ସମାଜର ମୁଖ୍ୟ ସ୍ରୋତରେ ସାମିଲ୍‌ ହେଲେ ୪ ମାଓବାଦୀ

ରାଉରକେଲା (ସତ୍ୟାନନ୍ଦ ମହାନ୍ତି): ‘ମାଓ ସଙ୍ଗଠନ ପଥ ଭ୍ରଷ୍ଟ ହୋଇଛି। ସେଥିପାଇଁ ପୁଲିସ ନିକଟରେ ଆତ୍ମସମର୍ପଣ କରି ସମାଜର ମୁଖ୍ୟସ୍ରୋତରେ ସାମିଲ ହେଉଛନ୍ତି ମାଓବାଦୀ।’ ଆଜି ରାଉରକେଲା ଏସ୍‌ପିଙ୍କ ପାଖରେ ଆତ୍ମସମର୍ପଣ କରିଥିବା ୪ ଜଣ ମାଓବାଦୀ ଏହା କହିଛନ୍ତି। ଆତ୍ମସମର୍ପଣ କରିଥିବା ମାଓବାଦୀମାନେ ହେଲେ ପ୍ରେମଚାନ୍ଦ ମୁଣ୍ଡା, ମୋଟୁ ବଡିଙ୍ଗ, ସୁଶୀଲ ମୁଣ୍ଡା ଓ ଗାଉନିୟ ମାଓବାଦୀ। ପ୍ରେମଚାନ୍ଦର ଘର ସୁନ୍ଦରଗଡ଼ ଜିଲ୍ଲାର ଚାନ୍ଦିପୋଷରେ। ସେ ୧୫ ବର୍ଷ ଧରି ମାଓବାଦୀ ସଙ୍ଗଠନରେ ରହିଥିଲେ। ସେ […]

four-naxal-surrender

Jitendra Garnayak
  • Published: Friday, 24 August 2018
  • , Updated: 24 August 2018, 01:19 PM IST

ରାଉରକେଲା (ସତ୍ୟାନନ୍ଦ ମହାନ୍ତି): ‘ମାଓ ସଙ୍ଗଠନ ପଥ ଭ୍ରଷ୍ଟ ହୋଇଛି। ସେଥିପାଇଁ ପୁଲିସ ନିକଟରେ ଆତ୍ମସମର୍ପଣ କରି ସମାଜର ମୁଖ୍ୟସ୍ରୋତରେ ସାମିଲ ହେଉଛନ୍ତି ମାଓବାଦୀ।’

ଆଜି ରାଉରକେଲା ଏସ୍‌ପିଙ୍କ ପାଖରେ ଆତ୍ମସମର୍ପଣ କରିଥିବା ୪ ଜଣ ମାଓବାଦୀ ଏହା କହିଛନ୍ତି। ଆତ୍ମସମର୍ପଣ କରିଥିବା ମାଓବାଦୀମାନେ ହେଲେ ପ୍ରେମଚାନ୍ଦ ମୁଣ୍ଡା, ମୋଟୁ ବଡିଙ୍ଗ, ସୁଶୀଲ ମୁଣ୍ଡା ଓ ଗାଉନିୟ ମାଓବାଦୀ।

ପ୍ରେମଚାନ୍ଦର ଘର ସୁନ୍ଦରଗଡ଼ ଜିଲ୍ଲାର ଚାନ୍ଦିପୋଷରେ। ସେ ୧୫ ବର୍ଷ ଧରି ମାଓବାଦୀ ସଙ୍ଗଠନରେ ରହିଥିଲେ। ସେ ବିଭିନ୍ନ ମାଓ ହିଂସାକାଣ୍ଡରେ ସମ୍ପୃକ୍ତ ଥିଲେ। ସମ୍ୱଲପୁର, ସୁନ୍ଦରଗଡ଼, ଦେବଗଡ଼, ଅନୁଗୋଳ ଓ କନ୍ଧମାନ ଜିଲ୍ଲାର ଘଞ୍ଚ ଜଙ୍ଗଲରେ ପ୍ରେମଚାନ୍ଦ ସକ୍ରିୟ ରହିଥିଲେ। ତାଙ୍କ ନାଁରେ ୪ ଲକ୍ଷ ଟଙ୍କର ପୁରସ୍କାର ଘୋଷଣା କରାଯାଇଥିଲା।

ସେହିପରି ମୋଟୁ ବାଡ଼ିଙ୍ଗଙ୍କ ଘର ଝାଡ଼ଖଣ୍ଡରେ। ସେ ଚାଇବସା ଜେଲ୍‌ ଭାଙ୍ଗି ଫେରାର ହୋଇଯାଇଥିଲା। ତାଙ୍କ ନାଁରେ ଲକ୍ଷେ ଟଙ୍କାର ପୁରସ୍କାର ଘୋଷଣା କରିଥିଲେ ରାଜ୍ୟ ସରକାର। ସେହିପରି ସୁଶୀଲ ମୁଣ୍ଡା ଓ ଗାଉନିୟଙ୍କ ନାଁରେ ମଧ୍ୟ ଲକ୍ଷେ ଟଙ୍କାର ପୁରସ୍କାର ରାଶି ଥିଲା।

Related story