ଗାଧୋଇବାକୁ ଯାଇ ପୋଖରୀରେ ବୁଡ଼ିଗଲେ ୪ ନାବାଳକ, ନାବାଳିକା

ଢେଙ୍କାନାଳ(ରାଜଶ୍ରୀ ଶତପଥୀ): ଢେଙ୍କାନାଳ ଜିଲ୍ଲା ସଦର ଥାନା ଗୋବିନ୍ଦପୁର ଅଞ୍ଚଳରେ ଆଜି ଏକ ପୋଖରୀରେ ବୁଡ଼ି ୪ ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ୩ ନାବାଳକ ଓ ଜଣେ ନାବାଳିକା ଅଛନ୍ତି । ସେମାନେ ସମସ୍ତେ ସମ୍ପର୍କୀୟ ଭାଇଭଉଣୀ  ବୋଲି ସୂଚନା ମିଳିଛି। ଆଜି ଗୋବିନ୍ଦପୁର ବାରବାଙ୍କ ସାହିକୁ ଏହି ୪ଜଣ ଗାଧୋଇବାକୁ ଯାଇଥିଲେ। ମାତ୍ର ଗୋଡ଼ ଖସି ଯିବାରୁ ସମସ୍ତେ ପୋଖରୀରେ ବୁଡ଼ି ଯାଇଥିଲେ। ଖବର ପାଇ  ଗ୍ରାମବାସୀ ଗୁରୁତର ଅବସ୍ଥାରେ ସମସ୍ତଙ୍କୁ ଉଦ୍ଧାର […]

Drowning

Drowning

Niharika Rout
  • Published: Monday, 01 June 2020
  • Updated: 01 June 2020, 01:38 PM IST

Sports

Latest News

ଢେଙ୍କାନାଳ(ରାଜଶ୍ରୀ ଶତପଥୀ): ଢେଙ୍କାନାଳ ଜିଲ୍ଲା ସଦର ଥାନା ଗୋବିନ୍ଦପୁର ଅଞ୍ଚଳରେ ଆଜି ଏକ ପୋଖରୀରେ ବୁଡ଼ି ୪ ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ୩ ନାବାଳକ ଓ ଜଣେ ନାବାଳିକା ଅଛନ୍ତି । ସେମାନେ ସମସ୍ତେ ସମ୍ପର୍କୀୟ ଭାଇଭଉଣୀ  ବୋଲି ସୂଚନା ମିଳିଛି।

ଆଜି ଗୋବିନ୍ଦପୁର ବାରବାଙ୍କ ସାହିକୁ ଏହି ୪ଜଣ ଗାଧୋଇବାକୁ ଯାଇଥିଲେ। ମାତ୍ର ଗୋଡ଼ ଖସି ଯିବାରୁ ସମସ୍ତେ ପୋଖରୀରେ ବୁଡ଼ି ଯାଇଥିଲେ। ଖବର ପାଇ  ଗ୍ରାମବାସୀ ଗୁରୁତର ଅବସ୍ଥାରେ ସମସ୍ତଙ୍କୁ ଉଦ୍ଧାର କରି ଢେଙ୍କାନାଳ ମେଡିକାଲରେ ଭର୍ତ୍ତି କରିଥିଲେ।  ସେଠାରେ ଡାକ୍ତର ସମସ୍ତଙ୍କୁ ମୃତ ଘୋଷଣା କଲେ ।

ଏହି ଖବର ପ୍ରଚାରିତ ହେବା ପରେ ଗାଁରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos