ଚେକ୍‌ ଦେଇଥିଲେ ହଜାରେ: ଗାୟବ ହୋଇଗଲା ୪ ଲକ୍ଷ

Ordigital Desk
  • Published: Tuesday, 08 May 2018
  • , Updated: 08 May 2018, 08:17 AM IST
<p>ସୁନ୍ଦରଗଡ଼(ବିଜୟ ବରୁଆ): ଚେକ୍ ଦେଇଥିଲେ ହଜାରେ ଟଙ୍କା ହେଲେ ଆକାଉଣ୍ଟରୁ ଗାୟବ ହୋଇଗଲା ୪ଲକ୍ଷ ୨୫ ହଜାର ୫୦୦ଟଙ୍କା। ଏମିତି ଏକ ବଡ଼ ଧରଣର ଠକେଇ ଘଟଣା ସାମ୍ନାକୁ ଆସିଛି ସୁନ୍ଦରଗଡ଼ ଜିଲ୍ଲାରେ।&nbsp; ଜିଲ୍ଲାର RRIT କଲୋନୀରେ ରହୁଥିବା &nbsp;ଜଣେ ବ୍ୟବସାୟୀ ଏହି ଠକାମିରେ ଶିକାର ହୋଇଛନ୍ତି।</p> <p>ଅଭିଯୋଗ ଅନୁସାରେ ରାଜେଶ ପଟେଲ ନାମକ ଜଣେ ବ୍ୟବସାୟୀଙ୍କ ନିକଟକୁ ଜଣେ ବ୍ୟକ୍ତିଙ୍କ ଫୋନ ଆସିଥିଲା।&nbsp; ଯେଉଁଥିରେ ସେ ନିଜକୁ ଏଚଡିଏଫସି ବ୍ୟାଙ୍କ ରାଉରକେଲା ମୁଖ୍ୟ ଶାଖାର କର୍ମଚାରୀ ବୋଲି କହିଥିଲେ। ସିସି ଲୋନ୍&zwnj; ନେବା ପାଇଁ ଏଚଡିଏଫସି ବ୍ୟାଙ୍କରେ କରେଣ୍ଟ ଆକାଉଣ୍ଟ ଖୋଲିବେ କି ବୋଲି ପଚାରିଥିଲେ। ଫୋନରେ ରାଜେଶ ହଁ କରିବା ପରେ ପରଦିନ ଜଣେ ବ୍ୟକ୍ତି ତାଙ୍କ ଘରକୁ ଆସି ଆବଶ୍ୟକୀୟ ଡକ୍ୟୁମେଣ୍ଟ ନେଇଥିଲେ। ପରେ ଏକ ହଜାର ଟଙ୍କାର ଚେକ ନେଇଥିଲେ। ଏହାପରେ ହଠାତ୍ ତାଙ୍କ ଆକାଉଣ୍ଟରୁ ୪ଲକ୍ଷ ୨୫ହଜାର ୫୦୦ଟଙ୍କା ଗାୟବ ହୋଇଯାଇଥିବା ରାଜେଶ କହିଛନ୍ତି।&nbsp; ଏନେଇ ଟାଉନଥାନାରେ ଅଭିଯୋଗ ପରେ ପୋଲିସ ଘଟଣାର ତଦନ୍ତ ଜାରି ରଖିଛି।</p>

Related story