ବିଷାକ୍ତ ସଲପ ମଦ ପିଇ ୪ ଗୁରୁତର

ବାଲିଗୁଡ଼ା (ଅଜିତ୍ ନାୟକ): ବିଷାକ୍ତ ସଲପ ରସ ପିଇ ୪ ଜଣ ଗୁରୁତର ଅସୁସ୍ଥ ହୋଇଛନ୍ତି। ଏଭଳି ଅଭାବନୀୟ ଘଟଣା କାଟିଙ୍ଗିଆ ପଞ୍ଚାୟତ ଆଡ଼ିବଙ୍ଗା ଗାଁରେ ଆଜି ଦେଖିବାକୁ ମିଳିଛି। ୪ ଅସୁସ୍ଥଙ୍କୁ ପ୍ରଥମେ ବ୍ରାହ୍ମଣୀଗାଁ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ସ୍ୱସ୍ଥ୍ୟବସ୍ଥା ଗୁରୁତର ହେବାରୁ ପରେ ସେମାନଙ୍କୁ ନିକଟସ୍ଥ ମୋହନା ମେଡିକାଲକୁ ସ୍ଥାନାନ୍ତର କରିଛନ୍ତି।

ଅସୁସ୍ଥ ବ୍ୟକ୍ତି ହେଉଛନ୍ତି ଆଡ଼ିବଙ୍ଗା ଗାଁର ଅଶୋକ ବଳିୟାର ସିଂ, ପ୍ରକାଶ ପଡ୍ରା, ସନ୍ତୋଷ ମଲିକ ଓ ବ୍ରାହ୍ମଣୀଗାଁ ଅଞ୍ଚଳର ଦେବେନ୍ଦ୍ର ନାୟକ। ସୂଚନା ଅନୁଯାୟୀ, ଆଜି ଭୋରରୁ ଏହି ୪ଜଣ ବ୍ୟକ୍ତି ଗାଁ ନିକଟକୁ ସଲପ ରସ ପିଇବାକୁ ଯାଇଥିଲେ।

ତେବେ ସଲପ ରସ ପିଇବା ପରେ ହଠାତ୍ ସେମାନଙ୍କ ମୁଣ୍ଡ ବୁଲେଇ ହେବା ସହ ଅସୁସ୍ଥ ହୋଇ ପଡ଼ିଥିଲେ। ସଲପ ରସରେ କୌଣସି ବ୍ୟକ୍ତି ବିଷାକ୍ତ ଦ୍ରବ୍ୟ ମିଶାଇ ଦେଇଥିବା ସ୍ଥାନୀୟ ଲୋକେ ଅନୁମାନ କରୁଛନ୍ତି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।