକୁ ବିକ୍ରି କରିଦେଇଥିବା ଅଭିଯୋଗ ହୋଇଥିଲା।

Related story