ହୁକିଙ୍ଗ କରି ଶିକାର କରୁଥିଲେ,ମାଡ଼ି ବସିଲା ବନ ବିଭାଗ

ତେଲକୋଇ(ଓଡ଼ିଶା ରିପୋର୍ଟର): ହୁକିଙ୍ଗ କରି ଶିକାର କରିବା ବେଳେ ୪ ଜଣ ଶିକାରୀଙ୍କୁ ମାଡ଼ି ବସିଲା ବନ ବିଭାଗ। ଏଭଳି ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ବନଖଣ୍ଡ ତେଲକୋଇ ବନାଞ୍ଚଳ ତାଳପଦା କଳାପାଟ ସଂରକ୍ଷିତ ଜଙ୍ଗଲରେ। ଏହି ୪ଜଣ ଶିକାରୀ ହେଲେ ଶିବନାରାୟଣପୁର ଗୋଡ଼ା ଗାଁର ବୁଧଦେବ ମୁଣ୍ଡା, ଗୋବର୍ଦ୍ଧନ ମହାନ୍ତ, ଡମ୍ବରୁ ନାୟକ ଓ ଗୁରୁଚରଣ ନାୟକ। ଗତକାଲି ରାତିରେ ତାଳପଦା କଳାପାଟ ସଂରକ୍ଷିତ ଜଙ୍ଗଲରେ ୪ ଜଣ ଶିକାରୀ ଲୁହା ତାରରେ ବିଦ୍ୟୁତ ସଂଯୋଗ  […]

arrest

Tapaswini Nayak
  • Published: Tuesday, 14 June 2022
  • , Updated: 14 June 2022, 12:45 PM IST

ତେଲକୋଇ(ଓଡ଼ିଶା ରିପୋର୍ଟର): ହୁକିଙ୍ଗ କରି ଶିକାର କରିବା ବେଳେ ୪ ଜଣ ଶିକାରୀଙ୍କୁ ମାଡ଼ି ବସିଲା ବନ ବିଭାଗ। ଏଭଳି ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ବନଖଣ୍ଡ ତେଲକୋଇ ବନାଞ୍ଚଳ ତାଳପଦା କଳାପାଟ ସଂରକ୍ଷିତ ଜଙ୍ଗଲରେ। ଏହି ୪ଜଣ ଶିକାରୀ ହେଲେ ଶିବନାରାୟଣପୁର ଗୋଡ଼ା ଗାଁର ବୁଧଦେବ ମୁଣ୍ଡା, ଗୋବର୍ଦ୍ଧନ ମହାନ୍ତ, ଡମ୍ବରୁ ନାୟକ ଓ ଗୁରୁଚରଣ ନାୟକ।

ଗତକାଲି ରାତିରେ ତାଳପଦା କଳାପାଟ ସଂରକ୍ଷିତ ଜଙ୍ଗଲରେ ୪ ଜଣ ଶିକାରୀ ଲୁହା ତାରରେ ବିଦ୍ୟୁତ ସଂଯୋଗ  କରି ସେଥିରେ ଫାଶ ବସାଇ ପଶୁ ଶିକାର କରିବା ପାଇଁ ଜଗି ବସିଥିଲେ। ତେଲକୋଇ ବନାଞ୍ଚଳର କିଛି କର୍ମଚାରୀ ରାତିରେ ପାଟ୍ରୋଲିଂ କରୁଥିବା ସମୟରେ କୌଣସି ସୂତ୍ରରୁ ଖବର ପାଇଥିଲେ।

ପରେ ତାଳପଦା କଳାପାଟ ସଂରକ୍ଷିତ ଜଙ୍ଗଲରେ ଚଢ଼ଉ କରି ୪ଜଣ ଶିକାରୀଙ୍କୁ ଗିରଫ କରିଥିଲେ। ସେମାନଙ୍କ ଠାରୁ ଦୁଇଟି କୁରାଢ଼ି, ୭ ବଣ୍ଡଲ ଲୁହା ତାର ଓ ବୋତଲ ଜବତ କରିଥିଲେ।

 

Related story