ପୁରୀ ଜିଲ୍ଲାରେ ଆଉ ୪ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପୁରୀ ଜିଲ୍ଲାରୁ ଆଉ ୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ପୁରୀ ଜିଲ୍ଲାପାଳ ବଲଓ୍ୱନ୍ତ ସିଂହ ସୂଚନା ଦେଇଛନ୍ତି। ୪ ଆକ୍ରାନ୍ତଙ୍କ ମଧ୍ୟରୁ ପୁରୀ ସହରରୁ ୨, କୋଣାର୍କ ଓ ପିପିଲିରୁ ଜଣେ ଲେଖାଏଁ ବୋଲି ଜଣାପଡ଼ିଛି। ୪ ଆକ୍ରାନ୍ତଙ୍କ ମଧ୍ୟରୁ ୩ ଜଣ ଏକାନ୍ତବାସରେ ଥିଲେ। ଅନ୍ୟ ଆକ୍ରାନ୍ତ ଜଣଙ୍କ କୁମ୍ଭାରପଡ଼ା ପୁଲିସ ଦ୍ୱାରା ଗିରଫ ଅଭିଯୁକ୍ତ। ଅଭିଯୁକ୍ତଙ୍କ ଘର ନରେନ୍ଦ୍ର ପୁଷ୍କରିଣୀ ଅଞ୍ଚଳରେ ଜଣାପଡ଼ିବା ପରେ ଏହି ଅଞ୍ଚଳକୁ […]

corona1

corona1

Subhransu Sekhar
  • Published: Sunday, 17 May 2020
  • Updated: 18 May 2020, 07:31 AM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପୁରୀ ଜିଲ୍ଲାରୁ ଆଉ ୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ପୁରୀ ଜିଲ୍ଲାପାଳ ବଲଓ୍ୱନ୍ତ ସିଂହ ସୂଚନା ଦେଇଛନ୍ତି। ୪ ଆକ୍ରାନ୍ତଙ୍କ ମଧ୍ୟରୁ ପୁରୀ ସହରରୁ ୨, କୋଣାର୍କ ଓ ପିପିଲିରୁ ଜଣେ ଲେଖାଏଁ ବୋଲି ଜଣାପଡ଼ିଛି। ୪ ଆକ୍ରାନ୍ତଙ୍କ ମଧ୍ୟରୁ ୩ ଜଣ ଏକାନ୍ତବାସରେ ଥିଲେ। ଅନ୍ୟ ଆକ୍ରାନ୍ତ ଜଣଙ୍କ କୁମ୍ଭାରପଡ଼ା ପୁଲିସ ଦ୍ୱାରା ଗିରଫ ଅଭିଯୁକ୍ତ।

ଅଭିଯୁକ୍ତଙ୍କ ଘର ନରେନ୍ଦ୍ର ପୁଷ୍କରିଣୀ ଅଞ୍ଚଳରେ ଜଣାପଡ଼ିବା ପରେ ଏହି ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍ ଭାବେ ଘୋଷଣା କରାଯିବ ବୋଲି ସୂଚନା ମିଳିଛି। ଅନ୍ୟପକ୍ଷରେ ଅଭିଯୁକ୍ତ କରୋନା ଆକ୍ରାନ୍ତ ହେବା ସ୍ପଷ୍ଟ ହେବା ପରେ କୁମ୍ଭାରପଡା ଥାନା ଆଇଆଇସିଙ୍କ ସମେତ ତିରିଶ କର୍ମଚାରୀଙ୍କୁ କ୍ୱାରେଣ୍ଟାଇନରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ଏସପି ସୂଚନା ଦେଇଛନ୍ତି। ଏହି ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କର କରୋନା ଟେଷ୍ଟ ହେବ। ଏହାସହ କୁମ୍ଭାରପଡ଼ା ଥାନା ପରିସରକୁ ପ୍ରଶାସନ ପକ୍ଷରୁ ବିଶୋଧନ କରାଯାଇଛି।

ଆଜିର ଆକ୍ରାନ୍ତଙ୍କୁ ମିଶାଇ ଏଯାବତ ପୁରୀ ଜିଲ୍ଲାରେ ୨୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେଲେଣି। ଜଣେ ସୁସ୍ଥ ହୋଇଛନ୍ତି। ଆଉ ୨୮ଟି ଆକ୍ଟିଭ କେଶ ରହିଛି। ଏହାକୁ ମିଶାଇ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୮୩୪କୁ ବୃଦ୍ଧି ପାଇଛି। ୬୧୦ ଆକ୍ଟିଭ କେସ୍‌ ରହିଛି ଓ ୪ ଜଣଙ୍କ ମୃତ୍ୟୁ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos