ରାଜ୍ୟରେ ପ୍ରତିଷ୍ଠା ହେବ ଆଉ ୪ଟି ପ୍ଲାନେଟୋରିୟମ୍

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜ୍ଞାନର ପ୍ରଚାର ଓ ପ୍ରସାର ପାଇଁ ଓଡ଼ିଶାରେ ପ୍ରତିଷ୍ଠା ହେବ ୪ଟି ପ୍ଲାନେଟୋରିୟମ୍ ।   ଗୋପାଳପୁର, ରାୟଗଡ଼ା, କେନ୍ଦୁଝର ଓ ବାରିପଦାରେ ପ୍ରତିଷ୍ଠା ହେବ ଏହି ପ୍ଲାନେଟୋରିୟମ। ଆଜି ବିଧାନସଭାରେ ଏଭଳି ସୂଚନା ଦେଇଛନ୍ତି ବିଜ୍ଞାନ ଓ କାରିଗରୀ ମନ୍ତ୍ରୀ ଅଶୋକ ପଣ୍ଡା। ସେ କହିଛନ୍ତି ଯେ, ଓଡ଼ିଶାରେ ୨ଟି ପ୍ଲାନେଟୋରିୟମ୍ କାର୍ଯ୍ୟକ୍ଷମ ଅଛି। ଆଉ ୪ଟି ପ୍ଲାନେଟୋରିୟମ୍ ପ୍ରତିଷ୍ଠା ହେବ। ସେଥିପାଇଁ ୩୦ କୋଟି ଟଙ୍କା ଖର୍ଚ୍ଚ ହେବ। ଗୋପାଳପୁର ପାଇଁ ୯ କୋଟି […]

ashok,,,,

Tapaswini Nayak
  • Published: Saturday, 03 August 2019
  • , Updated: 03 August 2019, 01:14 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜ୍ଞାନର ପ୍ରଚାର ଓ ପ୍ରସାର ପାଇଁ ଓଡ଼ିଶାରେ ପ୍ରତିଷ୍ଠା ହେବ ୪ଟି ପ୍ଲାନେଟୋରିୟମ୍ ।   ଗୋପାଳପୁର, ରାୟଗଡ଼ା, କେନ୍ଦୁଝର ଓ ବାରିପଦାରେ ପ୍ରତିଷ୍ଠା ହେବ ଏହି ପ୍ଲାନେଟୋରିୟମ। ଆଜି ବିଧାନସଭାରେ ଏଭଳି ସୂଚନା ଦେଇଛନ୍ତି ବିଜ୍ଞାନ ଓ କାରିଗରୀ ମନ୍ତ୍ରୀ ଅଶୋକ ପଣ୍ଡା।

ସେ କହିଛନ୍ତି ଯେ, ଓଡ଼ିଶାରେ ୨ଟି ପ୍ଲାନେଟୋରିୟମ୍ କାର୍ଯ୍ୟକ୍ଷମ ଅଛି। ଆଉ ୪ଟି ପ୍ଲାନେଟୋରିୟମ୍ ପ୍ରତିଷ୍ଠା ହେବ। ସେଥିପାଇଁ ୩୦ କୋଟି ଟଙ୍କା ଖର୍ଚ୍ଚ ହେବ। ଗୋପାଳପୁର ପାଇଁ ୯ କୋଟି ଟଙ୍କା ଏବଂ ଅନ୍ୟ ୩ଟି ପ୍ଲାନେଟୋରିୟମ ପାଇଁ ୭ କୋଟି ଲେଖାଏ ଟଙ୍କା ଖର୍ଚ୍ଚ କରାଯିବ।

ସେହିପରି ମନ୍ତ୍ରୀ କହିଛନ୍ତି, ବିଜ୍ଞାନ ପ୍ରତି ପିଲାଙ୍କୁ ଆକର୍ଷିତ କରିବାକୁ ସବୁ ଜିଲ୍ଲାରେ ସାଇନସ୍ ସେଣ୍ଟର ପ୍ରତିଷ୍ଠା କରାଯିବ। ପ୍ରାଥମିକ ପର୍ଯ୍ୟାୟରେ ୧୦ଟି ସେଣ୍ଟର ପ୍ରତିଷ୍ଠା ହେବ।

Related story